ବୁଦ୍ଧିମାନ ଡ୍ରାଇଭର୍
ବୁଦ୍ଧିମାନ ଡ୍ରାଇଭର୍
🖊️ଗାଳ୍ପିକ ନୂତନ କୁମାର ବେହେରା
କୌଣସି ଏକ ଘଟଣାକୁ ନେଇ ହୋଇଥିଲା ରାସ୍ତାରୋକ,ସବୁ ଆଡ଼େ ଜାମ୍…। ହା… ହୋହଲ୍ଲା ପାଟିତୁଣ୍ଡ ନାରାବାଜି ଚାଲିଥାଏ। ମୁଖ୍ୟ ରାସ୍ତାରେ ଯିବା ଅସମ୍ଭବ ଥିଲା,ଅଲଗା ଆଡ଼େ ମଧ୍ୟ ଗାଡ଼ି ଯିବାର ସୁବିଧା ନ ଥିଲା।
ଦ୍ରୁତଗତିରେ ଆସି ୧୦୮ ଗାଡ଼ିଟି ଠିଆ ହେଲା। ସେ ଗାଡ଼ି ଭିତରେ ଗର୍ଭବତୀ ମହିଳା ଜଣକ ଆସନ୍ନ ପ୍ରସବ ପିଡ଼ାରେ …ଜୀବନ ମରଣ ସଂଗ୍ରାମ କରି ଜୋର୍ ରେ ଚିତ୍କାର କରୁଥିଲେ। ଏ ସବୁ ଦେଖି ଡ୍ରାଇଭର୍ ଭାଇ ବ୍ୟସ୍ତ ବିବ୍ରତ ହୋଇ ପଡୁଥାଏ।
କ’ଣ ଭାବିଲା କେଜାଣି… ବୋମା … ବୋମା କହି ଖୁବ୍
ଜୋର୍ ରେ ଦୌଡ଼ିଲା ଫାଙ୍କା ଥିଲା ଗଳି ଆଡ଼କୁ…। ତାକୁ ଦେଖି ଓ ତାର ପାଟି ଶୁଣି ସେ ରାସ୍ତାରୋକ ଛାଡ଼ି ସମସ୍ତେ
ଯିଏ ଯାହାର ଜୀବନ ବଞ୍ଚାଇବାକୁ ଦୌଡ଼ି ପଲାଇଲେ।
ପାଞ୍ଚ ମିନିଟ୍ ଭିତରେ ଶୂନଶାନ୍ ହୋଇ ଗଲା ସେ ରାସ୍ତା…। ଡ୍ରାଇଭର୍ ଫେରି ଆସି ଗାଡ଼ିଟିକୁ ନେଇ ଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚାଇଲା।
ବୁଦ୍ଧିମାନ ଡ୍ରାଇଭର୍ ପାଇଁ ସେ ଦିନ ମା ଓ ଜନ୍ମ ନେବାକୁ ଯାଉଥିବା ଶିଶୁ ବଞ୍ଚିଗଲେ। ମିଛ ହୋଇ ଥାଉ ବରଂ ବୋମା ଫୁଟିବା କଥା…।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
ନବସୃଜନ ଇ-ପତ୍ରିକା
କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷ — ୮୦୧୮୩୫୩୩୨୨
