ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଯାପିତ

ଡେଲାଙ୍ଗ, ପୁରୀଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ଡେଲାଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ପ୍ରାୟୋଜିତ ନୂଆ -ଓ ଯୁବ ଓଡିଶା ନବୀନ ଓଡିଶା, ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଶୁକ୍ରବାର ଉଦଯାପିତ ହୋଇଯାଇଛି। ବିଦ୍ୟାଳୟର ଅଧକ୍ଷ ଡକ୍ଟର ଶରତ ଚନ୍ଦ୍ର ବିଶ୍ୱାଳ ଏହି ଉତ୍ସବରେ ଅଧ୍ୟକ୍ଷତା କରି ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ଡେଲାଙ୍ଗ ପିପିଲି ଅଞ୍ଚଳର ଲୋକପ୍ରିୟ ଯୁବ ବିଧାୟକ ରୁଦ୍ରପ୍ରତାପ ମହାରଥି ଯୋଗ ଦେଇ ଛାତ୍ର ଛାତ୍ରୀଙ୍କ ପ୍ରତିଭାର ବିକାଶ ହେଲେ ରାଷ୍ଟ୍ରର ପ୍ରଗତୀ ସମ୍ଭବ ବୋଲି ବକ୍ତବ୍ୟ ରଖିଥିଲେ ! ସମ୍ମାନିତ ଅତିଥି ରୂପେ ବ୍ଲକ ଅଧକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାଷା ନିଶଙ୍କ, ଜିଲ୍ଲାପରିଷଦ ସଭ୍ୟ ତଥା ପ୍ରାକ୍ତନ ବ୍ଲକ ଅଧକ୍ଷ ପ୍ରସନ୍ନ କୁମାର ସାହୁ, ପ୍ରାକ୍ତନ ବ୍ଲକ ଅଧକ୍ଷ ତଥା ସମବାୟବିତ ବୈରାଗୀ ଜେନା, ଗାଦିବ୍ରହ୍ମ ଡିଗ୍ରୀ କଲେଜ ଅଧକ୍ଷ ଡକ୍ଟର ସରୋଜ କୁମାର ପଣ୍ଡା, କଲେଜର ପ୍ରତିଷ୍ଠାତା ଅଧକ୍ଷ ଭାସ୍କର ଚନ୍ଦ୍ର ସାମନ୍ତରାୟ ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ନିଜର ବକ୍ତବ୍ୟ ରଖି ଥିଲେ ! ନୋଡାଲ ଅଫିସର ତଥା ଅଧ୍ୟାପକ ଅତୁଲ କୁମାର ଦାଶ ଅତିଥି ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ଅଧ୍ୟାପକ ସରୋଜ କୁମାର ବଳିୟାରସିଂହ ବିଦ୍ୟାଳୟ ର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଅଧ୍ୟାପିକା ଡକ୍ଟର ସ୍ନେହାଞ୍ଜଳି ମହାନ୍ତି ସଂଯୋଜନା ଓ ମଞ୍ଚ ପରିଚାଳନା କରିଥିଲେ ! ସାମାଜିକ,କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ମାନପତ୍ର ସହ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ ରଙ୍ଗାରଙ୍ଗ ସଂସ୍କୃତି କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା !ଏହି ଉତ୍ସବରେ ଅଧ୍ୟାପକ ମନୋରଞ୍ଜନ ରଣସିଂହ, ରାକେଶ କୁମାର ସ୍ୱାଇଁ, ସୁମନ୍ତ ତରେଇ, ଜିତେନ୍ଦ୍ର କୁମାର ମଲ୍ଲିକ ଅଧ୍ୟାପିକା ଗୀତାଞ୍ଜଳି ସାହୁ, ସୌଭାଗିନୀ ପାଢ଼ୀ,ତନ୍ମୟୀ ମହାପାତ୍ର ପ୍ରିୟଙ୍କା ଦଳେଇ , ବରିଷ୍ଠ କିରାଣୀ ଗଙ୍ଗାଧର ଜେନା, ସର୍ବେଶ୍ୱର ସ୍ୱାଇଁ ସମେତ କଲେଜର ସମସ୍ତ ଷ୍ଟାଫ ଓ ଛାତ୍ର ଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ! ପରି ଶେଷରେ ସମସ୍ତଙ୍କୁ କାର୍ଯ୍ୟକ୍ରମର ସଫଳତା ପାଇଁ ଅଧକ୍ଷ ଡ଼କ୍ଟର ଶରତ ଚନ୍ଦ୍ର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *