ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ମହାରାଜା ଇନ୍ଦ୍ରଦ୍ୟୁମ୍ନ* ଶୀର୍ଷକ ଆନ୍ତର୍ଜାତୀୟ ଆଭାସୀ ଆଲୋଚନା ଚକ୍ର।

ଶ୍ରୀଜଗନ୍ନାଥ ଭକ୍ତ ସମାଜ ପୁରୀ ତରଫରୁ ଅନୁଷ୍ଠାନର ସଭାପତି ଶ୍ରୀ ଶଙ୍କର୍ଷଣ ମଂଗରାଜଙ୍କ ପୌରହିତ୍ୟରେ ହିନ୍ଦୀ ଭାଷା ମାଧ୍ୟମରେ “ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ମହାରାଜା ଇନ୍ଦ୍ରଦ୍ୟୁମ୍ନ” ଶୀର୍ଷକ ଏକ ଆନ୍ତର୍ଜାତୀୟ ଆଭାସୀ ଆଲୋଚ଼ନା ଚ଼କ୍ର ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ପଣ୍ଡିତ ଆଶୁତୋଷ ପଣ୍ଡା ବୈଦିକ ମଂଗଳାଚରଣ ପାଠ କରିଥିଲେ। ସମ୍ପାଦକ ଡ. ଶଶିକାନ୍ତ ରଥ ସଭାର ଆଭିମୁଖ୍ୟ ପ୍ରଦାନ କରିଥିଲେ। କବି ଇଂ. ବିଜୟ କୁମାର ପଣ୍ଡା ସ୍ଵରଚିତ ଜଗନ୍ନାଥ ଭଜନ ( ବେଙ୍ଗାଲୁର)ଓ ଭକ୍ତ ଅଞ୍ଜନା ସିଂ (ଡେରାଡୁନ) ଜଗନ୍ନାଥ ଭଜନ ଗାନ କରିଥିଲେ । ମୁଖ୍ୟବକ୍ତା ଭାବେ କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ, ଶ୍ରୀସଦାଶିବ ପରିସରର ପୁରାଣ ଇତିହାସ ବିଭାଗ ଅଧ୍ୟକ୍ଷା ପ୍ରଫେସର ମିନତୀ ରଥ ଯୋଗଦେଇ କହିଲେ ମହାପ୍ରଭୁ ଆଦ୍ୟ ସତ୍ୟଯୁଗ ତଥା ସୃଷ୍ଟିର ପ୍ରାରମ୍ଭରୁ ନୀଳାଚ଼ଳ କ୍ଷେତ୍ରରେ ବିରାଜମାନ କରିଅଛନ୍ତି। ସର୍ବପ୍ରଥମେ ସେ ନୃସିଂହ ରୂପରେ, ତତ୍ପରେ ନୀଳମାଧବ ରୂପରେ ଓ ଭକ୍ତ ଶିରୋମଣି ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ଶ୍ରୀଜଗନ୍ନାଥ, ଶ୍ରୀବଳଦେବ, ଦେବୀ ସୁଭଦ୍ରା ଓ ଚକ୍ର ସୁଦର୍ଶନ ଚ଼ତୁର୍ଦ୍ଧାମୂର୍ତ୍ତି ରୂପେ ପୂଜିତ ହେଲେ। ସେ କହିଲେ ମହାରାଜା ଇନ୍ଦ୍ରଦ୍ୟୁମ୍ନ ମନ୍ଦିର ତୋଳାଇ ଭଗବାନ ବ୍ରହ୍ମାଙ୍କୁ ମନ୍ଦିର ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ ଦେବାକୁ ଯାଇଥିବା ସମୟରେ ଗାଲମାଧବ ମନ୍ଦିର କରିଛନ୍ତି ବୋଲି ପ୍ରଚାର କରିଥିଲେ। ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମାଙ୍କୁ ଆଣି ଆସିବା ପରେ ଗାଲମାଧବ ମନ୍ଦିରର ନିର୍ମାଣ କରିବାର କହିବାରୁ ବ୍ରହ୍ମା ପ୍ରମାଣ ସ୍ୱରୂପ ଇନ୍ଦ୍ରଦ୍ୟୁମ୍ନ ମନ୍ଦିର ନିର୍ମାଣ କରିବାର ପ୍ରମାଣିତ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦାରୁ ସ୍ୱରୂପ ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ପ୍ରତିଷ୍ଠିତ ହେବା ପରେ ବର ରୂପରେ ନିଜ ବଂଶରେ କେହି ଜନ୍ମ ନ ହେବାକୁ ପ୍ରାର୍ଥନା କଲେ । ଦେବ ଦୀପାବଳୀ ଦିନ ମହାପ୍ରଭୁ ନିଜେ ଇନ୍ଦ୍ରଦ୍ୟୁମ୍ନ ଓ ମହାରାଣୀ ଗୁଣ୍ଡିଚାଙ୍କୁ ପିଣ୍ଡଦାନ କରୁଥିବାର ଦେଖିବାକୁ ମିଳେ। ମହାରାଣୀ ଗୁଣ୍ଡିଚାଙ୍କ ଅନୁରୋଧରେ ମହାପ୍ରଭୁ ପ୍ରତିବର୍ଷ ରଥାରୂଢ ହୋଇ ଗୁଣ୍ଡିଚା ମଣ୍ଡପକୁ ଯାତ୍ରା କରୁଛନ୍ତି ବୋଲି ମତବ୍ୟକ୍ତ କରିଥିଲେ। ଏହି ସଭାରେ ଛତିଶଗଡ଼ ବିଶ୍ୱବିଦ୍ୟାଳୟର ହିନ୍ଦୀ ବିଭାଗର ପୂର୍ବତନ ପ୍ରୋ.ମୀନକେତନ ଦାଶ୍, ପ୍ରୋ. ସାବିତ୍ରୀ ସତପଥୀ,ବିଶିଷ୍ଟ ସମାଜସେବୀ ଡ. ନାରାୟଣ ମହାପାତ୍ର,ଶ୍ରୀ ବୀର ଅନନ୍ତ ପଣ୍ଡା, ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ମହାପାତ୍ର, ଶ୍ରୀ କାର୍ତ୍ତିକ ସାହୁ,ଶାନ୍ତି ମିଶ୍ର, ଶ୍ରୀ ଶମ୍ଭୂ ସିଂ, ଶ୍ରୀ ଅତୁଲ ଶର୍ମା, ଶ୍ରୀମତୀ ସଂଯୁକ୍ତା ମହାପାତ୍ର,ଡ. ନିଭା ମହାନ୍ତି,ଡଃ.ପ୍ରଦୀପ ଚନ୍ଦ୍ର ଆଚାର୍ଯ୍ୟ, ଶ୍ରୀବୁଦ୍ଧଦେବ ଚକ୍ରବର୍ତ୍ତୀ, ଶ୍ରୀ ମିଥିଲେଶ କୁମାର, ଶ୍ରୀ ନରେନ୍ଦ୍ର କୁମାର ନାୟକ, ଶ୍ରୀ ନରେଶ କୁମାର, ଶ୍ରୀ ସୁରେଶ୍ କୁମାର ଚୌଧୁରୀ ତଥା ଉତ୍ତର ପ୍ରଦେଶ , ଦିଲ୍ଲୀ, ମହାରାଷ୍ଟ୍ର, ତାମିଲନାଡୁ, ଉତ୍ତରାଖଣ୍ଡ, ପଶ୍ଚିମ ବଙ୍ଗ ଓ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ପାଞ୍ଚ ସହରୁ ଅଧିକ ଭକ୍ତ ଯୋଗଦାନ କରିଥିଲେ। ଇଂ ଗୋପନାଥ ମିଶ୍ର ମହାରାଷ୍ଟ୍ରରୁ ସଭା ପରିଚାଳନା ଓ ଶେଷରେ ଅନୁଷ୍ଠାନ ସଂପାଦକ ଡ. ଶଶିକାନ୍ତ ରଥ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *