ବିଶ୍ୱ ଶ୍ରମିକ ଦିବସ
ବ୍ୟାସନଗର ସ୍ଥିତ ସଂସ୍କୃତି ଭବନ ପରିସରରେ ବିଶ୍ୱ ଶ୍ରମିକ ଦିବସ ଓଡିଶା ବିଦ୍ୟୁତ କର୍ମଚାରୀ ମହାସଙ୍ଘ ପକ୍ଷରୁ ଶ୍ରମିକ ଦିବସ ପାଳିତ ହେଇଯାଇଛି l ଓଡିଶା ବିଦ୍ୟୁତ କର୍ମଚାରୀ ସଙ୍ଘର ଜିଲ୍ଲା ସଭାପତି ବିପ୍ଳବ ସାମନ୍ତରାୟଙ୍କ ସଭାପତିତ୍ୱ ଆୟୋଜିତ କାର୍ଯ୍ୟକ୍ରମରେ ଯାଜପୁର ରୋଡ ବିଦ୍ୟୁତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପ୍ରମୋଦ କୁମାର ନାୟକ, ବିଦ୍ୟୁତ ବିଭାଗର ଭିଜିଲାନ୍ସ ଅଧିକାରୀ ପାର୍ଥସାରଥୀ ଦାସ ଓ ବରିଷ୍ଠ ଆଇନୀଜୀବି ରାଜୀବ କୁମାର ମହାନ୍ତି ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ଏହି ଅବସରରେ ଉପସ୍ଥିତ ଅତିଥି ମାନେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଦ୍ୟୁତ କର୍ମଚାରୀଙ୍କ ପାଇଁ ଆରମ୍ଭ ହେଉଥୁବା ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ l ଏହି ଅବସରରେ ସଙ୍ଘ ପକ୍ଷରୁ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଉପସ୍ଥିତ ଅତିଥି ମାନଙ୍କ ଦୃଷ୍ଟି ଆକ୍ରଷଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ରାଜ୍ୟର ଅନେକ କର୍ମଚାରୀ ଯୋଗଦେଇ ଶ୍ରମିକ ଦିବସ ଉପରେ ଆଲୋଚନା କରିଥିଲେ l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ
