ମାନବ ଅଧିକାରର ରାଜ୍ୟ ଆୟୁକ୍ତ ଡ.ଘାସିରାମା ଖିଲୋ ଙ୍କୁ ଆନ୍ତର୍ଜାତୀୟ ସ୍ତରୀୟ ସମ୍ମିଳନୀରେ ପୁରସ୍କୃତ

ମାନବ ଅଧିକାରର ରାଜ୍ୟ ଆୟୁକ୍ତ ଡ.ଘାସିରାମା ଖିଲୋ ଙ୍କୁ ଆନ୍ତର୍ଜାତୀୟ ସ୍ତରୀୟ ସମ୍ମିଳନୀରେ ପୁରସ୍କୃତ
ବ୍ରହ୍ମପୁର- ମାନବ ଅଧିକାରର ରାଜ୍ୟ ଆୟୁକ୍ତ ଡ.ଘାସିରାମା ଖିଲୋ ଙ୍କୁ ଆନ୍ତର୍ଜାତୀୟ ସ୍ତରୀୟ ସମ୍ମିଳନୀରେ ପୁରସ୍କୃତ କରାଯାଇଛି । ନୂଆଦିଲ୍ଲୀ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ୱେଲ ଆଚିଭର୍ ଆୱାର୍ଡ ଭଳି ସମ୍ମାନଜନକ ପୁରସ୍କାର ପ୍ରଦାନ ସହିତ ସମ୍ୱର୍ଦ୍ଦିତ କରାଯାଇଛି ।ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପାଲେଷ୍ଟାଇନ୍ ଆମ୍ୱାସିର କାଉନସିଲର୍ ବେସମ୍ ଏଫ୍ ହିଲସ୍ , ବଲିଓଡ୍ କଳାକାର ବିନ୍ଦୁ ଦାରା ସିଂ , ୱାସିଙ୍ଗଟନ୍ ଡିଜିଟାଲ ୟୁନିଭରସିଟି ର ଆକାଡୋମିକ୍ ଆଡଭାଇଜର୍ ଡ.ରେଣ୍ଡିମା ପଠାରିଗା , ନିଲମ୍ ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ଡ.ଶାମିମ୍ ଅହମ୍ମଦ ପ୍ରମୁଖ ଯୋଗଦାନ କରି ଏଭଳି ସମ୍ୱର୍ଦ୍ଦିତ କରାଯାଇଥିଲା । ଏଭଳି ସମ୍ମାନଜନକ ପୁରସ୍କାର ପାଇଥିବା ଡ.ଘାସିରାମା ଖିଲୋ ୧୯୯୬ ମିହା ଜୁନ୍ ୭ ତାରିଖରେ ଜନ୍ମଗ୍ରହଣ କରିଥିବା ବେଳେ ପିତା ରିଲି ଖିଲୋ ଏବଂ ମାତା ଦାଇମତିଙ୍କ ସନ୍ତାନ ଭାବରେ ଦୀର୍ଘ ବର୍ଷ ଧରି ମାନବ ଅଧିକାର ପାଇଁ କାର୍ଯ୍ୟ କରୁଥିବା ବେଳେ ଛାତ୍ର ଅଧ୍ୟୟନ କ୍ୟାରିଅର ରୁ ସମାଜସେବା ଏବଂ ସ୍ୱେଚ୍ଛାସେବୀ ସଂସ୍ଥାରେ କାର୍ଯ୍ୟ କରି ଆସୁଥିବା ବେଳେ ବର୍ତ୍ତମାନ ରାଜ୍ୟରେ ମାନବ ଅଧିକାରର ରାଜ୍ୟ ଆୟୁକ୍ତ ଭାବରେ କାର୍ଯ୍ୟ କରି ଆସୁଛନ୍ତି । ସେପଟେ ଏଭଳି ସମ୍ମାନଜନକ ପୁରସ୍କାର ପାଇବା ପରେ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।

Leave a Reply

Your email address will not be published. Required fields are marked *