ଆନ୍ତର୍ଜାତିକ ମହିଳା ଦିବସ ବିଜୁ ମହିଳା ଜନତା ଦଳ ଆନୁକୂଲ୍ୟରେ ସହିଦ ସ୍ମୃତି ଭବନ ଠାରେ ଅନୁଷ୍ଠିତ

ଭଦ୍ରକ ସହୀଦ ସ୍ମୃତି ଭବନ ଠାରେ ଭଦ୍ରକ ନିର୍ବାଚନ ମଣ୍ଡଳୀ ବିଜୁ ମହିଳା ଜନତା ଦଳ ପକ୍ଷରୁ “ଆନ୍ତର୍ଜାତିକ ମହିଳା ଦିବସ” ଭଦ୍ରକ ବ୍ଲକ ପୂର୍ବତନ ସଭାନେତ୍ରୀ ଶ୍ରୀମତୀ ଦେବୀଦତ୍ତା ମହାନ୍ତି, ଭଦ୍ରକ ଟାଉନ୍ ପୂର୍ବତନ ସଭାନେତ୍ରୀ ଶ୍ରୀମତୀ ଦେବହୁତୀ ମହାପାତ୍ର ଓ ବିଜେଡ଼ି ନାରୀନେତ୍ରୀ ଶ୍ରୀମତୀ ରାଜଲକ୍ଷ୍ମୀ ମହାପାତ୍ରଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ସର୍ବ ପ୍ରଥମେ ଅତିଥି ବୃନ୍ଦ ବିଜୁ ବାବୁଙ୍କ ଫଟୋ ଚିତ୍ର ରେ ଧୂପ, ଦୀପ ଓ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ ତାଙ୍କ ବକ୍ତବ୍ୟରେ କହିଥିଲେ ସେବା ଓ ତ୍ୟାଗର ପ୍ରତୀକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ସେ ଜଣେ ଦୂରଦ୍ରଷ୍ଟା ଏବଂ ରାଷ୍ଟ୍ରନୀତିଜ୍ଞ ଯିଏ ଆଜୀବନ ମହିଳାମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଆହ୍ୱାନ ଦେଉଥିଲେ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନରେ ୩୩% ସରଂକ୍ଷଣ ବ୍ୟବସ୍ଥା କରି ମହିଳା ସଶକ୍ତିକରଣ ଦିଗରେ ପ୍ରଥମ ପଦକ୍ଷେପ ନେଇଥିଲେ, ଯାହାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆହୁରି ଆଗକୁ ନେଇଥିଲେ। ରାଜ୍ୟର ମହିଳା ମାନଙ୍କୁ ସ୍ୱାବଲମ୍ୱୀ କରିବା ଉଦ୍ଦେଶ୍ୟରେ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସାରା ଦେଶରେ ଉଦାହରଣ। ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ରାଜ୍ୟର ମହିଳାମାନେ କିପରି ଭାବେ ସାମାଜିକ ଓ ଆର୍ଥିକ ସ୍ତରରେ ସ୍ୱାବଲମ୍ୱୀ ଓ ସୁଦୃଢ଼ ହେବେ ସେହି ଲକ୍ଷ୍ୟରେ ବିଜୁ ଜନତା ଦଳ କାର୍ଯ୍ୟ କରିବ। ଏହି ଅବସରରେ, ଆଜି ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ମହିଳା ମାନଙ୍କୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ସମୟରେ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ୱର୍ଦ୍ଧିତ କରାଯିବ ।ଅନ୍ୟାନ୍ୟ ଅତିଥି ବୃନ୍ଦ ବିଜୁ ବାବୁଙ୍କୁ ସ୍ମରଣ କରି ନିଜ ନିଜ ବକ୍ତବ୍ୟରେ ମହିଳା ସଶକ୍ତିକରଣରେ ନବୀନ ପଟ୍ଟନାୟକ ନେତୃତ୍ଵାଧୀନ ବିଜେଡ଼ି ସରକାରଙ୍କ ଭୂମିକା ବିଷୟରେ ନିଜ ନିଜ ବକ୍ତବ୍ୟ ରଖିଥିଲେ।ଉକ୍ତ ସଭାରେ ଯୋଗ ଦେଇଥିଲେ ଭଦ୍ରକ ଜିଲ୍ଲା ସଭାପତି ଶ୍ରୀ ଜଗନ୍ନାଥ ସ୍ବାଇଁ, ଭଦ୍ରକ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଉର୍ମିଳା ନାୟକ, ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କି ହବିବ, ଭଦ୍ରକ ବ୍ଲକ ପୂର୍ବତନ ସଭାପତି ଶ୍ରୀ ପ୍ରଫୁଲ୍ଲ ନାୟକ, ୨୫ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ପ୍ରତିମା ଜେନା, ୨୮ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ପୂର୍ଣ୍ଣ ଶଶୀ ପାଣିଗ୍ରାହୀ, ପୂର୍ବତନ ଜିଲ୍ଲା ପରିଷଦ ଶ୍ରୀ କ୍ଷିରୋଦ ରାଉତ, ଶ୍ରୀମତୀ ଜ୍ୟୋତ୍ସ୍ନା ମଞ୍ଜରୀ ରାଉତ, ଶ୍ରୀମତୀ ପଦ୍ମାବତୀ ପୃଷ୍ଟୀ, ଶ୍ରୀମତୀ ମୀନାରାଣୀ ମହାଳିକ, ଶ୍ରୀମତୀ ଯୋନାକି ଚାନ୍ଦ, ଶ୍ରୀମତୀ ସୁଚିଶ୍ମିତା ଜେନା, ଶ୍ରୀମତୀ ରାଜଲକ୍ଷ୍ମୀ ଦାସ, ଶ୍ରୀମତୀ ଶୁଚିଶ୍ମିତା ସାହୁ, ଶ୍ରୀମତୀ ମନୋରମା ମିଶ୍ର, ଶ୍ରୀମତୀ ତିଳୋତ୍ତମା ମହାପାତ୍ର, ଶ୍ରୀମତୀ ଅଞ୍ଜନା ମିଶ୍ର, ଶ୍ରୀମତୀ ରିଚାସ୍ମିତା ମହାନ୍ତି, ତରନ୍ନୁମ ପରବିନ, ଶ୍ରୀମତୀ ଉମାମଣି ସେଠୀ, ଇଂ ପ୍ରିୟବ୍ରତ ନାୟକ, ଶ୍ରୀ ରଘୁନାଥ ପଣ୍ଡା, ଫରହାତ୍ ଆଲମ୍ ଖାନ, ଶ୍ରୀ ଦିଲ୍ଲୀପ ନାୟକ, ଶ୍ରୀ ଅଞ୍ଜନ ଜେନା, ସୟେଦ ନାସେର ଅଲ୍ଲୀ, ଶ୍ରୀ ପଙ୍କଜ ବଳ, ଶ୍ରୀ ନିରୋଧ ରାଉତ, ଫରହାତ ଆଲମ ଖାନ, ଶ୍ରୀ ଆଶିଷ କୁମାର ମହାନ୍ତି, ମେହେବୁବ ଖାନ, ଶ୍ରୀ ସୁବ୍ରତ କୁମାର ଦାସ, ଶ୍ରୀ ସୁଧାକର ଜେନା, ଶ୍ରୀ କୈଳାଶ ବେହେରା, ଶ୍ରୀ ବିକାଶ ଶ୍ରେଷ୍ଠା, ଶ୍ରୀ ସୁମନ ମହାପାତ୍ର, ନସିରୁଦ୍ଧିନ ଖାନ, ଶ୍ରୀ ଦେବାଶିଷ ଭାରତୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଓ ଯୁବ ନେତୃମଣ୍ଡଳୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ।

Leave a Reply

Your email address will not be published. Required fields are marked *