ପାରାଦ୍ୱୀପ ଇଫ୍କୋ ପରିସରରେ ଇଣ୍ଟର ୟୁନିଟ କଲଚରାଲ ଫେଷ୍ଟିଭାଲ-ଯୋଗଦେଲେ ଦେଶ ବିଦେଶର କଳାକାର

Date-09/06/25*ପାରାଦୀପ ସ୍ଥିତ ଇଫକୋ ପରିସରରେ 7 ଦିନ ବ୍ୟାପି ଆୟୋଜିତ ହୋଇଯାଇଛି ଇଣ୍ଟର ୟୁନିଟ ସାଂସ୍କୃତିକ ମହୋତ୍ସବ ।ଅଖଣ୍ତତା,ଭାଇଚାରା ଓ ସାଂସ୍କୃତିକ ଉର୍ଜାକୁ ବଜାୟ ରଖିବା ପାଇଁ ଆୟୋଜିତ ହୋଇଥିବା ଏହି ସାଂସ୍କୃତିକ ମହୋତ୍ସବ । ଉଦଯାପନୀ ସମାରୋହରେ ଇଫକୋର ପରିଚାଳନା ନିର୍ଦେଶକ ୟୁ ଏସ ଅବସ୍ତି ଯୋଗ ଦେଇଥିବା ବେଳେ ଭାରତ ବର୍ଷର ବିଭିନ୍ନ ରାଜ୍ୟରୁ କଳକାର ମାନେ ଯୋଗ ଦେଇ ସେମାନଙ୍କର କଳା ପ୍ରଦର୍ଶନ କରିଥିଲେ ।ଭିଓ୧-ପାରାଦ୍ୱୀପ ସ୍ଥିତ ଇଫକୋ ୟୁନିଟରେ ଗତ ଜୁନ ୨ ତାରିଖରୁ ଆରମ୍ଭ ହୋଇଥିବା ଇଣ୍ଟର ୟୁନିଟ ସାଂସ୍କୃତିକ ମହୋତ୍ସବ ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ସମାରୋହରେ ଇଫକୋର ଏମଡି ୟୁ ଏସ ଅବସ୍ତି ଓ ତାଙ୍କ ପତ୍ନୀ ରେଖା ଅବସ୍ତି ଯୋଗ ଦେଇଥିଲେ । ଇଫକୋ ଏକ ପରିବାର ହୋଇଥିବା ବେଳେ ଇଫକୋର ୬ ୟୁନିଟର କାର୍ଯ୍ୟ କର୍ତ୍ତା ମାନେ ମିଳିମିଶି ଏହାକୁ ପାଳନ କରିଥାନ୍ତି । ଏହି ସାଂସ୍କୃତିକ ସମାରୋହ ୩୦ ବର୍ଷ ହେବ ଚାଲି ଆସୁ ଥିବା ବେଳେ ବେଳେ ପ୍ରତି ଦୁଇ ବର୍ଷରେ ଗୋଟିଏ ୟୁନିଟରେ ଏହା ପାଳନ କରାଯାଏ । ଦେଶର ପ୍ରତି ୟୁନିଟରୁ ୬ଟି ଲେଖାଏଁ ସାଂସ୍କୃତିକ ଦଳ ମାନେ ଆସି ଏଠାରେ କଳା ପ୍ରଦର୍ଶନ କରିଥାନ୍ତି । ଇଫକୋ କେବଳ ସାର ଉତ୍ପାଦନରେ ନିଜକୁ ସୀମିତ ନ ରଖି କଳା, ସଂସ୍କୃତି ଓ ଭାଇଚାରକୁ ଆଗକୁ ନେବାର ଏହି ସାଂସ୍କୃତିକ ମହୋତ୍ସବର ଆୟୋଜନ ବୋଲି କହିଛନ୍ତି ଏମ ଡି ।ବାଇଟ୧-ୟୁ ଏସ ଅବସ୍ତି,(ଏମ ଡି ଇଫକୋ)ବାଇଟ୨-ପିକେ ମହାପାତ୍ର, (ଇଫକୋ ପାରାଦ୍ୱୀପ ୟୁନିଟ ମୁଖ୍ୟ)ଭିଓ୨-ଇଫକୋ ୟୁନିଟରେ ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମ ହୋଇଥିବାରୁ ୟୁନିଟର ସମସ୍ତ ଅଫିସର ,କର୍ମଚାରୀ ଓ ସେମାନଙ୍କର ପରିବାର ଵର୍ଗ ଏହାକୁ ଭରପୁର ଉପଭୋଗ କରିଥିଲେ । ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା କଳାକାର ମାନଙ୍କ ଦ୍ୱାରା ପରିବେଷିତ ସଙ୍ଗୀତ, ନୃତ୍ୟ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ମାନଙ୍କୁ ବେଶ ଆକର୍ଷିତ କରିଥିଲା ।ବାଇଟ୩- ପ୍ରଣତି ନାୟକ ବାଇଟ୪-ପ୍ରସନ୍ନ ବେଉରା, (ଇଫକୋ ଲୋକସମ୍ପର୍କ ଅଧିକାରୀ,ପାରାଦୀପ)ଏଫଭିଓ-ପାରାଦୀପ ରେ ଇଫକୋ ର ଏହି ପ୍ରୟାସ ନିଶ୍ଚୟ ରାଜ୍ୟ ରାଜ୍ୟ ଭିତରେ ଭାଇଚାରା, ଏକତା ସହ ସାଂସ୍କୃତିକ ଭାଵଧାରାର ପ୍ରଚାର ପ୍ରସାର ରେ ନିଶ୍ଚୟ ସହାୟକ ହେବ ।

Leave a Reply

Your email address will not be published. Required fields are marked *