ଭାରତୀୟ କପା ନିଗମ ସିଏମଡିଙ୍କ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ସାକ୍ଷାତକାର ଓ ଆଲୋଚନା
ଭୁବନେଶ୍ୱର:- ୨୮/୧୨/୨୦୨୪ଆଜି ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ସାକ୍ଷାତ କରିଛନ୍ତି ଭାରତୀୟ କପା ନିଗମ ଲିମିଟେଡ଼ର ସିଏମଡି ଶ୍ରୀ ଲଳିତ ଗୁପ୍ତା । ସାକ୍ଷାତକାର ବେଳେ ରାଜ୍ୟରେ କପା ଉତ୍ପାଦନ, ବିକ୍ରୟ ବ୍ୟବସ୍ଥା ଓ ଏଥିରେ ଥିବା ସମସ୍ୟା ଗୁଡ଼ିକ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା । ସମ୍ପ୍ରତି ଓଡ଼ିଶାରେ ୨.୩୯ ଲକ୍ଷ ହେକ୍ଟର ଜମିରେ କପାଚାଷ କରାଯାଉଛି । ଚଳିତବର୍ଷ ୪୦ ଲକ୍ଷ କୁଇଣ୍ଟାଲ କପା ଉତ୍ପାଦନ ହେବା ଲକ୍ଷ୍ୟ ରହିଛି । ଓଡ଼ିଶାରେ ଉତ୍ପାଦିତ ହେଉଥିବା କପା ଗୁଣବତ୍ତା ଦୃଷ୍ଟିରୁ ସର୍ବୋତ୍ତମ ଅଟେ ଏବଂ ବଜାରରେ ଏହାର ଚାହିଦା ମଧ୍ୟ ରହିଛି ।

ସାକ୍ଷାତକାର ବେଳେ କପା ଚାଷ ଏବଂ ଏହାର ବିକ୍ରୟ ସମୟରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାଗୁଡ଼ିକ ବିଷୟରେ ଆଲୋଚନା କରାଯାଇଥିଲା । ଏଥିସହିତ ଭବିଷ୍ୟତରେ ଭାରତୀୟ କପା ନିଗମ ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ନିଆ ଯିବାକୁ ଥିବା ପଦକ୍ଷେପ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ଆଲୋଚନାବେଳେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ, ସିସିଆଇ ରିଜିଓନାଲ ମ୍ୟାନେଜର ଶ୍ରୀ ଟି କେ ଦାସ, କୃଷି ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ଜେ ସୂର୍ଯ୍ୟା ରାଓ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।ସୁଶ୍ରୀ ସଙ୍ଗୀତା ମହାରଣାଲୋକସମ୍ପର୍କ ଅଧିକାରୀ l
