ଅ।ନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ
ଓଡ଼ଗାଁ – ତା ୨୧-୦୨-୨୬ ଅ।ନ୍ତର୍ଜାତୀୟ ମାତୃଭାଷା ଦିବସ ଉପଲକ୍ଷେ ସମସ୍ତ ସାହିତ୍ୟ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ମାତୃଭାଷା ଦିବସ ମହାସମାରୋହରେ ପାଳନ କରାଯାଇଛି ।ଶରଣକୁଳ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପ୍ରଭାକର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ମହାସମାରୋହରେ ପାଳନ ହୋଇଯାଇଛି ।ସକାଳୁ ସମସ୍ତ ଛାତ୍ର ଛାତ୍ରୀ , ଶିକ୍ଷକ ଶିକ୍ଷୟତ୍ରୀ ଓ ଶିକ୍ଷା କମିଟିର ସଦସ୍ୟ ସଦସ୍ୟା ମାନେ ହାତରେ ଓଡ଼ିଆ ଭାଷାର ବିଭିନ୍ନ ପ୍ଳା କାର୍ଡ ଧରି ଗ୍ରାମ ପରିକ୍ରମା କରିବା ସହିତ ବିଦ୍ୟାଳୟ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସିଆର୍ ସି ସି ତଥା ସମ୍ମାନିତ ଅତିଥି ଗୋଦାବରୀ ବସନ୍ତିଆ ସମସ୍ତଙ୍କୁ ଓଡ଼ିଆ ଭାଷାର ଉନ୍ନତି ଓ ଓଡ଼ିଆ ଭାଷାକୁ ପ୍ରଚାର ପ୍ରସାର ନିମନ୍ତେ ଶପଥ ପାଠ କରାଇଥିଲେ ।ମୁଖ୍ୟ ଅତିଥି ଭାବରେ ଶିକ୍ଷାବିତ୍ କବି ତଥା ବରିଷ୍ଠ ସାମ୍ବାଦିକ ଦିନବନ୍ଧୁ ମହାପାତ୍ର ଯୋଗ ଦେଇ ମାତୃଭାଷା ର ମହନୀୟତା ଓ ଗୁରୁତ୍ଵ ଉପରେ ନିଜର ବକ୍ତବ୍ୟ ରଖି ନିଜ ମାତୃଭାଷା ବିନା ମଣିଷ ର ଜ୍ଞାନ ଗରିମା ଓ ପ୍ରତିଷ୍ଠାର କୌଣସି ମୂଲ୍ୟ ନ ଥାଏ ବୋଲି କହିଥିଲେ । ମାତୃଭାଷା ଉପରେ ସଙ୍ଗୀତ,ଚିତ୍ରାଙ୍କନ,ବକ୍ତୃତା ଇତ୍ୟାଦି ପ୍ରତିଯୋଗିତା କରାଯାଇ ଶ୍ରେଷ୍ଠ ପ୍ରତିଯୋଗୀ ମାନକୁ ମୁଖ୍ୟଅତିଥି ଙ୍କ ଦ୍ଵାରା ଟ୍ରଫି ପ୍ରଦାନ କରାଯାଇଥିଲା ।ଓଡ଼ିଆ ଭାଷା ସାହିତ୍ୟ ଉପରେ ସଙ୍ଗୀତ ନୃତ୍ୟ ଇତ୍ୟାଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀ ମାନକ ଦ୍ଵାରା ପରିବେଷଣ କରାଯାଇଥିଲା ଯାହାକି ଉପସ୍ଥିତ ଦର୍ଶକ ମାନକୁ ଅଭିଭୂତ କରିଥିଲା ।ଏହି କାର୍ଯ୍ୟକ୍ରମ କୁ ଶିକ୍ଷକ ଶେଷଦେବ ଘଡେ଼ଇ,ନିରୁପମା ସାହୁ,ଚାରୁଲତା ରଥ,ସରୋଜିନୀ ମହାପାତ୍ର ଓ ଦିପ୍ତିର।ଣି ମିଶ୍ର ପରିଚାଳନା କରିଥିଲେ ।
