ଅଭିଯୋଗ ପରେ ଖୋଲାଗଲା ଲୁହା ପାଇପ୍ ସେଡ

କୋଣାର୍କ – ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ଦ୍ଵାରରେ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ସୌନ୍ଦର୍ଯ୍ୟ ହାନି କରୁଥିବା ଟେନ୍ସାଇଲ ଫେବ୍ରିକ୍ ସେଡ୍ ନିର୍ମାଣ କରାଯାଇଥିଲା। କିନ୍ତୁ ପ୍ରଵେଶ ପଥରୁ ସୂର୍ଯ୍ୟ ମନ୍ଦିର ସୌନ୍ଦର୍ଯ୍ୟ ନଷ୍ଟ କରୁଥିଲା। ଏହାକୁ ହୃଦୟଙ୍ଗମ କରି ଏହାକୁ ବିରୋଧ କରିବା ସହ ଖବର ପ୍ରକାଶ ସହିତ କେନ୍ଦ୍ର ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ, ପ୍ରତ୍ନତତ୍ତ୍ଵ ବିଭାଗ, ପ୍ରଧାନମନ୍ତ୍ରୀ ଓ ଓଡ଼ିଶାର ସାଂସଦ ମାନଙ୍କୁ ସାମାଜିକ ଗଣମାଧ୍ୟମ ଜରିଆରେ ସାମାଜିକକର୍ମୀ ସାମ୍ବାଦିକ ଜ୍ଞାନ ରଞ୍ଜନ ବିଶ୍ଵାଳ ଅବଗତ କରାଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ କେନ୍ଦ୍ର ସରକାର ଏହାକୁ ଗୁରୁତ୍ବ ନେଇ ଲୁହା ପାଇପ୍ ସେଡ୍ ଖୋଲି ଦେଇଛନ୍ତି। ଯାହାକୁ ନେଇ କୋଣାର୍କ ବାସୀ ମାନେ ସାଧୁବାଦ୍ ଜ୍ଞାପନ କରିଛନ୍ତି। ସେଡ୍ ଟି ମୂଖ୍ୟ ଦ୍ଵାରରୁ ହଟାଯାଇ ଅନ୍ୟତ୍ର କରିବାକୁ ନିବେଦନ କରାଯାଇଛି। ଯାହାକୁ ପ୍ରତ୍ନତତ୍ତ୍ଵ ବିଭାଗ ପକ୍ଷରୁ ଟିକେଟ କାଉଣ୍ଟର ନିକଟରେ କରାଯିବା ନେଇ ସ୍ଥିର କରାଯାଇଛି। ସୂର୍ଯ୍ୟ ମନ୍ଦିର ସମ୍ମୁଖରୁ ଲୁହା ପାଇପ୍ ସେଡ୍ ହଟାଯିବା ଫଳରେ ସୂର୍ଯ୍ୟ ମନ୍ଦିର ଦୂରରୁ ପୁନର୍ବାର ଅତ୍ୟନ୍ତ ମନୋରମ ଲାଗୁଛି। ଏଥିନେଇ କୋଣାର୍କର ସମସ୍ତ ଫୋଟୋ ଗ୍ରାଫର, ଗାଇଡ ଓ ପର୍ଯ୍ୟଟକ ମାନେ ଖୁସିବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *