ମେରା ଯୁବା ଭାରତ ,ନବରଙ୍ଗପୁର ତରଫରୁ ଅନ୍ତଃଜିଲ୍ଲା ଯୁବ ବିନିମୟ କାର୍ଯ୍ୟକ୍ରମ

ମେରା ଯୁବା ଭାରତ ,ନବରଙ୍ଗପୁର ତରଫରୁ ଅନ୍ତଃଜିଲ୍ଲା ଯୁବ ବିନିମୟ କାର୍ଯ୍ୟକ୍ରମ

ନବରଙ୍ଗପୁର ତା ୨୭.୧.୨୦୨୬: ଆଜି ସ୍ଥାନୀୟ ଡି ପି ଆର୍ ସି ଠାରେ ମେରା ଯୁବା ଭାରତ,ନବରଙ୍ଗପୁର ତରଫରୁ ଅନ୍ତଃ ଜିଲ୍ଲା ଯୁବା ବିନିମୟ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି। ପ୍ରଥମେ ମୋ ଯୁବ ଭାରତ ର ଯୁବ ଅଧିକାରୀ ଭି ରମେଶ ସମସ୍ତଙ୍କୁ ସ୍ଵାଗତ କରି ଏହି ଯୁବା ବିନିମୟ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ସମ୍ପର୍କ ରେ ସୁଚନା ଦେଇଥିଲେ।ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୨୭/୧ ରୁ ୩୧/୧/୨୦୨୬ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ବିଶେଷ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଖୋର୍ଦ୍ଧା ଜିଲ୍ଲାରୁ ଆସିଥିବା ମନୋନୀତ ୩୬ ଜଣ ଯୁବାଙ୍କୁ ଏହି ବିନିମୟ କାର୍ଯ୍ୟକ୍ରମ ରେ ସ୍ବାଗତ କରି ନବରଙ୍ଗପୁର ଜିଲ୍ଲାର ସଂସ୍କୃତି,ଇତିହାସ ସ୍ଥଳୀ, ପର୍ଯ୍ୟଟନୀ ସ୍ଥଳ,ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ ପରିଦର୍ଶନ କରିବାକୁ ଆଗ୍ରହ

ପ୍ରକାଶ କରିଥିଲେ ଏବଂ ସାଧାରଣ ଲୋକଙ୍କ ସହ ମିଶି ଏ ମାଟିର ଗୌରବ ଜାଣିବାକୁ ପ୍ରୟାସ କରନ୍ତୁ ବୋଲି କହିଥିଲେ।କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ କମାନ୍ଡେଣ୍ଟ ୧୨ ବାଟାଲିୟନ ସିଆରପିଏଫ ଏନ୍ କେ କେ ପ୍ରସାଦ, ଡି ଆଇ ପି ଆର୍ ଓ ମନୋଜ ବେହେରା ଯୋଗ ଦେଇଥିଲେ। ଅତିଥି ଗଣ ନିଜ ବକ୍ତବ୍ୟରେ ଉପସ୍ଥିତ ଯୁବା ମାନଙ୍କୁ ଦେଶର ଭବିଷ୍ୟତ ବୋଲି ବର୍ଣ୍ଣନା କରି ନିଜର ଆତ୍ମବିଶ୍ବାସ,କଠିନ ପରିଶ୍ରମ,ଦାୟିତ୍ବବାନ,ଦୃଢ଼ ମନୋବଳ, ଦେଶ ପ୍ରେମ କୁ ପାଥେୟ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରନ୍ତୁ ଏବଂ ଜିଲ୍ଲାରେ ରହଣି ସମୟରେ ଏହି ଜିଲ୍ଲାର ସଂସ୍କୃତି,ଇତିହାସ,ସ୍ଵାଧୀନତା ସଂଗ୍ରାମର ସ୍ମାରକୀ, ପର୍ଯ୍ୟଟନୀ ସ୍ଥଳ ପରିଦର୍ଶନ,ଚାଷ, କୁଟୀର ଶିଳ୍ପ,ସ୍ଥାନୀୟ ବେଶଭୂଷା,ଆଦିବାସୀଙ୍କ ଜୀବନୀ ଉପରେ ଜ୍ଞାନ ଅର୍ଜନ କରିବାକୁ କହିଥିଲେ।ଏହି ଯୁବା ଛାତ୍ର ଛାତ୍ରୀମାନେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ପୋଡ଼ଗଡ, ଭଣ୍ଡାରଘରଣୀ ମନ୍ଦିର, ପେନ୍ଦ୍ରାଣି ମନ୍ଦିର,କୋଲାବ ଡ୍ୟାମ୍,ସହିଦ ମିନାର, ମଙ୍ଗଲମ୍ ତିମ୍ୱର,ମୁଖିଗୁଡ଼ା ଡ୍ୟାମ୍, ଚନ୍ଦନଧାରା ଇତ୍ୟାଦି ସହ ଯୁବା ଉପଯୋଗୀ ବିଷୟରେ ଶ୍ରେଣୀ ରେ ଉପସ୍ଥିତ ରହି ଜ୍ଞାନ ଅର୍ଜନ କରିବେ।

Leave a Reply

Your email address will not be published. Required fields are marked *