international open karate championship 2024
ଟିଟିଲାଗଡ଼ – ଗତ ଜାନୟାରୀ ୫ ରୁ ୭ ତାରିଖ ପର୍ଯ୍ୟନ୍ତ ଝାଡଖଣ୍ଡ ରାଜ୍ୟ ଗ୍ରିଡ଼ିହି ଜିଲ୍ଲା ଟାଉନ ହୋଲ ଠାରେ ହୋଇଥିବା international open karate championship 2024 ରେ ଓଡିଶା କୁ ବଡ ସଫଳତା ମିଳିଛି। ପ୍ରଶିକ୍ଷକ ସଂସାଇ ଜିତୁ ପୃଷ୍ଟି , ଟିଟଲାଗଡ କରାଟେ ସଂଘ୍ ସମ୍ପାଦକ ଓ। ପ୍ରଶିକ୍ଷକ ସଂସାଇ କେଦାର କବାଟ ଏବଂ ସଙ୍ଗ ପରିଚାଳକ ସମସେର ଅଲ୍ଲୀ ଙ୍କ ନେତୃତ୍ୱ ରେ ଯାଇଥିବା ଖେଳାଳି ନିଜ ପ୍ରତିଦ୍ବନ୍ଦୀ ମାନଙ୍କୁ ପରାସ୍ତ କରି ମୋଟ 32 ଟି ପଦକ ହାସଲ କରିଛନ୍ତି। ସେଥିମଧ୍ୟରୁ ୭ ଟି ସ୍ବର୍ଣ୍ଣ ପଦକ, ୧୧ ଟି ରୋପ୍ୟ ପଦକ ଓ ୧୪ ଟି କାଂସ୍ୟ ପଦକ। ଓଡ଼ିଶା ର ଟିଟିଲାଗଡ଼ କରାଟେ ଆସୋସିଏସନ୍ ଓ ଗୁରୁକ୍ରୁପା ମାରସ୍ଲାଟ ଏକାଡେମୀ ରାଜ୍ୟ ସମ୍ପାଦକ କେଦାର କବାଟ ନେତୃତ୍ବରେ ମୁଖ୍ୟ ସଂସାଇ ଜିତୁ ପୃଷ୍ଟି ଏହି ଉଭୟ ଆସୋସିଏସନ୍ ର ଖେଳାଳି ମାନେ ଏହି ପ୍ରତିଯୋଗୀତା ରେ ଭାଗ ନେଇ ବିଜେତା ହୋଇ ନିଜ ରାଜ୍ୟ ର ଟେକ ରଖିଆସୁଛନ୍ତି ଏବଂ ଏହି ଥର ମଧ୍ୟ ଆନ୍ତର୍ଜତୀୟ କରାଟେ ପ୍ରତିଯୋଗିତା୨୦୨୪ ରେ ମଧ୍ୟ ଭାଗ ନେଇ ଉତିର୍ଣ୍ଣ ହୋଇ ନିଜ ଦେଶ,ନିଜ ରାଜ୍ୟ, ନିଜ ମାଟି ର ଗର୍ବ ଓ ଗୌରବ ସାଜିଛନ୍ତି। ଏହି ପ୍ରତିଯୋଗିତା ରେ ଅନେକ ଦେଶ ଓ ରାଜ୍ୟ ରୁ ଖେଳାଳି ଭାଗ ନେଇଥିଲେ ଯଥା – ନେପାଲ, ଭୁଟାନ, ବାଙ୍ଗଲାଦେଶ , ଶ୍ରୀଲଙ୍କା, ଭାରତ ଏବଂ ଭାରତ ଦେଶରୁ ଓଡ଼ିଶା, ନର୍ଥ ୱେଷ୍ଟ ବେଙ୍ଗଲ,ସାଉଥ ୱେଷ୍ଟ ବେଙ୍ଗଲ, ବିହାର, ଦିଲ୍ଲୀ, ମୁମ୍ବାଇ, ଝାଡଖଣ୍ଡ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଛତଶଗଡ଼ । ଏଥିରେ ସର୍ବ ମୋଟ ୩୯୫ ଜଣ ଖେଳାଳି ଅଂଶଗ୍ରହଣ କରି ନିଜ ନିଜ ପ୍ରତିଭା ଅନୁସାରେ ବିଜୟ ହୋଇଛନ୍ତି । ଆଜି ଓଡ଼ିଶା ର ଟିଟିଲାଗଡ଼ କରାଟେ ଆସୋସିଏସନ୍ ଓ ଗୁରୁକ୍ରୂପା ମାର୍ସ୍ଲାଟ ଏକାଡେମୀ କଣ୍ଟାବାଞ୍ଜି ର ବିଜେତା ଖେଳାଳିଙ୍କୁ ଟିଟିଲାଗଡ଼ କରାଟେ ଆସୋସିଏନର ମୁଖ୍ୟ ସଂରକ୍ଷକ ଯିଏ ପ୍ରଥମେ ଟିଟିଲାଗଡ ରେ କରାଟେ ର ପ୍ରଶିକ୍ଷଣ ଆରମ୍ଭ କରିଥିଲେ ସଂସାଇ ପ୍ରଦୀପ କୁମାର ବାଗ ,କେଶିଅର୍ ପ୍ରମୋଦ କୁମାର ପାଲ, ପ୍ରେସିଡେଣ୍ଟ ଅମରଜିତ୍ ବାଗ, ମନହର ବାଗ, ଚିତ୍ରସେନ ସାହୁ, ବୃନ୍ଦାବନ ଷଡ଼ଙ୍ଗୀ,ବାବେଲ ନାଗ, ସଂସାଇ ବଲାଙ୍ଗୀର ଜିଲ୍ଲା ଜୁଡୋ ସଂଘ୍ ସଭାପତି ଗୋବିନ୍ଦ ଜୈନ୍ ସଂସେଇ ଦେବେନ୍ଦ୍ର ଜୈନ, ପ୍ରେମଲାଲ ବଗର୍ତ୍ତୀ,ଗୁପ୍ତେଶ୍ୱର ସାହୁ, ବାନ୍ଦୂପଲା ସରପଞ୍ଚ ଗୋପାଳ ତାଣ୍ଡି, ସନସାଇ ରାମଚନ୍ଦ୍ର ସାହୁ,ଚିତ୍ରସେନ ସାହୁ, ସୁଶାନ୍ତ କବାଟ, ଶିବ ଶଙ୍କର ପୃଷ୍ଟି ପ୍ରଦୀପ ଥପା, ଶଶୀଭୂଷଣ ମିଶ୍ର, ଲୋକନାଥ ମେହେର, ଶ୍ରୀନୁ ମୋରେ, ବୈଷ୍ଣବ ସେଠୀ ଙ୍କ ସହ ଜିଲ୍ଲାବାସୀ, ତଥା ଟିଟିଲାଗଡ ର ମାନ୍ୟଗନ୍ୟ ବ୍ୟକ୍ତି ଓ ଟିଟିଲାଗଡ ବାସିନ୍ଦା ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ପାଇଁ ଉପସ୍ଥିତ ଥିବା ସହ ବୁଦ୍ଧିଜୀବୀ ମହଲରେ ଖେଳାଳି ଙ୍କ ପ୍ରଶଂସା ର ସୁଅ ଛୁଟୁଛି।
