ପୁରୀରେ ପାଳିତ ହେଲା ଆନ୍ତର୍ଜାତୀୟ ହ୍ୱିଲଚେୟାର ଦିବସ ୨୦୨୬

ପୁରୀ, ୧/୩:ଆନ୍ତର୍ଜାତୀୟ ହ୍ୱିଲଚେୟାର ଦିବସ ୨୦୨୬ ଅବସରରେ ରବିବାର ସକାଳ ୧୦ଘଟିକା ସମୟରେ ପୁରୀ ସ୍ଥାନୀୟ ନାରିସେବା ସଦନ ପ୍ରାଙ୍ଗଣରେ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଶ୍ରୀକ୍ଷେତ୍ର ଦିବ୍ୟାଙ୍ଗ ସେବା ସଂଗଠନ ପକ୍ଷରୁ ଆୟୋଜନ କରାଯାଇଥିଲା।ସଂଗଠନର ସମସ୍ତ ସଭ୍ୟ ଓ ସଭ୍ୟାବୃନ୍ଦ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ସଙ୍ଗୀତ ଓ ନୃତ୍ୟ ପରିବେଷଣ ମାଧ୍ୟମରେ ଉପସ୍ଥିତ ଅତିଥି ଓ ଅଂଶଗ୍ରହଣ କାରୀମାନଙ୍କୁ ଆନନ୍ଦିତ କରାଯାଇଥିଲା।ଶ୍ରୀମତୀ ଗଜଲକ୍ଷ୍ମୀ ରାୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମଗ୍ର କାର୍ଯ୍ୟକ୍ରମ ସୁଚାରୁ ଭାବେ ପରିଚାଳିତ ହୋଇଥିଲା। ଦିବ୍ୟାଙ୍ଗ ଭାଇଭଉଣୀଙ୍କ ସମାଜିକ ସମ୍ମାନ, ସ୍ୱାବଲମ୍ବି ଓ ସମାନ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଆୟୋଜନର ମୂଳ ଉଦ୍ଦେଶ୍ୟ ଥିଲା।କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଇଥିବାରୁ ଅଂଶଗ୍ରହୀମାନେ ସନ୍ତୋଷ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *