ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳିତ
ଜଟଣୀ ତା୨୧-୨-୨୬ ଉତ୍କଳ ସମ୍ମିଳନୀ ଖୋରଧା ଜିଲ୍ଲା ଶାଖା ଓ ବଡତୋଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ପ୍ରୟାସରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ବଡତୋଟା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଅଧିବକ୍ତା ଶିବ ସୁନ୍ଦର ପଟ୍ଟନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ପରେ ସଭା ଆରମ୍ଭ ହୋଇଥିଲା ।ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କୋଷାଧ୍ୟକ୍ଷ ଡ.ବିମଳ ଚନ୍ଦ୍ର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍କଳ ସମ୍ମିଳନୀ ତରଫରୁ ମାତୃଭାଷା ଓଡିଆ ର ସୁରକ୍ଷା ଓ ପ୍ରଚାର ପ୍ରସାର ପାଇଁ ନିଆଯାଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ.ପ୍ରମୋଦ ଚନ୍ଦ୍ର ଦାଶ, ମାତୃଭାଷା ଦିବସ ର ଉତ୍ପତ୍ତି, ଓଡିଆ ପରମ୍ପରା,ସଂସ୍କୃତି, ଚାଲିଚଳନ ଉପରେ ମାତୃଭାଷାର ଗୁରୁତ୍ୱ ଉପରେ ବକ୍ତବ୍ୟ ରଖିଥିଲେ l ଅନ୍ୟତମ ଅତିଥି ଶିକ୍ଷାବିତ୍ ଜବାହାରଲାଲ ସୁବୁଦ୍ଧି ମାତୃଭାଷା ଶିକ୍ଷାଦାନର ଉପକାରିତା ସଂପର୍କରେ ଉପଦେଶ ପ୍ରଦାନ କରିଥିଲେ।ମାତୃଭାଷା ପାଳନ ଦିବସର ତାତ୍ପର୍ଯ୍ୟ ସଂପର୍କରେ ଅବସରପ୍ରାପ୍ତ ସମବାୟ ଅଧିକାରୀ ପ୍ରସନ୍ନ କୁମାର ମିଶ୍ର, କିଶୋର ଚନ୍ଦ୍ର ପାଇକରାୟ, ଅର୍ଜୁନ ବାରିକ, ଧୋବଲି ମଙ୍ଗରାଜ,ପ୍ରତାପ ଚନ୍ଦ୍ର ବାରିକ,ପ୍ରସନ୍ନ କୁମାର ପଟ୍ଟନାୟକ ପ୍ରମୁଖ ବକ୍ତବ୍ଯ ରଖିଥିଲେ। ଜଟଣୀ ମଣ୍ଡଳ ଶିକ୍ଷା ଅଧିକାରୀ ଯୋଗେଶ ଚନ୍ଦ୍ର ସାମନ୍ତ ସିଂହାର ଅତିଥି ଭାବେ ଯୋଗ ଦେଇ ଉତ୍କଳ ସମ୍ମିଳନୀ ତରଫରୁ ପ୍ରଦତ୍ତ ଛବିଳ ମଧୁ ବର୍ଣବୋଧ ପୁସ୍ତକ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରିଥିଲେ। ବିଦ୍ୟାଳୟର ଶିକ୍ଷୟିତ୍ରୀ ସସ୍ମିତା ବଳିୟାରସିଂହ,ଇପ୍ସିତା ପ୍ରଧାନ, ସୁସ୍ମିତା ଜେନା, ସଚଳା ପରିଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
