ଇନୋଭେଣ୍ଟୋରା – ୨୦୨୫

ଇନୋଭେଣ୍ଟୋରା – ୨୦୨୫ଇନୋଭେଣ୍ଟୋରା –
୨୦୨୫ ରେ ଶିଶୁ ବୈଜ୍ଞାନିକ ଙ୍କ ପ୍ରଦର୍ଶନ।

ଖୋର୍ଦ୍ଧା: ବିଭିନ୍ନ ପ୍ରକାର ତଥ୍ୟ କୁ ବୈଜ୍ଞାନିକ ପ୍ରଣାଳୀ ରେ ପ୍ରକଳ୍ପ ପ୍ରସ୍ତୁତ କରିବା ସହ ତାହା ସମାଜ କଲ୍ୟାଣ ରେ ଉପଯୋଗ କରିବା ପାଇଁ କୁନି ବୈଜ୍ଞାନିକ ମାନେ ଚେଷ୍ଟା କରି ସଫଳ ହୋଇଛନ୍ତି। ସୀଗମା ପବ୍ଲିକ ସ୍କୁଲ ପକ୍ଷ ରୁ ଅନୁଷ୍ଠାନ ର ନିର୍ଦ୍ଧେଶକ ଶୁଭ୍ରାଂଶୁ ରଂଜନ ସାମନ୍ତରାୟ ଙ୍କ ନିର୍ଦ୍ଦେଶନା ରେଆୟୋଜିତ ଇନୋଭେଣ୍ଟୋରା – ୨୦୨୫ କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର କୁନି ବିଜ୍ଞାନୀ ମାନଙ୍କ ଦ୍ଵାରା ବିନା ମାଟିରେ ଚାଷ, ଭୂମିକମ୍ପ ସତର୍କତା, ଖାଦ୍ୟ ସନ୍ତୁଳତା, ସୌରଶକ୍ତି ର ବ୍ୟାପକ ଉପଯୋଗ, ଜଳଚକ୍ର ର ସଦୁପଯୋଗ, ଉପରେ ବହୁ ପ୍ରକଳ୍ପ ସ୍ଥାନିତ ଏବଂ ପ୍ରଦର୍ଶିତ ହୋଇଥିଲା। ଅନୁଷ୍ଠାନ ର ଅଧ୍ୟକ୍ଷା ମମତାଞ୍ଜାଳି ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଦୁଇ ଦି ନିଆ ବିଜ୍ଞାନ ପ୍ରଦର୍ଶନୀ ଇନୋଭେଣ୍ଟୋରା – ୨୦୨୫ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଡ଼ଃ ସୁବାସ ଚନ୍ଦ୍ର ହୋତା, ପ୍ରଫେସର ସୁବୋଧ କୁମାର ଜଗଦେବ, ବିଭୂଦତ ମିଶ୍ର ଏବଂ ଅମ୍ରିତା ପ୍ରିୟଦର୍ଶିନୀ ପଣ୍ଡା, ଯୋଗ ଦେଇ ଆଜିର ସମାଜ ରେ ପରିବେଶ ପ୍ରଦୂଷିତ ଯୋଗୁ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି। ବିଶେଷ କରି ପ୍ରାଣୀ ମାନଙ୍କ ଉପରେ ଏହାର ପ୍ରଭାବ ପଡୁଛି। ପରିବର୍ତ୍ତିତ ଜଳବାୟୁ ଏବଂ ପ୍ରକୃତି ରେ ମିଳୁଥିବା ଶକ୍ତି ର ଉପଯୋଗ କରିବା ପାଇଁ ବିଦ୍ୟାଳୟ ସ୍ତର ରେ ଏଭଳି ପ୍ରଦର୍ଶନ ର ଆବଶ୍ୟକତା ରହିଛି ବୋଲି ମତ ଉପସ୍ଥାପନ କରିଥିଲେ।ଶ୍ରେଷ୍ଠ କୁନି ବିଜ୍ଞାନୀ ଭାବେ ଶ୍ରୀୟଶ୍ରି ରଥ, ଆଦ୍ୟାଶ୍ରି ମହାପାତ୍ର, ଅଙ୍କିତା ସୁବୁଦ୍ଧି, ଯୋଏଲ ପ୍ରିୟଦର୍ଶିନୀ ଶ୍ରିତିକା ମହାନ୍ତି ପ୍ରମୁଖଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସର ରେ ସମସ୍ତ ଛାତ୍ର ଛାତ୍ରୀ ଙ୍କ ମଧ୍ୟ ରେ ବିଭିନ୍ନ ତଥ୍ୟ ଉପରେ କୁଇଜ୍ ପ୍ରତିଯୋଗିତା କରାଯାଇଥିଲା। କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ଶିକ୍ଷକ ବିରଞ୍ଚି ନାରାୟଣ ପଣ୍ଡା, କରିସ୍ମାସାହୁ, ଶ୍ରୁତି ସମୀକ୍ଷା ସାମନ୍ତରାୟ, ସୁମିତ୍ରା ତ୍ରିପାଠୀ, ମାନସ ମହାପାତ୍ର, ଏବଂ ତୁଷାର ରଂଜନ ମହାନ୍ତି ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *