ଏନଏସି ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ
କୋଣାର୍କ,୦୮.୦୫()- କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ପକ୍ଷରୁ ମାର୍ଚ୍ଚ ୮ତାରିଖ ଶନିବାର ପୂର୍ବାହ୍ନରେ କଲ୍ୟାଣ ମଣ୍ଡପରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏନଏସି ଅଧକ୍ଷା ସଂଯୁକ୍ତା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିର୍ବାହୀ ଅଧିକାରୀ ପଣବ କୁମାର ଚାନ୍ଦ, ଉପାଧ୍ୟକ୍ଷ ସୁରେଶ୍ ଚନ୍ଦ୍ର ରାଉତରାୟ, କାଉନସିଲର୍ ବିଶ୍ବମ୍ବର ବିଶ୍ବାଳ, ସମୟ ରଞ୍ଜନ ସାହୁଙ୍କ ସମେତ ସମସ୍ତ କାଉନସିଲର୍ ମାନେ ଯୋଗ ଦେଇଥିଲେ। ମହିଳା ମାନଙ୍କ ସ୍ଵାଧୀନତା, ଅଧିକାର ଓ ସମ୍ମାନ ପାଇଁ ଏହା ଦିବସ ଉତ୍ସର୍ଗୀକୃତ। ସେମାନଙ୍କୁ ସାରା ଦେଶରେ ଓ ରାଜ୍ୟରେ ବିଭିନ୍ନ ବର୍ଗରେ ଉଚିତ୍ ସମ୍ମାନ ସୁଯୋଗ ଯୋଗାଇ ଦିଆ ଯାଉଥିବା ନେଇ ଅତିଥି ମାନେ ମତପ୍ରକାଶ କରିଥିଲେ। ଏହି ଅବସରରେ ଏନଏସିରେ କାର୍ଯ୍ୟ କରୁଥିବା ଚତୁର୍ଥ ଶ୍ରେଣୀ ମହିଳା କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଏନଏସି କର୍ମଚାରୀ ଭାଗିରଥୀ ବରାଳ ସଂଯୋଜନା କରିଥିବା ବେଳେ କନିଷ୍ଠ ଯନ୍ତ୍ରୀ ଅର୍ଜୁନ ସାମଲ, ସ୍ବଚ୍ଛ ପରିଚାଳକ ଅଭିଷେକ ସ୍ବାଇଁ, ଧର୍ମପଦ ପରିଡ଼ା, ପଞ୍ଚାନନ ଲେଙ୍କା, ଶୁଭଲକ୍ଷ୍ମି ହୋତା, ପ୍ରଶାନ୍ତ କୁମାର ବଡ଼ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ କର୍ମଚାରୀ, ସ୍ୱଚ୍ଛ ସାଥି, ଜଳ ସାଥି, ସଫେଇ କର୍ମଚାରୀଙ୍କ ସହ ଶତାଧିକ ମହିଳା ମାନେ ଯୋଗ ଦେଇଥିଲେ।
