ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଅନ୍ତର୍ଜାତୀୟ ଶିଶୁ ଚିତ୍ରକଳା ପ୍ରଦର୍ଶନୀ ଆୟୋଜିତ

ଭୁବନେଶ୍ୱର, (୫/୨): ଭୁବନେଶ୍ୱର ସ୍ଥିତ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଆଜି ଅନ୍ତର୍ଜାତୀୟ ଶିଶୁ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟନୀ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଚିତ୍ରକଳା ପ୍ରଦର୍ଶନୀ ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୧୪ ଫେବୃଆରୀ ପର୍ଯ୍ୟନ୍ତ ଆୟୋଜିତ ହେବ।ଚିତ୍ରକଳା ପ୍ରଦର୍ଶନୀରେ ଆମ ଦେଶ ଭାରତ ସମେତ ଜର୍ମାନୀ, ଇଂଲଣ୍ଡ, ଭିଏତନାମ, ସାଉଥକୋରିଆ ଆଦି ଦେଶର ଶିଶୁ ଚିତ୍ରଶିଳ୍ପୀମାନଙ୍କ ଦ୍ୱାରା କାନଭାସରେ ଚିତ୍ରିତ ହୋଇଥିବା ଚିତ୍ରକଳାଗୁଡିକୁ ପ୍ରଦର୍ଶିତ କରାଯାଇଛି।

ଆଜିର ଉଦଘାଟନୀ ସମାରୋହରେ ଡ଼. ଅସିତ ମହାନ୍ତି, ଡ଼.ବସନ୍ତ ପଣ୍ଡା, ଡ଼.ଶିଶିର ମିଶ୍ର, ଡ଼.ସଜ୍ଜନ ଶର୍ମା, ଡ଼. ଭାଗ୍ୟଲିପି ମଲ୍ଲ ପ୍ରମୁଖ ଯୋଗଦେଇଥିଲେ। ପ୍ରଦର୍ଶନୀର ପ୍ରଥମ ଦିନରେ ଅନେକ ଶିଶୁ ଚିତ୍ରଶିଳ୍ପୀ ଓ ଦର୍ଶକମାନେ ପ୍ରଦର୍ଶନୀକୁ ବୁଲି ଦେଖିବା ସହ ଚିତ୍ରକଳା ଗୁଡିକର ପ୍ରଶଂସା କରିଥିଲେ।ଅମ୍ଳାନ ଦାସ ଲୋକସମ୍ପର୍କ ଅଧିକାରୀ

Leave a Reply

Your email address will not be published. Required fields are marked *