ଦେବ ଇଣ୍ଟର ନ୍ୟାସନାଲ ସ୍କୁଲରେ ନବ ନିର୍ବାଚିତ ଛାତ୍ରଛାତ୍ରୀଙ୍କୁ ବ୍ୟାଚ ପ୍ରଦାନ
ଦେବ ଇଣ୍ଟର ନ୍ୟାସନାଲ ସ୍କୁଲରେ ନବ ନିର୍ବାଚିତ ଛାତ୍ରଛାତ୍ରୀଙ୍କୁ ବ୍ୟାଚ ପ୍ରଦାନ ସହ ଦାୟିତ୍ଵ ବଣ୍ଟନ ତଥା କାରଗିଲ୍ ବିଜୟ ଦିବସ ପାଳିତବ୍ୟାସନଗର, ୨୬/୦୭: ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳର କୁସୁନପୁର ସ୍ଥିତ ” ଦେବ ଇଣ୍ଟର ନ୍ୟାସନାଲ ସ୍କୁଲରେ ନିର୍ବାଚିତ ହୋଇଥିବା ଛାତ୍ରଛାତ୍ରୀ ଙ୍କୁ ସମ୍ମାନ ସୂଚକ ବ୍ୟାଚ୍ ପ୍ରଦାନ କରାଯାଇଛି। ଏଥି ସହ କାରଗିଲ ବିଜୟ ଦିବସ ମଧ୍ୟ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜେନାପୁର ଆଇ ଆଇ ସି ନିରୁପମା ଜେନା ଯୋଗ ଦେଇ ବିଦ୍ୟାଳୟର ନିର୍ବାଚନୀ ପ୍ରକ୍ରିୟାର ମହତ୍ତ୍ଵ ଓ ଦାଇତ୍ୱ ସମ୍ପର୍କରେ ନିଜର ମତ ପିଲାମାନଙ୍କ ସମ୍ମୁଖରେ ରଖିଥିଲେ। ସୁସ୍ଥ ସମାଜ ଗଠନ ପାଇଁ ଦାଇତ୍ୱବୋଧତା ନିହାତି ଜରୁରୀ ଓ କାରଗିଲ ବିଜୟ ଦିବସ ଉପଲକ୍ଷେ ନାରୀ ସୁରକ୍ଷା ବିଷୟରେ ସମ୍ୟକ୍ ବିବରଣୀ ପ୍ରଦାନ କରିଥିଲେ। କୁନି କୁନି ପିଲାଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଗାନ କରାଯାଇଥିଲା। ବିଭିନ୍ନ ପଦପଦବୀ ଯଥା ହେଡ଼ ବୟ (ବିଶ୍ୱଜିତ ଦାସ), ହେଡ ଗର୍ଲ (ସାନବି ଚନ୍ଦା), କମାଣ୍ଡର (ଦବସ୍ନାତ୍ ଦାସ) ଶାନ୍ତି ଶୃଙ୍ଖଳା, ପ୍ରାର୍ଥନା ସଭା ,କ୍ରୀଡା,ଗତିବିଧି ଆଦିରେ ଶତ ପ୍ରତିଶତ ଭୋଟ ଗ୍ରହଣ କରି ବିଜୟୀ ହାସଲ କରିଥିବା ସଦସ୍ୟଙ୍କୁ ତାଙ୍କର ଦାୟିତ୍ଵ ପ୍ରଦାନ ସହ ସ୍ଵ ପ୍ରିତିଜ୍ଞା କରାଇ ନାମ ପଦକ ପ୍ରଦାନ କରାଯାଇଥିଲା।ନିର୍ବାଚିତ ସଦସ୍ୟ ସେମାନଙ୍କ ଦାଇତ୍ୱ ସୁଚାରୁ ରୂପେ ପାଳନ କରିବାକୁ ପ୍ରତିଶ୍ରୁତି ବଦ୍ଧ ହୋଇଥିଲେ। ସମସ୍ତେ ନିଜ ନିଜର ଦାଇତ୍ୱ କିପରି ତୁଲାଇବେ ସେଥି ନିମନ୍ତେ ସମ୍ୟକ୍ ବିବରଣୀ ମଧ୍ୟ ପ୍ରଦାନ କରିଥିଲେ। ସ୍କୁଲର ଚେୟାରମ୍ୟାନ ବୁଦ୍ଧଦେବ ରାଉତ , ମୁଖ୍ୟ ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା, ଏକାଡେମୀକ କୋର୍ଡିନେଟର ସୋନିଆ ବେଦୀ ଓ ବଲବୀର ସିଂ , ନିର୍ବାଚନ ଅଧିକାରୀ ପଦରେ ଥିବା ବିଦ୍ୟାଧର ପରିଡ଼ା ,ସତ୍ୟନାରାୟଣ ପଣ୍ଡା ଙ୍କ ସହ ସମସ୍ତ ଅଧ୍ୟାପକ/ଅଧ୍ୟାପିକା, କର୍ମକର୍ତା ପ୍ରମୁଖ ଛାତ୍ରଛାତ୍ରୀଙ୍କ ଭାଗ୍ୟ ନିର୍ଣ୍ଣୟ ପ୍ରତି ଦୃଷ୍ଟି ରଖି ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉତ୍ତରୋତ୍ତର ଉନ୍ନତି ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।ଉଦୟ କୁମାର ଓଝା ଓ ଅରୁଣ କୁମାର ଜେନା, ସପନ ବାନାର୍ଜୀ,ଦୀପକ ପାଣିଗ୍ରାହୀ, ବିଶ୍ୱଜିତ ପଣ୍ଡା,ପ୍ରଶାନ୍ତ ରଣା,ମଦନ ମୋହନ ମଲ୍ଲିକ,ବିଶ୍ବରଂଜନ ଦିୱେଦି,ସୁଚିତ୍ରା ମନ୍ତ୍ରୀ, ଶିବରାଜ ରାଉତ,ସନ୍ତୋଷ ନାୟକ,ପ୍ରମିଳା ବେହୁରା,ଅନିନ୍ଦିତା ବେହୁରା ,ସୁକାନ୍ତ ପାତ୍ର , କାଳୀ ଚରଣ ବାସ୍କେ, ସନ୍ଧ୍ୟାରାଣୀ ମାରାଣ୍ଡି,, ପ୍ରମୁଖ ସାଜସଜା ସହ ସମସ୍ତ ଆୟୋଜନ କରିଥିଲେ।
