ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ଉତ୍ସବ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ରେ ଆୟୋଜିତ ହେଇଥିଲା ।

ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ଉତ୍ସବ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ରେ ଆୟୋଜିତ ହେଇଥିଲା । ମୁଖ୍ୟ ଅତିଥି ରାଜ୍ୟ ସଭା ସାଂସଦ ଶ୍ରୀଯୁକ୍ତ ସୁଭାଶିଷ ଖୁଣ୍ଟିଆ,ମୁଖ୍ୟ ବକ୍ତା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡ଼ଙ୍ଗୀ,ସମ୍ମାନିତ ଅତିଥି ରାଜଶ୍ରୀ ମହାପାତ୍ର ,ସମ୍ମାନିତ ଅତିଥି ଶୁକ୍ଳା ରାୟ ,ସମ୍ମାନିତ ଅତିଥି ପୂର୍ବତନ ନଗରପାଳ ପୁରୀ ଶ୍ରୀଯୁକ୍ତ ଗୌରହରି ପ୍ରଧାନ ,,ବିଜୟ ମିଶ୍ର ,ସୂର୍ଯ୍ୟ ନାରାୟଣ ରଥ ,ଦୃଷ୍ଟି ଗଣମାଧ୍ୟମ ର ନିର୍ଦ୍ଦେଶକ ନାରାୟଣ ଦାସ ,ରବି ଶଙ୍କର ପ୍ରତିହାରୀ ,ଫାଉଣ୍ଡେସନ ର ଲିଗାଲ୍ ଆଡ଼ ଭାଇଜର ଭଗବାନ ପଢିଆରି ,,ଉପସ୍ଥିତ ଥିଲେ । ନିର୍ଦ୍ଦେଶିକା ଅରୁଣିମା ନନ୍ଦ ଙ୍କ ଅଧ୍ୟକ୍ଷତା ରେ ସଭାନେତ୍ରୀ ରତ୍ନମଣି ନାୟକ,ସମ୍ପାଦିକା ପଦ୍ମିନୀ ବେହେରା ,ସହ ସମ୍ପାଦିକା ମମତା ମିଶ୍ର ,ସଂଯୋଜିକା ବିଚିତ୍ରା ମିଶ୍ର ଥିଲେ ।

ମହିୟସୀ ମହିଳାଙ୍କୁ ସମ୍ମାନ ଦିଆ ଯାଇଥିଲା । ମାଷ୍ଟର ସେଫ୍ ରେ ଚାମ୍ପିଅନ ହେଇଥିବା ଶ୍ରୀମତୀ ଅଞ୍ଜୁ ପ୍ରଧାନ ଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ପ୍ରତିଯୋଗିତା ଝୋଟି , ମ୍ୟୁଜିକ୍ ଚେୟାର , ହୂଳହୁଳି,କବିତା ପାଠ , ଚିଟ୍ ଉଠାଣ, ର ପୁରସ୍କାର ପ୍ରଦାନ କରାଯାଇଥିଲା। ସଭା ପରିଚାଳନା କରିଥିଲେ ସଂଯୋଜକ ଲଲାଟେନ୍ଦୁ ମିଶ୍ର । ସମସ୍ତ ସଭ୍ୟା ଗୀଟିନାଟ୍ୟ,ନୃତ୍ୟ ,ପରିଚୟ ପ୍ରଦାନ କରିଥିଲେ। ସହଯୋଗ ସବୁ ସଭ୍ୟା ମାନେ କରିଥିଲେ । ନୃତ୍ୟ ଗୁରୁ ମନୀଷା ମହାନ୍ତି ,ନାରାୟଣ ବେଜ ଥିଲେ । ଧନ୍ୟବାଦ ଦେଇଥିଲେ ସଭାନେତ୍ରୀ ରତ୍ନମଣି ନାୟକ।

Leave a Reply

Your email address will not be published. Required fields are marked *