ଭଣ୍ଡାରୀପୋଖରୀ ତହସିଲ କାର୍ଯ୍ୟାଳୟର ତଦନ୍ତ କଲେ
ଭଦ୍ରକ ଜିଲ୍ଲାପାଳ, ସଡ଼କ ଦୁର୍ଘଟଣାରେ ନିହତ ଛାତ୍ରୀଙ୍କ ପରିବାରକୁ ରେଡ୍କ୍ରସ୍ର ସହାୟତାଭଦ୍ରକ, ୦୪/୧୨/୨୦୨୫:ଆଜି ଭଦ୍ରକ ଜିଲ୍ଲାପାଳ ଶ୍ରୀଯୁକ୍ତ ଦିଲ୍ଲୀପ ରାଉତ୍ ରାଏ ୨୦୨୪-୨୫ ଆର୍ଥିକ ବର୍ଷର କାର୍ଯ୍ୟର ତଦନ୍ତ କରିବା ପାଇଁ ଭଣ୍ଡାରୀପୋଖରୀ ତହସିଲ କାର୍ଯ୍ୟାଳୟକୁ ଗସ୍ତ କରିଥିଲେ। ଏହି ଅବସରରେ ସେ ତହସିଲ କାର୍ଯ୍ୟାଳୟ ଓ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟର ସମସ୍ତ ଦସ୍ତାବେଜ ନିରୀକ୍ଷଣ କରିବା ସହ ୨୦୨୪-୨୫ ଆର୍ଥିକ ବର୍ଷ ସମ୍ପର୍କିତ ଖଜାନାର ସଂପୂର୍ଣ୍ଣ ବିବରଣୀ ଗ୍ରହଣ କରିଥିଲେ।

ଏହା ସହିତ, ଆଜି ଭଣ୍ଡାରୀପୋଖରୀ ଜାତୀୟ ରାଜପଥରେ ଘଟିଥିବା ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଭଣ୍ଡାରୀପୋଖରୀ ମହାବିଦ୍ୟାଳୟର ଛାତ୍ରୀ ଶ୍ରଦ୍ଧାଞ୍ଜଳି ପଣ୍ଡା (ପିତା– ଗୟାଧର ପଣ୍ଡା, ଗ୍ରାମ– ତାଳପଦା)ଙ୍କ ପରିବାରକୁ ଜିଲ୍ଲା ରେଡ୍କ୍ରସ୍ ପାଣ୍ଠିରୁ ₹୩୦,୦୦୦/- ଟଙ୍କା ନଗଦ ସହାୟତା ରାଶି ପ୍ରଦାନ କରିଥିଲେ।
