ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଙ୍କ ଯୋଗଦାନ
ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଙ୍କ ଯୋଗଦାନ।ପୁରୀ ୪/୩ ପୁରୀ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ପ୍ରିୟ ରଞ୍ଜନ ପୃଷ୍ଟି ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି।ଶ୍ରୀ ପୃଷ୍ଟି ପୁରୀ ଜିଲ୍ଲା ପରିଷଦର ପୂର୍ବରୁ ମୁଖ୍ୟ ଉନ୍ନୟନ ଅଧିକାରୀ ଥିବା ଦେବାଶୀଷ ପଟ୍ଟନାୟକ ଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି।ଏହା ପୂର୍ବରୁ ଶ୍ରୀ ପୃଷ୍ଟି ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ବ ନିର୍ବାହ କରୁଥିଲେ।ସେହିପରି ଶ୍ରୀ ପଟ୍ଟନାୟକ ଙ୍କ ର କୋରାପୁଟ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ବଦଳି ହୋଇଛି।
