ଚନ୍ଦ୍ରଭାଗା ରେ ଅନ୍ତର୍ଜାତୀୟ ଉପକୂଳ ସଫେଇ ଦିବସ ପାଳିତ
କୋଣାର୍କ,୨୦.୦୯- କୋଣାର୍କ ନିକଟସ୍ଥ ଚନ୍ଦ୍ରଭାଗା ସମୁଦ୍ର ଉପକୂଳରେ ଶନିବାର ଆନ୍ତର୍ଜତୀୟ ଉପକୁଳ ସଫେଇ ଦିବସ ଅବସରରେ ଏକ ମେଗା ସଫେଇ କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଯାଇଛି। ରାଜ୍ୟ ପ୍ରଦୂଷଣ ବୋର୍ଡ, କୋଣାର୍କ ବନ ବିଭାଗ, ପୁରୀ ଜିଲ୍ଲା ଶିକ୍ଷା ବିଭାଗ, ଜାତୀୟ ସବୁଜ ବାହିନୀ, ଭାରତ ସ୍କାଉଟ୍ ଆଣ୍ଡ ଗାଇଡ, ଜୁନିଅର ରେଡକ୍ରସ୍ ପକ୍ଷରୁ ମିଳିତ ସହଯୋଗରେ ଚନ୍ଦ୍ରଭାଗା ସମୁଦ୍ର ଉପକୂଳରେ ଏକ ମେଗା ସଫେଇ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବରେ ପଲ୍ୟୁସନ୍ କଣ୍ଟ୍ରୋଲ ବୋର୍ଡ଼ ର ଅଧିକାରୀ ସ୍ମୃତିରଞ୍ଜନ ପ୍ରଧାନ, ସ୍ଵତିଶ୍ରୀ ସାମଲ, ସଞ୍ଜୀବ କୁଆଁର, ଜବାହର ନବୋଦୟ ବିଦ୍ୟାଳୟର ଅଧକ୍ଷ ବିଶ୍ଵନାଥ ଖିଲାର, ଜାତୀୟ ସବୁଜ ବାହିନୀର ରାମକୃଷ୍ଣ ମହାନ୍ତି, ରେଡକ୍ରସ୍ର କାଉନସିଲର ପ୍ରଦୀପ ପ୍ରଧାନ, କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ପ୍ରଣବ ଚାନ୍ଦ, କୋଣାର୍କ ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀ ପ୍ରମୁଖ ଉଦବୋଧନ ଦେଇ ଆମ ଚନ୍ଦ୍ରଭାଗା ବେଳଭୂମି ପରିବେଶକୁ ସଫା ରଖିବା ପାଇଁ ପରାମର୍ଶ ଦେଇଥିଲେ। ପରେ ପରେ ମେଗା ସଫେଇ କାର୍ଯ୍ୟକ୍ରମ, ଶୋଭାଯାତ୍ରା, ସଚେତନତା ଶିବିର ଓ ଶପଥ ପାଠ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ କୋଣାର୍କ ଭଗବତୀ ମହାବିଦ୍ୟାଳୟ ର ଏନ୍ ସି ସି ,ଆର୍ତ୍ତତ୍ରାଣ କ।ର୍ତିକେଶ୍ଵର ବିଦ୍ୟାପୀଠ, ନୂଆଗାଁ, ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ଭେଙ୍କେଟେ ଶ୍ୱର୍ ସ୍କୁଲ, ଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ, କୋଣାର୍କ ଉଚ୍ଚ ବିଦ୍ୟାଳୟ, ସରକାରୀ ଉଚ୍ଚ ବିଦ୍ୟାଳୟ, ଏସ ଏସ ଡି, କୋଣାର୍କ, କୋଣାର୍କ ବାଳିକା ଉଚ୍ଚ ବିଦ୍ୟାଳୟ, ରାଉଳ ପାଟଣା, ଜବାହର ନବୋଦୟ ବିଦ୍ୟାଳୟ, କୋଣାର୍କ, କୋଚିଲେଶ୍ୱର୍ ଉଚ୍ଚ ବିଦ୍ୟାଳୟ, ଗଡଝିଙ୍କିରିଆ, ର ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ପିନାକୀ ନାୟକ, ମାନସ ମୁଦୁଲି, ତେଜସ ମହାନ୍ତି, ଦିଲୀପ ଦାସ, ଲକ୍ଷ୍ମୀପ୍ରିୟା ମହାନ୍ତି, କଳ୍ପନା ପାତ୍ର, ସୁଲୋଚନା ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ।
