ଅlନ୍ତର୍ଜାତୀୟ ଯୋଗଦିବସ ବ୍ରହ୍ମପୁର ଷ୍ଟାଡିୟମ ଠାରେ ମହାସମାରୋହରେ ପାଳିତ

ବ୍ରହ୍ମପୁର ୨୧/୦୬ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ପରାମର୍ଶ କ୍ରମେ *”ଯୋଗ”* କୁ ବିଶ୍ଵବ୍ୟାପୀ କରାଯିବା ସହ ପ୍ରତ୍ୟେକ ବର୍ଷ ଜୁନ ମାସ ୨୧ ତାରିଖ କୁ ଆନ୍ତର୍ଜାତୀୟ *”ଯୋଗ ଦିବସ”* ଭବେ ସାରା ବିଶ୍ୱ ଓ ଭାରତରେ ବ୍ୟାପକ ଭବେ ପାଳନ କରାଯାଉଛି । ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଜୁନ ୨୧ ତାରିଖରେ ରେ ସାରା ଭାରତ ରେ ଏକ ଲକ୍ଷ ରୁ ଉର୍ଦ୍ଧ ଯାଗାରେ *”ଆନ୍ତର୍ଜାତୀୟ ଯୋଗ ଦିବସ”* ପାଳନ କରା ଯାଉଥିବା ବେଳେ ବିଭିନ୍ନ ସଂଗଠନ ମାନେ ମଧ୍ୟ ଏହାକୁ ପାଳନ କରୁଥିବା ଅବସରରେ ବ୍ରହ୍ମପୁର ଠାରେ ମଧ୍ୟ ଏହି ଦିବସ କୁ ମହା ସମାହାରରେ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ,ବ୍ରହ୍ମପୁର ଶାଖା ଓ ମହାନ ସଙ୍ଘ, ଡ଼କ୍ଟର ଫୋରମ, ଅର୍ଜୁନ ହସ କ୍ଲବ,ମାରୁତି ୱାକିଙ୍ଗ କ୍ଲବ, ନୀଳକଣ୍ଠ ଯୋଗ ଓ ୱେଲଫର କ୍ଲବ, ବୀର ସୁରେନ୍ଦ୍ର ସାଏ ପ୍ରଭାତ ଶାଖା, ଆରୋଗ୍ୟ ଭାରତୀ, ଲାଞ୍ଜିପଲି ସିନିୟର ସିଟିଜନ ଲଫିଙ୍ଗ ଏଣ୍ଡ ଯୋଗ କ୍ଲବ, ହରି ଓଁ ଲଫିଙ୍ଗ ଏଣ୍ଡ ଯୋଗା କ୍ଲବ, ସାମାନ୍ତରା ଏକାଡେମୀ, ସତ୍ୟାର୍ଜୁନ ଫାଉଣ୍ଡସେନ, ଫିଜିକାଲ ଏକାଡେମୀ, ଖାଦ୍ୟ ବ୍ୟବସାୟୀ ସଙ୍ଘ, ବଡ଼ବଜାର, କଳିଙ୍ଗ ବିଦ୍ୟା ମନ୍ଦିର, ଓଁ କାର ଯୋଗ ଶିକ୍ଷା କେନ୍ଦ୍ର,ମର୍ଣ୍ଣିଙ୍ଗ ୱାକ ଏଣ୍ଡ ଟାକ କ୍ଲବ, ଶ୍ରୀ ଚୈତନ୍ୟ ପ୍ରଭାତ ଶାଖା, ହନୁମାନ ପ୍ରଭାତ ଶାଖା, କେଶବ ପ୍ରଭାତ ଶାଖା, ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ଦିସା କଲେଜ, ଶ୍ରିଷ୍ଠି କଲେଜ, ରାମକୃଷ୍ଣ ନଗର ଶିଶୁ ମନ୍ଦିର, ରାଧାକୃଷ୍ଣ ମନ୍ଦିର ଆମ୍ବ ବଜାର କମିଟି, ଗୁଣ୍ଡିଚା ମନ୍ଦିର ବରିଷ୍ଠ ନାଗରିକ କ୍ଲବ, ଧନ୍ଵନ୍ତରୀ ଉପନଗର, ଲଷ୍ମୀନୃସିଂହ ଉପନଗର, କେ ସି ହାଇସ୍କୁଲ ପଡିଆ ଯୋଗା କମିଟି, ଶ୍ରୀ ସତ୍ୟସାଇ ସେବା ସମିତି, ବ୍ରହ୍ମପୁର ବରିଷ୍ଠ ନାଗରିକ ହସକ୍ଲବ(ଏମ.କେ.ସି.ଜି), ହସ ବ୍ୟୟାମ କେନ୍ଦ୍ର,ଏମକେସିଜି ଖେଳ ପଡିଆ , ପତଞ୍ଜଳି ଖୋଡାସିଂଗି କଳିଙ୍ଗ ନଗର, ବରିଷ୍ଠ ନାଗରିକ ହସ ଯୋଗ ବ୍ୟୟାମ କେନ୍ଦ୍ର ଲାଞ୍ଜିପଲୀ, ଅଖଣ୍ଡ ପ୍ରକୃତି, ମହର୍ଷି ଯୋଗ କେନ୍ଦ୍ର ଗାନ୍ଧୀ ନଗର, ଓଡିଶା ଡେଭ୍ଲାମେଣ୍ଟ ଫୋରମ, ଗାୟତ୍ରୀ ପରିବାର, ଗଞ୍ଜାମ ଜିଲ୍ଲା ହାଣ୍ଡ ବଲ ଏସସିଏ ସନ, ଗୁଡ଼ ମର୍ନିଙ୍ଗ କ୍ଲବ, ମେଡିକାଲ ପଡିଆ,ସଂସାର ଅର୍ଗାନାଇଯେସନ, ରାମକୃଷ୍ଣ ମିଶନ, ମା କାଳୀ ପ୍ରଭାତ ଶାଖା- ବ୍ରଜନଗର, ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲ୍ଲା ଶାଖା ବ୍ରହ୍ମପୁର, ଚିନ୍ମୟ ମିଶନ ବ୍ରହ୍ମପୁର, ଶ୍ରୀ ରାମକୃଷ୍ଣ ସାରଦା ସେବା ସଂଘ ଆମ୍ବପୁଆ,କଳିଙ୍ଗ ନଗର ମହିଳା ଯୋଗ କେନ୍ଦ୍ର ସମେତ ବ୍ରହ୍ମପୁର ସହର ର ପଚାଶ ରୁ ଉର୍ଦ୍ଧ ବହୁ ଅଗ୍ରଣୀ ଅନୁଷ୍ଟାନ ମିଳିତ ସହଯୋଗରେ ମହାତ୍ମା ଗାନ୍ଧୀ ଷ୍ଟାଡିଅମ ରେ ବାର ଶହ ରୁ ଉର୍ଦ୍ଧ ନାଗରିକ ଙ୍କୁ ନେଇ ସଫଳତା ଶହ ପାଳନ କରିବା ଏକ ଇତିହାସ ସୃଷ୍ଟି କରିଛି ବୋଲି ଯୋଗ ଉତ୍ସବ କମିଟି ର ଉପଦେଷ୍ଟା ତଥା ବିଶିଷ୍ଟ ସମାଜ ସେବି ଶ୍ରୀ ସୁଶାନ୍ତ କୁମାର ସାବତ ନିଜ ସ୍ୱାଗତ ଅଭିଭାଷଣ ରେ ମତ ବ୍ୟକ୍ତ କରିଥିଲେ ।

ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର ଏହି ବିଶାଳ କାର୍ଯ୍ୟକ୍ରମ କୁ ଉଦଘାଟନ କରି ଯୋଗ ଦ୍ୱାରା ଆମେ ମାନେ ସୁସ୍ଥ ଜୀବନ ଯାପନ କରିପାରିବା, ଏଣୁ ଯୋଗ ର ଉପକାରିତା ଉପରେ ଜନ ସଚେତନତା ସୃଷ୍ଟି କରିବା କୁ ଆହ୍ୱାନ ଦେଇଥିଲେ । କେନ୍ଦ୍ର ସଂଚାଳକ ଡ଼ ତାରା ପ୍ରସାଦ ଦାଶ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମ ର ସଂଯୋଜକ ଡାକ୍ତର.ସମେରନ୍ଦ୍ର କୁମାର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ, ସହ-ସଂଯୋଜକ ଡ଼.ଶଙ୍କର ମାଝୀ ମଞ୍ଚ ପରିଚାଳନା କରିଥିଲେ । ବିଭାଗ ସଂଗଠକ ନିଲାକ୍ଷୀ ଦିଦି ଯୋଗ ଶିକ୍ଷା ପ୍ରଦାନ କରି ଥିବା ବେଳେ ଆର .ଭାଵନାରୟଣ ଓ ହେମନ୍ତ ସବର ମଞ୍ଚରେ ଯୋଗ ପ୍ରଦର୍ଶନ କରିଥିଲେ । କମିଟି ଉପଦେଷ୍ଟା ସମାଜସେବୀ ଶ୍ରୀ ସୁଶାନ୍ତ କୁମାର ସାବତ, ସଂଯାଯୋକ ଡାକ୍ତର ସମରେନ୍ଦ୍ର କୁମାର ସାହୁ, ସହ ସଂଯୋଜକ ଶ୍ରୀ ଶଙ୍କର ମାଝୀ,କେନ୍ଦ୍ର ସଂଚାଳିକା ନିଲାକ୍ଷୀ ଦିଦି, ବିବେକାନନ୍ଦ କେନ୍ଦ୍ର ଓଡିଶା ପ୍ରାନ୍ତ ସମ୍ପର୍କ ପ୍ରମୁଖ ଡ଼ ସଚ୍ଚିଦାନନ୍ଦ ପାତ୍ର , ନଗର ପ୍ରମୁଖ ଶ୍ରୀ କେଦାର ନାଥ ପଣ୍ଡା, ନଗର ସଂଚାଳକ ଶ୍ରୀ ତପନ ଦାଶ ଓ ଶ୍ରୀ ଶଙ୍କର ନାରୟଣ ସୁବୁଦ୍ଧି, ସହ ନଗର ପ୍ରମୁଖ ଶୁଭେନ୍ଦୁ ଦାସ, ଶ୍ରୀ ପ୍ରକାଶ ଚନ୍ଦ୍ର ପାତ୍ର, ଶ୍ରୀ ଅକ୍ଷୟ ପାଢ଼ୀ, ଶ୍ରୀ ବିଜୟକୁମାର ପାଣି, ଶ୍ରୀ ବିଷ୍ଣୁ ସୁବୁଦ୍ଧି, ଶ୍ରୀ ଶୁଭେନ୍ଦୁ ଦାଶ,ଶ୍ରୀ ଅଜୟ ଚନ୍ଦ୍ର ପାଣିଗ୍ରାହୀ, , ଶ୍ରୀ ପରି ମହାରଣା, ଶ୍ରୀ ରାଜେନ୍ଦ୍ର ପ୍ରସାଦ ସାହୁ, ଶ୍ରୀ ବିପ୍ର ଚରଣ ରଥ ଓ ଶ୍ରୀ.ଦେବବ୍ରତ ଦେବ, ଙ୍କ ସମେତେ ବହୁ ସଦସ୍ୟ ସଦସ୍ୟା ଓ *”ଯୋଗ”* ପ୍ରେମି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ନିୟମାବଳୀ ଅନୁଯାୟୀ ୪୫ ମିନିଟ ଧରି ଯୋଗ ଅଭ୍ୟାସ ପରେ ସହ ସଂଯୋଜକ ଶ୍ରୀ ଶଙ୍କର ମାଝୀ ଯୋଗ ସଂକଳ୍ପ ପାଠ ଏବଂ ଶ୍ରୀମତୀ କେ ଭାର୍ଗବୀ ସୁବୁଦ୍ଧି ଶାନ୍ତି ପାଠ କରାଇଥିଲେ ।

Leave a Reply

Your email address will not be published. Required fields are marked *