ଅସହିଷ୍ଣୁତା ଗଣତନ୍ତ୍ର ପାଇଁ ବଡ଼ ବିପଦ ପୂଜ୍ୟ ପୂଜା ସମିତି ପକ୍ଷରୁ ଗାନ୍ଧୀଜୀ ଜୟନ୍ତୀ ପାଳନ

ଆଜି, ତା.୨.୧୦.୨୦୨୫ରିଖ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ଶାନ୍ତି, ଅହିଂସା ଓ ମାନବତାର ପ୍ରତୀକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରେ ଗାନ୍ଧି ନଗର ଛକ ସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ସ୍ମୃତି ଚାରଣ ଅନୁଷ୍ଠିତ ହୋଇଯାଇଛି l ଏକତା ଓ ଭାଇଚାରା କୁ ସଶକ୍ତ କରିବା ପାଇଁ ମହାତ୍ମାଗାନ୍ଧୀଙ୍କ ବିଚାରଧାରା ତାଙ୍କର ସମଗ୍ର ଜୀବନ ଓ ଦର୍ଶନର ମୂଳଦୁଆ ଥିଲା l ସେ କେବଳ ଭାରତର ସ୍ଵାଧୀନତା ନୁହଁ, ବରଂ ସମାଜରେ ଶାନ୍ତିପୂର୍ଣ୍ଣ ସହଅବସ୍ଥାନ ଏବଂ ସମସ୍ତ ମାନବ ଜାତିର ଭାତୃତ୍ବ ପ୍ରତିଷ୍ଠା କରିବାକୁ ଚାହୁଁଥିଲେ l ସମସ୍ତ ଧର୍ମ ପ୍ରତି ସମାନ ସମ୍ମାନ, ଧାର୍ମିକ ସହିଷ୍ଣୁତା, ହୃଦୟ ଏକତା ,ପାରସ୍ପରିକ ସ୍ନେହ ଓ ବିଶ୍ୱାସ,ସତ୍ୟ ଓ ଅହିଂସା, ପାରସ୍ପରିକ ବୁଝାମଣା ଏବଂ ସ୍ନେହ ଭାବନା ହିଁ ସଂସାରରେ ଶାନ୍ତି ରୋପଣ କରିପାରିବ ବୋଲି ସେ ଦୃଢ଼ ଭାବେ କହୁଥିଲେ l ସାମାଜିକ ସମାନତା ଓ ସହଯୋଗ ର ପ୍ରତିଷ୍ଠା ପାଇଁ ଅସ୍ପୃଶ୍ୟତା ଭଳି ସାମାଜିକ ବିଭେଦକୁ ଏକତା ପାଇଁ ବଡ଼ ବାଧା ବୋଲି ମାନୁଥିଲେ ଏବଂ ଅସ୍ପୁଷ୍ୟତା ବିରୁଦ୍ଧରେ ସଂଗ୍ରାମ କରିଥିଲେ l ଆଇନଜୀବି ଅବନୀ ଗୟା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଜିର ସ୍ମୃତି ଚାରଣ ସଭାରେ ପରିବେଶବିତ୍ ସୁଧିର ରାଉତ, ମାନବ ଅଧିକାର ସୁରକ୍ଷା ମଞ୍ଚ ସଭାପତି ଗଗନ ଚନ୍ଦ୍ର ମଲ୍ଲିକ, ବିକାଶ ସ୍ବେଚ୍ଛାସେବୀ ଅନୁଷ୍ଠାନର ଗୁଣନିଧି ବେହେରା, ସମାଜସେବୀ ହୃଷିକେଶ ପାତ୍ର, କାହ୍ନୁ ଚରଣ ପାତ୍ର,ବିଜୟ କୁମାର ପାଢୀ, ଶିକ୍ଷକ ନେତା ଅଶୋକ ଦଳାଇ, ଶ୍ୟାମ ସୁନ୍ଦର ଖାଡ଼ାଙ୍ଗା, ଜୟକୃଷ୍ଣ ନାୟକ, ଆର.ସତ୍ୟ ନାରାୟଣ ରାଓ,ସୁରେନ୍ଦ୍ର ନାଥ ପଣ୍ଡା , ମହମ୍ମଦ ଆସଲମ୍, ଏମ.ଏସ.ଏ ମଲ୍ଲିକ , ଆଦିତ୍ୟ ରଥ, ସବିତା ସାହୁକାର,ଭିଷ୍ମlଚର୍ଯ୍ୟ ଚୌଧୁରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

Leave a Reply

Your email address will not be published. Required fields are marked *