ଆନ୍ତଃ କଲେଜ କ୍ରିକେଟ୍ ପ୍ରତିଯୋଗିତା*

ଅଡଶପୁର କଲେଜ କୋଣାର୍କ ଜୋନ୍ ବିଜେତା କୋଣାର୍କ,୨୩.୧୨- ଭୁବନେଶ୍ଵର ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ କୋଣାର୍କ ଭଗବତୀ ମହାବିଦ୍ୟାଳୟ ଖେଳ ପଡିଆରେ ଆୟୋଜିତ ହୋଇଥିବା ଆନ୍ତଃ କଲେଜ କ୍ରିକେଟ୍ ପ୍ରତିଯୋଗିତାରେ ଅଡଶପୁର ଉଦ୍ୟନାଥ ସ୍ଵୟଂଶାସିତ ମହାବିଦ୍ୟାଳୟ କୋଣାର୍କ ଜୋନ୍ ଚାମ୍ପିଅନ ଆଖ୍ୟା ହାସଲ କରିଛି। ଭଗବତୀ ମହାବିଦ୍ୟାଳୟ ଅଧକ୍ଷ ଅବତାର ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିବା ଜୋନ କଲେଜ୍ ସ୍ତରୀୟ ପ୍ରତିଯୋଗିତା ଗତ ୧୬ ତାରିଖରୁ ଆରମ୍ଭ ହୋଇ ମଙ୍ଗଳବାର ସମାପ୍ତ ହୋଇଛି। ୨୦ ଓଭର ବିଶିଷ୍ଟ ଫାଇନାଲ ମ୍ୟାଚରେ ଅଡଶପୁର କଲେଜ ଟଚ୍ ଜିତି ନିମାପଡ଼ା ସ୍ଵୟଂଶାସିତ କଲେଜକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା। କିନ୍ତୁ ଅଡଶପୁର ଟିମ୍ ଦକ୍ଷ ବୋଲରଙ୍କ ଆଗରେ ନିମାପଡ଼ା କଲେଜ୍ ଖେଳାଳି ତିଷ୍ଠି ପାରି ନଥିଲେ। ୧୨.୨ ଓଭରରେ ମାତ୍ର ୪୩ ରନ କରି ସମସ୍ତ ୱିକେଟ୍ ହରାଇଥିଲେ। ଅଡଶପୁର କଲେଜ୍ ଟିମ୍ ପକ୍ଷରୁ ପି ମୁଦୁଲି ୧୪ ରନ୍ ଦେଇ ସର୍ବାଧିକ ୪ୱିକେଟ୍, ଗଣେଶ ୧୭ ରନରେ ୩ ୱିକେଟ୍ ଓ ଶୁଭମ୍ ୯ ରନ ଦେଇ ୨ ୱିକେଟ୍ ଅକ୍ତିଆର କରି ନିମାପଡ଼ା ଦଳକୁ ଧରାଶାୟୀ କରିଥିଲେ। ଅଡଶପୁର କଲେଜ ମାତ୍ର ୩ ଓଭର ରେ ୧ ୱିକେଟ୍ ହରାଇ ଆବଶ୍ୟକ ୪୪ ରନ ସଂଗ୍ରହ କରି ବିଜେତା ସହ କୋଣାର୍କ ଜୋନ୍ ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲେ। ଦଳ ପକ୍ଷରୁ ଏସ ମହାନ୍ତି ଅପରାଜିତ ଦ୍ରୁତ ୩୦ ରନ୍ ସଂଗ୍ରହ କରିଥିଲେ। ଅଡଶପୁର କଲେଜ୍ ସ୍ତରୀୟ ମୂଖ୍ୟ ପ୍ରତିଯୋଗିତାକୁ ମଧ୍ୟ ଯୋଗ୍ୟତା ହାସଲ କରିପାରିଛନ୍ତି। ୮ ଦିନ ଧରି ଚାଲିଥିବା ପ୍ରତିଯୋଗିତାର ସମସ୍ତ ଖେଳକୁ ଆମ୍ପାୟର ଭାବେ ସାମ୍ବାଦିକ ତଥା ପୂର୍ବତନ ଆନ୍ତଃ କଲେଜ କ୍ରିକେଟ୍ ଖେଳାଳି ଜ୍ଞାନ ରଞ୍ଜନ ବିଶ୍ଵାଳ ଓ ରମେଶ ଚନ୍ଦ୍ର ସ୍ବାଇଁ ସଫଳତାର ସହ ପରିଚାଳନା କରିଥିଲେ। ଅଧ୍ୟାପକ କ୍ୟାପଟେନ ବିନୟ ଭୂଷଣ ମହାନ୍ତି ଜୋନ୍ କ୍ରିକେଟ୍ ପ୍ରତିଯୋଗୀତା ସମସ୍ତ ବିଭାଗୀୟ କାର୍ଯ୍ୟ ସମ୍ପାଦନା କରିଥିବା ବେଳେ କଲେଜର ଏନସିସି ଛାତ୍ର ଛାତ୍ରୀ ମାନେ କ୍ରୀଡା ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *