ଶ୍ରୀଜଗନ୍ନାଥ ମନ୍ଦିର ଚାରିଦ୍ବରର ମାହାତ୍ମ୍ୟ ସଂପର୍କରେ ଆନ୍ତର୍ଜାତୀୟ ଆଭାସୀ ଆଲୋଚନା ଚକ୍ର।

ଶ୍ରୀଜଗନ୍ନାଥ ମନ୍ଦିର ଚାରିଦ୍ବରର ମାହାତ୍ମ୍ୟ ସଂପର୍କରେ ଆନ୍ତର୍ଜାତୀୟ ଆଭାସୀ ଆଲୋଚନା ଚକ୍ର।ଶ୍ରୀଜଗନ୍ନାଥ ଭକ୍ତ ସମାଜ ପୁରୀ ତରଫରୁ ଅନୁଷ୍ଠାନର ସଭାପତି ଶ୍ରୀ ଶଙ୍କର୍ଷଣ ମଂଗରାଜଙ୍କ ପୌରହିତ୍ୟରେ ହିନ୍ଦୀ ଭାଷା ମାଧ୍ୟମରେ ଶ୍ରୀଜଗନ୍ନାଥ ମନ୍ଦିର ଚାରି ଦ୍ବାର ମାହାତ୍ମ୍ୟ ସଂପର୍କରେ ଏକ ଆନ୍ତର୍ଜାତୀୟ ଆଭାସୀ ଆଲୋଚ଼ନା ଚ଼କ୍ର ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ପଣ୍ଡିତ ରାକେଶ୍ କୁମାର ଆଚାର୍ଯ୍ୟ ବୈଦିକ ମଂଗଳାଚରଣ ପାଠ କରିଥିଲେ। ମାର୍ଗଦର୍ଶକ ତଥା ଶ୍ରୀଜଗନ୍ନାଥ ମନ୍ଦିର ପୁରୋହିତ ପ୍ରୋ. ପୁର୍ଣ୍ଣଚନ୍ଦ୍ର ମହାପାତ୍ର ସଭାର ଆଭିମୁଖ୍ୟ ପ୍ରଦାନ କରିଥିଲେ। ଗୀତିକାର ଶ୍ରୀମତୀ ଅନାମିକା ସ୍ବାଇଁ ପଟ୍ଟନାୟକ ଓ ଶ୍ରୀଯୁକ୍ତ ମିଥିଲେଶ ମିଶ୍ର ଜଗନ୍ନାଥ ଭଜନ ଗାନ କରିଥିଲେ । ମୁଖ୍ୟବକ୍ତା ଭାବେ ଅନୁଷ୍ଠାନର ସଂପାଦକ ଡ.ଶଶିକାନ୍ତ ରଥ ଯୋଗଦେଇ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରରେ ଥିବା ଚାରିଦ୍ବାର-ଧର୍ମ, ଅର୍ଥ,କାମ,ମୋକ୍ଷ ଚତୁର୍ବଗର ଫଳ ପ୍ରଦାନ କରିଥାଏ ବୋଲି ମତପୋଷଣ କରିବା ସହ ଉତ୍କଳୀୟ ସ୍ଥାପତ୍ୟ ବିଶ୍ଵରେ ବହୁତ ଉତ୍କୃଷ୍ଟ ଥିବା କଥା କହିଥିଲେ। ଶ୍ରୀଜଗନ୍ନାଥ ମନ୍ଦିରର ଚାରି ଦ୍ବାର ମଧ୍ୟରେ ସିଂହ ଦ୍ୱାରକୁ ବୈକୁଣ୍ଠର ଦ୍ବାର ବା ଧର୍ମ ଦ୍ବାର, ପଶ୍ଚିମ ଦ୍ବାର କାମ ଦ୍ବାର, ଦକ୍ଷିଣ ଦ୍ଵାର ଅର୍ଥ ଦ୍ବାର,ଉତ୍ତର ଦ୍ଵାର ମୋକ୍ଷ ଦ୍ବାର ବୋଲି କହିଥିଲେ। ଏଥିରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଦିଲ୍ଲୀରୁ ପ୍ରୋ. ସୁଜ୍ଞାନ କୁମାର ମହାନ୍ତି , ଛତିଶଗଡ଼ ବିଶ୍ୱବିଦ୍ୟାଳୟର ହିନ୍ଦୀ ବିଭାଗର ପୂର୍ବତନ ପ୍ରୋ.ମୀନକେତନ ଦାଶ୍ ,ମରିସଶରୁ ଶ୍ରୀ ନରେଶ କୁମାର, ବିଶିଷ୍ଟ ସମାଜସେବୀ ଡ. ନାରାୟଣ ମହାପାତ୍ର, ଶ୍ରୀ ବୀର ଅନନ୍ତ ପଣ୍ଡା, ଶ୍ରୀମହନ୍ତ ବିଜୟ ଆଶିସ୍ ଜୀ ମହାରାଜ, ଶ୍ରୀ କାର୍ତ୍ତିକ ସାହୁ, ଇଂ ଗୋପନାଥ ମିଶ୍ର,ଶାନ୍ତି ମିଶ୍ର, ଶ୍ରୀ ଶମ୍ଭୂ ସିଂ, ଶ୍ରୀ ଅତୁଲ ଶର୍ମା, ବୁଦ୍ଧଦେବ ଚକ୍ରବର୍ତ୍ତୀ, ଶ୍ରୀ ନରେନ୍ଦ୍ର କୁମାର ନାୟକ, ଶ୍ରୀ ନରେଶ କୁମାର, ଶ୍ରୀ ସୁରେଶ୍ କୁମାର ଚୌଧୁରୀ, ଶ୍ରୀଯୁକ୍ତ ମିଥିଲେଶ କୁମାର ମିଶ୍ର ତଥା ଉତ୍ତର ପ୍ରଦେଶ , ଦିଲ୍ଲୀ, ମହାରାଷ୍ଟ୍ର, ତାମିଲନାଡୁ, ଉତ୍ତରାଖଣ୍ଡ, ପଶ୍ଚିମ ବଙ୍ଗ ଓ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଭକ୍ତ ମାନେ ଯୋଗଦାନ କରିଥିଲେ। ଇଂ ଗୋପନାଥ ମିଶ୍ର ମହାରାଷ୍ଟ୍ରରୁ ସଭା ପରିଚାଳନା ଓ ଶେଷରେ ଉପ- ସଭାପତି ଡ. ପ୍ରଦୀପ ଚନ୍ଦ୍ର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *