ବିଡମ୍ବନା
ବିଡମ୍ବନା
ସମୟ ସ୍ରୋତରେ ମଣିଷ ଚାଲୁଛି
ସମୟ ହିଁ ବଳବାନ
ସମୟ କୁ ଯିଏ ସମ୍ମାନ ନ ଦେବ
ହେବ ସେହି ହିନିମାନ।
ଦିନ ରାତି ଅଟେ ଚବିଶ ଘଣ୍ଟାଯେ
ସବୁ ଜୀବ ଜନ୍ତୁ ପାଇଁ
ଭଲ କର୍ମ କଲେ ସୁଫଳ ମିଳି
କର୍ମେ ନର ଜିଇଁ ଥାଇଁ।
ସୂର୍ଯ୍ୟ ଚନ୍ଦ୍ର ଦୁହେଁ ଆକାଶ ମାର୍ଗରୁ ଦେଇ ଥାନ୍ତି ଯେ ଶୁଭେଚ୍ଛା
ଦିବାକର ତହିଁ ଦିନରେ ରହନ୍ତି
ରାତିରେ ନଥାନ୍ତି ଦେଖା।
କପଟ ପଣ କୁ ପରିହାର କରି
ବିଭୁ ପଦେ ରହୁ ଧ୍ୟାନ
ବିଭୁ କୃପା କଲେ ସଂସାର ମାୟା ରେ ଲଭିବ ଯେ ଭାଗ୍ୟବାନ୍
ପ୍ରକୃତି ବନ୍ଧୁ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା ୭୫୯୦୧୬
