ଦୁର୍ନୀତି ରୋକିବାକୁ ସାଧୁତା ଶପଥ ଗ୍ରହଣ କାର୍ଯ୍ୟକ୍ରମ..

ଧରାକୋଟ,27/10/25ଶାସନ ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା ପାଇଁ ଦୁର୍ନୀତି କୁ ମୂଳୋତ୍ପାଟନ କରିବାର ଆବଶ୍ୟକତା ରହିଛି। ଯାହା ଫଳରେ ଏକ ସୁସ୍ଥ ଓ ପ୍ରଗତିଶୀଳ ସମାଜ ଗଠନ ହୋଇପାରିବ । ଆଜି ଧରାକୋଟ ବ୍ଲକ ସମ୍ମିଳନୀ କକ୍ଷରେ ବ୍ଲକର କାର୍ଯ୍ୟରତ ସମସ୍ତ କର୍ମଚାରୀ ନାଗରିକ ଙ୍କ ପାଇଁ ସାଧୁତାର ଶପଥ ପାଠ କରିଥିଲେ । ସମସ୍ତ କର୍ମଚାରୀ ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟ ରହି ଆଇନର ଅନୁଶାସନ କୁ ଅନୁଶୀଳନ କରିବା, ଉତ୍କୋଚ ନନେବା ଓ ନଦେବା,ସମସ୍ତ ଦାୟିତ୍ବ ସାଧୁତା ଓ ସ୍ବଚ୍ଛତା ସହ ସମ୍ପାଦନ କରିବା,ନିଜର ବ୍ୟକ୍ତିଗତ ଆଚରଣରେ ସାଧୁତା ବଜାୟ ରଖିବା,ଦୁର୍ନୀତି ସମର୍କରେ ଉଚ୍ଚ

ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଶପଥ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବି ଡି ଓ ସଂଗ୍ରାମ କେଶରୀ ଜେନା, ଏ ବି ଡି ଓ ସୁଶିଲ ପଟନାୟକ, ସହକାରୀ ଯନ୍ତ୍ରୀ ବିକ୍ରମ ସୋରେନ,ବି ପି ଏମ ପ୍ରତାପ ସ୍ୱାଇଁ, ଏ ପି ଓ ନନ୍ଦିନୀ ଦାସ, ସି ପି ଲମ୍ବୋଦର ଗୌଡ଼, ଅମେସ ବେହେରା, ସଞ୍ଜୀବ ରାଉଳ, ରଶ୍ମୀ ରାଣୀ ପ୍ରଧାନ ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *