ଶ୍ରୀଜଗନ୍ନାଥ ଭକ୍ତ ସମାଜ, ପୁରୀ ତରଫରୁ ଆନ୍ତର୍ଜାତୀୟ ଆଭାସୀ ଆଲୋଚନା ଚକ୍ର ।

ଶ୍ରୀଜଗନ୍ନାଥ ଭକ୍ତ ସମାଜ, ପୁରୀ ତରଫରୁ “ସ୍କନ୍ଦ ପୁରାଣରେ ଶ୍ରୀଜଗନ୍ନାଥ” ଶୀର୍ଷକ ଆଲୋଚନା ଚକ୍ରରେ ଅନୁଷ୍ଠାନର ସଭାପତି ଶ୍ରୀ ଶଙ୍କର୍ଷଣ ମଙ୍ଗରାଜ ପୌରହିତ୍ୟ କରିଥିବା ସହ ସଭାର ଆଭିମୁଖ୍ୟ ପ୍ରଦାନ କରିଥିଲେ । ଏଥିରେ ମୁଖ୍ୟ ବକ୍ତା ଭାବେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପୁରୀ, ଓଡ଼ିଶା ପ୍ରାକ୍ତନ ପ୍ରଫେସର ପ୍ୟାରୀମୋହନ ପଟ୍ଟନାୟକ ଯୋଗ ଦେଇ ସ୍କନ୍ଦ ପୁରାଣରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରଂବ୍ରହ୍ମତ୍ୱ ତଥା ଆବିର୍ଭାବ , ବ୍ରହ୍ମାଙ୍କ ଦ୍ଵାରା ମନ୍ଦିର ପ୍ରତିଷ୍ଠା , ଇନ୍ଦ୍ରଦ୍ୟୁମ୍ନଙ୍କୁ ଭଗବାନଙ୍କ ଦର୍ଶନ ଦେବା ବିଷୟରେ ଆଲୋଚନା କରିଥିଲେ।ଆହୁରି ମଧ୍ୟ ମହାପ୍ରଭୁ ଯୁଗେ ଯୁଗେ ନୀଳାଚଳରେ ଲୀଳା କରୁଅଛନ୍ତି ବୋଲି ମତବକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀମନ୍ଦିର ପୁରୋହିତ ପ୍ରଫେସର ପୂର୍ଣ୍ଣଚ଼ନ୍ଦ୍ର ମହାପାତ୍ର, ବିଶିଷ୍ଟ ସମାଜସେବୀ ଡଃ ନାରାୟଣ ମହାପାତ୍ର, ପ୍ରଫେସର ଗୌରପ୍ରିୟା ଦାଶ, ପ୍ରଫେସର ସାବିତ୍ରୀ ଶତପଥୀ, ଡଃ ବଳରାମ ଦାଶ, ସଂପାଦକ ଡଃ ଶଶିକାନ୍ତ ରଥ,ତଃ ପ୍ରଦୀପ ଚନ୍ଦ୍ର ଆଚାର୍ଯ୍ୟ,ଇଂ ବିଜୟ କୁମାର ପଣ୍ଡା, ଶ୍ରୀ ଅତୁଲ୍ ଶର୍ମା, ଶ୍ରୀଶମ୍ଭୁ ସିଂ, ଇଂ ସୁଭେନ୍ଦୁ ସାମଲ, ସୁଶ୍ରୀ ପୁଷ୍ପିତା ପଟ୍ଟନାୟକ,ତଃ ଅଜିୟାନନ୍ଦ ସାହୁ, କାର୍ତ୍ତିକ ସାହୁ, କୃଷ୍ଣ ପ୍ରିୟା ସାହୁ, ବୁଦ୍ଧଦେବ ଚକ୍ରବର୍ତ୍ତୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପୁରୀରୁ ପଣ୍ଡିତ ନୃସିଂହ ଚରଣ ଦାଶ ବୈଦିକ ମଙ୍ଗଳାଚରଣ କରିଥିଲେ l ଶ୍ରୀ ବିଜୟ କୁମାର ସାହୁ ଜୟ ଧନୀ ଦେଇଥିଲେ । ମହାରାଷ୍ଟ୍ରରୁ ଇଂ ଗୋପନାଥ ମିଶ୍ର ସଭା ପରିଚାଳନା କରିଥିଲେ l ଭୁବନେଶ୍ୱରରୁ କଣ୍ଠଶିଳ୍ପୀ ଭାରତୀ ଭୂଷଣ ପଟ୍ଟନାୟକ,ହିମାଚ଼ଳ ପ୍ରଦେଶରୁ ଅଭିଷେକ ଗୋସ୍ୱାମୀ ଭକ୍ତି ସଂଗୀତ ପରିବେଷଣ କରିଥିଲେ । ଦିଲ୍ଲୀରୁ ଶ୍ରୀ ନରେଶ କୁମାର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *