ଇଟାଲୀର ଭେନିସ ଠାରେ ବାଲୁକା କଳା ମାଧ୍ୟମରେ ପ୍ରଶଂସିତ ହେଲେ ଅର୍ନ୍ତଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ
– ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଇଟାଲୀର ଭେନିସ ଠାରେ ଆୟୋଜିତ ବିଶ୍ଵସ୍ଥରୀୟ ଚିତ୍ରକଳାରେ ଅଂଶଗ୍ରହଣ କରି ଦେଶ ପାଇଁ ଗୌରବ ଆଣିଛନ୍ତି। ସାରା ବିଶ୍ୱରୁ ତିରିଶ ଜଣ କଳାକାର ମାନଙ୍କ ମଧ୍ୟରେ ସୁଦର୍ଶନ ଅନ୍ୟତମ କଳାକାର ଭାବେ ଯୋଗ ଦେଇଛନ୍ତି । ବାଲି ଓ ପେଣ୍ଟିଙ୍ଗର ମିଶ୍ରଣରେ ସୁଦର୍ଶନ ପ୍ରସ୍ତୁତ କରିଥିବା ଚିତ୍ରକଳା ସ୍ଥାନିତ ହୋଇଥିବା ବେଳେ ଏହା ସେଠାରେ ବେଶ ପ୍ରଶଂସା ସାଉଁଟିଛି। ଏହି ସୁନ୍ଦର କଳାକୁ ଦେଖି ସମସ୍ତେ ବିମୋହିତ ହୋଇଥିବା ବେଳେ ଆନନ୍ଦିତ ମଧ୍ୟ ହୋଇଛନ୍ତି। ଭାରତରୁ ଏକ ମାତ୍ର କଳାକାର ଭାବେ ସୁଦର୍ଶନ ଭେନିସ ଠାରେ ଯୋଗଦାନ କରି ନିଜକୁ ଗର୍ବିତ ମନେ କରିଥିବା ପ୍ରକାଶ କରିଛନ୍ତି।
