ଆନ୍ତର୍ଜାତିକ ଧାନ ଗବେଷଣା ଅନୁଷ୍ଠାନ

କୃଷି ଓ କୃଷକ ସଶକ୍ତକରଣ ବିଭାଗର ସହଭାଗିତାରେ ବିଜ୍ଞାନ ଭିତ୍ତିକ ଧାନ ଗବେଷଣା ସମ୍ବନ୍ଧୀୟ ଆଲୋଚନା ଚକ୍ରଆନ୍ତର୍ଜାତିକ ଧାନ ଗବେଷଣା ଅନୁଷ୍ଠାନର ଗବେଷଣା ଶାଖା ଖୋଲିବାକୁ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ : ଊପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ ଭୂବନେଶ୍ବର: ଆଜି କୃଷି ଭବନ ପ୍ରେକ୍ଷାଳୟରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବିଜ୍ଞାନ ଭିତ୍ତିକ ଆଲୋଚନା ଚକ୍ରରେ ଫିଲିପାଇନ୍ସ, ମାନିଲା ସ୍ଥିତ ଆନ୍ତର୍ଜାତିକ ଧାନ ଗବେଷଣା ଅନୁଷ୍ଠାନର ମହାନିର୍ଦ୍ଦେଶିକା ଡଃ ୟୋଭୋନ ପିଣ୍ଟୋ ଧାନ ଗବେଷଣା କ୍ଷେତ୍ରରେ ନୂତନ ଦିଗ ଉପରେ ଆଲୋକପାତ କରିଥିଲେ । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢୀ, ଶ୍ରୀମତୀ ପିଣ୍ଟୋଙ୍କୁ ସ୍ଵାଗତ କରିବା ସହ ଏହି ଆଲୋଚନା ଚକ୍ରର ଆଭିମୁଖ ସମ୍ପର୍କରେ ଆଲୋକପାତ କରିଥିଲେ । ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଓଡିଶାରେ ଧାନ ଚାଷର ଉତ୍ପତ୍ତି ଏବଂ ଆମ ସଂସ୍କୃତି ସହ ଧାନ ଚାଷର ସମ୍ପର୍କକୁ ବାଖ୍ୟା କରିଥିଲେ ।

କୋରାପୁଟ ଅଞ୍ଚଳରେ ଧାନର ବିଭିନ୍ନ ପାରମ୍ପରିକ ପ୍ରଜାତିର ଉପସ୍ଥିତି କିପରି ବିଶ୍ଵ ଧାନ ଚାଷ ମାନଚିତ୍ରରେ ଓଡିଶାକୁ ଗର୍ବିତ କରୁଛି ସେ ବିଷୟରେ ମତବ୍ୟକ୍ତ କରିଥିଲେ । ଆନ୍ତର୍ଜାତିକ ଧାନ ଗବେଷଣା ଅନୁଷ୍ଠାନ ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ଓଡିଶାରେ ଏହି ଅନୁଷ୍ଠାନର ଏକ ଗବେଷଣା ଶାଖା ଖୋଲିବାକୁ ସରକାରଙ୍କ ତରଫରୁ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ । ଡଃ ପିଣ୍ଟୋ ଓଡିଶା ସରକାରଙ୍କ ସହଯୋଗ ଓ ସହଭାଗିତାରେ ଆନ୍ତର୍ଜାତିକ ଧାନ ଗବେଷଣା ଅନୁଷ୍ଠାନ ଧାନ ଚାଷ ସହ ଜଡିତ ଅନେକ ସମସ୍ୟାକୁ ଓଡିଶା ଜଳବାୟୁରେ ଗବେଷଣା କରି ତାର ସମାଧାନ ନିର୍ଦ୍ଧାରଣ ଦିଗରେ ପଦକ୍ଷପ ମାନ ନେଇ ପାରୁଥିବାରୁ ରାଜ୍ୟ ସରକାରଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ । ଧାନ ଗବେଷଣା କ୍ଷେତ୍ରରେ ଜଳବାୟୁ ପରିବର୍ତ୍ତନ ସମସ୍ୟା, ପୁଷ୍ଟିକର ଧାନ ପ୍ରଜାତିର ବିକାଶ, ଧାନର ନୂତନ ପ୍ରଜାତିର ସୃଷ୍ଟି ଏବଂ ଧାନର ମୂଲ୍ୟଶୃଙ୍ଖଳର ସୃଷ୍ଟି ସହ ରପ୍ତାନି ଭିତ୍ତିକ ବଜାର ସୃଷ୍ଟି କରି ଧାନ ଚାଷ କ୍ଷେତ୍ରରେ ଓଡିଶାକୁ ଆଗେଇ ନେବାକୁ ପ୍ରତିଶୃତି ଦେଇଥିଲେ । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢୀ କହିଥିଲେ ଯେ, ଆମ ରାଜ୍ୟ ବିଜ୍ଞାନ ଭିତ୍ତିକ କୃଷି ରୂପାନ୍ତରରେ ବିଶ୍ଵାସ କରି ଧାନ ଚାଷ ମାଧ୍ୟମରେ ରାଜ୍ୟରୁ କ୍ଷୁଧା, ଦାରିଦ୍ର୍ୟ ଓ କୁପୋଷଣକୁ ଦୂର କରିବା ସହ ଧାନ ଚାଷ ନିମନ୍ତେ ଏକ ସହନଶୀଳ କୃଷି ପରିସଂସ୍ଥାନ ସୃଷ୍ଟି କରିବାରେ ଆନ୍ତର୍ଜାତିକ ଧାନ ଗବେଷଣା ଅନୁଷ୍ଠାନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏହି ଆଲୋଚନା ଚକ୍ରରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ, ଉଦ୍ୟାନ କୃଷି ନିର୍ଦ୍ଦେଶକ, ବିଭାଗୀୟ ବରିଷ୍ଠ ଓ ବୈଷୟିକ ଅଧିକାରୀ, ଓଡିଶା କୃଷି ଓ ବୈଷୟିକ ବିଦ୍ୟାଳୟର ଡିନ ଏବଂ ବୈଜ୍ଞାନିକ ଗଣ ଓ ମିଡିଆ ପ୍ରତିନିଧି ଗଣ ଯୋଗ ଦେଇଥିଲେ । ପରିଶେଷରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ, ଶ୍ରୀ ପ୍ରେମ ଚନ୍ଦ୍ର ଚୌଧାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *