ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ କୁସ୍ତି ପ୍ରତିଯୋଗିତାଉତ୍କଳ ବିଶ୍ଵବିଦ୍ୟାଳୟ କ୍ରୀଡା ସଂସଦ ଆନୁକୂଲ୍ୟରେ ଗୋପୀନାଥ ଦେବ ଡିଗ୍ରୀ କଲେଜ
ତା ୨୬.୧୦.୨୦୨୫ ରିଖରେ ପୁରୀ ସ୍ଥିତ ବାରବାଟୀ ଯାଗା ପରିସରରେ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ପୁରୁଷ ଓ ମହିଳା ବିଭାଗ କୁସ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଶ୍ରୀଯୁକ୍ତ ମଦନମୋହନ ଖୁଣ୍ଟିଆ, ଗୋପାଳକୃଷ୍ଣ ମହାସୁଆର, ଡିଗ୍ରୀ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁଦର୍ଶନ ମହାରଥୀ ଉଦଘାଟନ କରିଥିଲେ। ବିଶ୍ୱ ବିଦ୍ୟାଳୟ ଅଧୀନରେ ଥିବା ୭୦ ଗୋଟି କଲେଜର ପ୍ରତିଯୋଗୀ ମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ପର୍ଯ୍ୟବେକ୍ଷକ ଭାବେ ଶ୍ରୀଯୁକ୍ତ ନୀଳକଣ୍ଠ ମିଶ୍ର ଓ ବିଚାରକ ଭାବେ ଶ୍ରୀଯୁକ୍ତ ହରିହର କର ଉକ୍ତ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ। ଡିଗ୍ରୀ କଲେଜର ଖେଳ

ବିଭାଗର ଉପ ସଭାପତି ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ସାହୁ, କ୍ରୀଡା ଅଧ୍ୟାପକ ଶ୍ରୀଯୁକ୍ତ ରବିନାରାୟଣ ମିଶ୍ର, ନୃସିଂହ ପାଇକରାୟ, ଜିତେନ୍ଦ୍ର ସାହୁ ଏବଂ ପୃଥ୍ୱୀରାଜ ଜେନା ପରିଚାଳନା ରେ ସହଯୋଗ କରିଥିଲେ। ପୁରୁଷ ବିଭାଗରେ ଗୋପୀନାଥ ଦେବ ଡିଗ୍ରୀ କଲେଜ ଏବଂ ବାଳିକା ବିଭାଗରେ ସୁରଜମଲ୍ଲ ଶାହା ମହାବିଦ୍ୟାଳୟ ଦଳଗତ ଚମ୍ପିଅନ୍ ହୋଇଥିଲେ।
