ଆନ୍ତର୍ଜାତୀୟ ସମୁଦ୍ର କୂଳ ସଫେଇ ଦିବସ ଅନୁଷ୍ଠିତ

ଆନ୍ତର୍ଜାତୀୟ ସମୁଦ୍ର କୂଳ ସଫେଇ ଦିବସ ଅନୁଷ୍ଠିତପରିବେଶ କୁ ସୁସ୍ଥ ରଖିବା ଆମ ସମସ୍ତଙ୍କ ଦାଆହ୍ବା, ଏହାର ସୁରକ୍ଷା ପାଇଁ ଆହ୍ବାନ ଦେଲେ ମନ୍ତ୍ରୀପୁରୀ ୨୦/୯ ପରିବେଶ ସୁସ୍ଥ ରହିଲେ ଜୀବ ଜଗତ ତିଷ୍ଠି ରହିବ।ଏଥିପାଇଁ ଆମ ସମସ୍ତ ଙ୍କ ସହଯୋଗ, ଉଦ୍ୟମ ଓ ସଂକଳ୍ପ ଜରୁରୀ ବୋଲି ଆହ୍ବାନ ଦେଇଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ।ଆଜି ପୂର୍ବାହ୍ନରେ ପୁରୀ ବ୍ଲୁ ଫ୍ଲାଗ ବିଚ ଠାରେ ଆନ୍ତର୍ଜାତୀୟ ସମୁଦ୍ର କୂଳ ସଫେଇ ଦିବସ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ପୁରୀ ମହାପ୍ରଭୁଙ୍କ ପବିତ୍ର ଧାମ।ଆଧ୍ୟାତ୍ମିକ ଓ ପର୍ଯ୍ୟଟନ ପାଇଁ ପ୍ରସିଦ୍ଧି ଲାଭ କରିଛି।ଏହାକୁ ନିରନ୍ତର ସ୍ବଛ ରଖିବା ସମସ୍ତଙ୍କର ଲକ୍ଷ୍ୟ ହେବା ଉଚିତ। ଓଡ଼ିଶାର ଶିମିଳିପାଳ ଜୈବ ବିବିଧତା ଓ ପିଓର ଅକ୍ସିଜେନ ପାଇଁ ପ୍ରସିଦ୍ଧି ଲାଭ କରିଛି।ଆମର ବିସ୍ତୃତ ୪୮୦ କିଲୋମିଟର ଦୀର୍ଘ ବିଶିଷ୍ଟ ସମୁଦ୍ର ବେଳାଭୂମି ସମସ୍ତଙ୍କୁ ଆକର୍ଷିତ କରିଛି।ଏହାକୁ ସୁସ୍ଥ, ସ୍ବଛ ଓ ସୁରକ୍ଷିତ ରଖିବା ଆମର ଦାୟିତ୍ବ।ବର୍ଯ୍ୟବସ୍ତୁ ପରିଚାଳନା ଆଜିର ସମୟରେ ସବୁଠାରୁ ବଡ ଆହ୍ଵାନ ବୋଲି କହିବା ସହ ପରିବେଶ ସୁରକ୍ଷା ପାଇଁ ସମସ୍ତଙ୍କୁ ଶପଥ ପାଠ କରିଥିଲେ।ଅନ୍ୟ ତମ ଅତିଥି ଭାବେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସ୍ୱଛତା ସମସ୍ତଙ୍କ ଆବଶ୍ୟକତା ଓ ସମସ୍ତଙ୍କ ଦାୟିତ୍ୱ।ଜଳ,ଜଙ୍ଗଲ, ଜମି ଓ ଜନ୍ତୁ ର ସୁରକ୍ଷା ପାଇଁ ପ୍ରତ୍ୟେକ ବିଶେଷ କରି ଛାତ୍ର ଛାତ୍ରୀ ମାନେ ସଂକଳ୍ପବଦ୍ଧ ହେବାକୁ ସେ ଆହ୍ୱାନ ଦେଇଥିଲେ।ପୂର୍ବତନ ସାଂସଦ ତଥା ବିଶିଷ୍ଟ ଅଭିନେତ୍ରୀ ଜୟପ୍ରଦା ପୁରୀ ଏକ ଧାର୍ମିକ ପୀଠ ହୋଇ ଥିବାରୁ ସମସ୍ତଙ୍କ ପୁରୀ ପ୍ରତି ଆକର୍ଷଣ ରହିଛି।ଏହାର ସ୍ବଛତା ସମସ୍ତେ ରକ୍ଷା କରିବାକୁ ଅନୁରୋଧ କରିଥିଲେ।ପୁରୀ ସାଂସଦ ଡା ସମ୍ବିତ ପାତ୍ର ପ୍ରଧାନମନ୍ତ୍ରୀ ସ୍ବଛତା,ସ୍ବଦେଶୀ ଓ ଶସ୍ତା କଥା ସୂଚନା ଦେଇଛନ୍ତି।ସ୍ବଛ ରହିଲେ ସୁସ୍ଥ ରହିବା, ସ୍ବଦେଶୀ ବ୍ୟବହାର ଦ୍ବାରା ଆମ ଅର୍ଥନୀତି ସୁଦୃଢ ହେବ,ବର୍ତ୍ତମାନ ଜିଏସଟି ହ୍ରାସ କରିଥିବାରୁ ଲୋକ ମାନେ ପ୍ରାୟ ସବୁ ଜିନିଷପତ୍ର ଶସ୍ତାରେ ପାଇବେ।ତେବେ ସୁସ୍ଥ ପରିବେଶ ପାଇଁ ଆମକୁ ସମର୍ପିତ ହେବାକୁ ପଡିବ ବୋଲି ସେ କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର,ଭାରତ ସରକାରଙ୍କ ପରିବେଶ ମନ୍ତ୍ରଣାଳୟର ଯୁଗ୍ମ ସଚିବ ରଜତ ଅଗ୍ରୱାଲ, ରାଜ୍ୟ ପିସିସିଏଫ ସୁରେଶ ପନ୍ତ,ପିସିସିଏଫ ୱ୍ବାଇଲ୍ଡ ଲାଇଫ ପ୍ରେମ କୁମାର ଝା,ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା, ଏସ ପି ପ୍ରତୀକ ସିଂ ପ୍ରମୁଖ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।ପ୍ରାରମ୍ଭରେ ରାଜ୍ୟ ପ୍ରଦୂଷଣ ବୋର୍ଡ ସଦସ୍ୟ ଉମା ନନ୍ଦୁରୀ ସମସ୍ତଙ୍କୁ ସ୍ବାଗତ ଓ ଅତିଥି ପରିଚୟ ଦେଇଥିବା ବେଳେ ପୁରୀ ଡିଏଫଓ ମଗର ଧନଜ ରାଓସୋ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ ଉପରେ ପ୍ରସ୍ତୁତ ଏକ ପୁସ୍ତକ କୁ ଅତିଥି ମାନେ ଉନ୍ମୋଚନ କରିଥିଲେ।ପୂର୍ବରୁ ଅନୁଷ୍ଠିତ ବିବିଧ ପ୍ରତିଯୋଗିତା ର କୃତି ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ପରେ ସମୁଦ୍ର ବେଳାଭୂମି କୁ ଅତିଥି ମାନେ ସଫେଇ କରିଥିଲେ।ପୂର୍ବରୁ ଅତିଥି ମାନେ ପେଣ୍ଠକଟା ବେଳାଭୂମି ସଫେଇ ରେ ସାମିଲ ହୋଇଥିଲେ।ଏହି ଅବସରରେ ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *