ଗୁଣିଗାରେଡି ସନ୍ଦେହରେ ତୀର ମାଡ଼ରେ ମହିଳାଙ୍କ ମୃତ୍ୟୁ।ଅଭିଯୁକ୍ତକୁ ଅଟକ ରଖି ପୋଲିସର ତଦନ୍ତ

ଗୁଣିଗାରେଡି ସନ୍ଦେହରେ ତୀର ମାଡ଼ରେ ମହିଳାଙ୍କ ମୃତ୍ୟୁ।ଅଭିଯୁକ୍ତକୁ ଅଟକ ରଖି ପୋଲିସର ତଦନ୍ତ ।
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ପିତ୍ତଳଧୁଆ ଗ୍ରମର ଝରଣସାହିରେ ଗୁଣି ଗାରେଡିକୁ ସନ୍ଦେହ କରି ହତ୍ୟାକାଣ୍ଡ କରିଥିବା ଦେଖିବାକୁ ମିଳିଛି। ଗ୍ରାମର ଦାମୋଦର ପୂର୍ତ୍ତି ର ତୀର ମାଡ଼ରେ ମହିଳା ସୁନ୍ଦୁ ସିଙ୍କୁଙ୍କର ମୃତ୍ୟୁ ହୋଇଛି। ଦିର୍ଘଦିନ ହେବ ଦାମୋଦରଙ୍କ ଦେହ ଅସୁସ୍ଥ ହେଉଥିଲା। ଦାମୋଦରକୁ ସୁନ୍ଦୁ ଗୁଣି ଗାରେଡି କରିଥିବା ସନ୍ଦେହ କରୁଥିଲେ ଦାମୋଦର। ଯାହାକୁ ନେଇ ଆଜି ସକାଳ ପ୍ରାୟ ୯.୩୦ ବେଳକୁ ସୁନ୍ଦୁ ନିଜ ଘର ବାରଣ୍ଡାରେ ବସିଥିବାବେଳେ କାମଦେବ ତୀର ଧରି ସୁନ୍ଦୁଙ୍କ ଘର ବାଡ଼ି ଡେଇଁ ହତ୍ୟା କରିଛି।ତୀରଟି ସୁନ୍ଦୁଙ୍କ ଛାତିରେ ପଶି ଯାଇଥିବା ଦେଖିବାକୁ ମିଳିଛି। ତେବେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ଘଟଣା ଘଟାଇବା ପରେ ଅଭିଯୁକ୍ତ ଦାମୋଦର ଫେରାର ମାରିଥିଲା । ତେବେ କଙ୍କଡ଼ାହାଡ଼ ପୋଲିସ ତାକୁ ସଦଳବଳେ କାବୁ କରି ଥାନାରେ ଅଟକ ରଖିଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରି ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମର ସହାୟତାରେ ଅଧିକ ତଦନ୍ତ ଜାରି ରଖିଛି।ତେବେ ଗାଁରେ ହତ୍ୟାକାଣ୍ଡକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *