କୋଟଗଡ ବ୍ଲକ ସ୍ତରୀୟ ସର୍ଗିଫୁଲ କାର୍ଯ୍ୟକ୍ରମ ରେ ଅବ୍ୟବସ୍ଥା ।

ତା ୧୩/୧୧/୨୦୨୫ଫୁଲବାଣୀ ବାଲିଗୁଡା, କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକର ବାର୍ଷିକ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ପ୍ରତିଭା ଅନୁଏଷଣ କାର୍ଯ୍ୟକ୍ରମ ସର୍ଗିଫୁଲ ୨୦୨୫ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୋଟଗଡ ପରିସରରେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ଦୀପକ କୁମାର ସିଂ ଙ୍କ ତତ୍ଵାବଧନରେ ହୋଇଥିଲା । ମଧ୍ୟ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ବବିତା ବେହେରା ଏବଂ ବିରେନ କୁମାର ନାୟକଙ୍କ ପ୍ରତ୍ୟେକ ହସ୍ତକ୍ଷେପ ଯୋଗୁଁ ଅବ୍ୟବସ୍ଥା ମଧ୍ୟରେ ହୋଇଯାଇଛି।କୋଟଗଡ ବ୍ଲକର ରୋଢ଼ା,ଗୁଗୁରମାହା, ଗୁମପଦର,ନୂଆଗାଁ, ଦୁର୍ଗାପଙ୍ଗା ଇତ୍ୟାଦି ଆଶ୍ରମ ବିଦ୍ୟାଳୟ ଗୁଡ଼ିକରୁ ଏହି ସର୍ଗିଫୁଲ କାର୍ଯ୍ୟକ୍ରମ ରେ ଯୋଗଦାନ କରିବାକୁ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟତ୍ରୀ ଠିକ ସମୟରେ ଜଳଖିଆ ମଧ୍ୟ ପାଇପାରିନାହାନ୍ତି । ଜଳଖିଆ ଖାଇବାକୁ ଦିନ ୨ ଘଣ୍ଟିକା ସମୟରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଦେଇଛନ୍ତି। ମଧ୍ୟାନ ଭୋଜନ ଖାଇବାକୁ ନପାଇ ହଇରାଣ ହେବାର ଖବର ବୁଦ୍ଧିଯିବି ମହଲରେ ଆଲୋଚନା ହେଉଛି।ଉକ୍ତ ସର୍ଗିଫୁଲ କାର୍ଯ୍ୟକ୍ରମ ରେ ସ୍ଥାନୀୟ ସାମ୍ବାଦିକ ମାନଙ୍କୁ ଅଣଦେଖା କରାଯିବାର କାରଣ କଣ । ନିମନ୍ତ୍ରଣ ପତ୍ରରେ ଦର୍ଶାଯାଇଥିବା ନିମନ୍ତ୍ରିତ ଅତିଥି ମାନଙ୍କୁ ଅପେକ୍ଷା ନକରି କାହିଁକି ତରବରିଆ ଭାବରେ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଥିଲା ବଲୀ ପ୍ରଶ୍ନ ଉଠୁଛି।ପୂର୍ବତନ ପ୍ରଧାନ ଶିକ୍ଷକ ଙ୍କୁ ଷଡଯନ୍ତ୍ର ଓ ଚକ୍ରାନ୍ତ କରି ନିଲମ୍ବନ କରାଯାଇ ବିଦ୍ୟାଳୟ କୁ ଅବ୍ୟବସ୍ଥା ଘରରେ ଠେଲିଦିଆଯାଇଛି ବୋଲି କୋଟଗଡ ଅଞ୍ଚଳବାସି କହିଛନ୍ତି।ପ୍ରକାଶ ଥାଉକି ଯେ ତଳଦିନେ ଶ୍ରୀ ବିରେନ କୁମାର ନାୟକ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଥାଇ ବହୁତ ଗୁଡିଏ ଦୁର୍ନୀତି କରିଛନ୍ତି। ଜାହାରୀ ଫଳରେ ଏହି ବିଦ୍ୟାଳୟ ରେ ପରମାନେଟ ପ୍ରଧାନ ଶିକ୍ଷକଙ୍କ ଆବଶ୍ୟକତା ରହିଛି। ଆମେ ଅଞ୍ଚଳବାସୀ ପ୍ରଶାସନକୁ ଅନୁରୋଧ କରୁଅଛୁ ଯେ, ଏହି ବିଦ୍ୟାଳୟ ରେ ଭଲ ପ୍ରଧାନ ଶିକ୍ଷକ ଙ୍କୁ ଦେଲେ ପିଲାଙ୍କ ପାଠ ପଡ଼ାଟି ବହୁତ ସୁରୁଖୁରୁରେ ଚାଲିବ । କୋଟଗଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପୂର୍ବଦିନରେ ଏହି ଭଳି ଦୁର୍ବଳ ପରିଚାଳନା ଫଳରେ ଛାତ୍ର ଛାତ୍ରୀ ଅସନ୍ତୁଷ୍ଟ ହୋଇ ଗଣଧାରଣା କରିଥିଲେ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧକ୍ଷା ବବିତା ବେହେରା ଙ୍କୁ ବିଦ୍ୟାଳୟ ଭିତରେ ତାଲା ପକାଇଥିଲେ ଛାତ୍ରଛାତ୍ରୀ ମାନେ। ଏହି କାର୍ଯ୍ୟ କଳାପ ଯୋଗୁଁ ତିନି ଚାରି ଜଣ ଲେକଚର ମାନେ ଚାକିରୀ ମଧ୍ୟ ଛାଡି ଦେଇଛନ୍ତି।ସେହି ଭଳି ସର୍ଗିଫୁଲ କାର୍ଯ୍ୟକ୍ରମ ୨୦୨୫ ରେ ଦୂର ଦୁରନ୍ତାରୁ ଆସିଥିବା କୁନିକୁନି ଛାତ୍ରଛାତ୍ରୀ ମାନେ ରାତ୍ର୧୧ ଘଣ୍ଟିକାରେ ନିଜ ନିଜ ବିଦ୍ୟାଳୟ କୁ ଯାଇଛନ୍ତି। ଦୁଃଖ ଓ ପରିତାପର ବିଷୟ ଏଭଳି ସର୍ଗିଫୁଲ କାର୍ଯ୍ୟକ୍ରମରେ ଅବ୍ୟବସ୍ଥା ହେଇଥିବାରୁ ଅଭିଭାବକ ଓ ବୁଦ୍ଧି ଜୀବୀମାନେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରଭାରପ୍ରାପ୍ତ ଅଧ୍ୟକ୍ଷା ବବିତା ବେହେରା ଙ୍କୁ ବଦଳି କରିବାକୁ ଦାବି କରିଛନ୍ତି ନଚେତ ଆଗାମୀ ଦିନରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତାଲା ପକାଇ ଧାରଣାରେ ବସିବେ ବୋଲି ଛାତ୍ର ଛାତ୍ରୀ, ଅଭିଭାବକ ଏବଂ କୋଟଗଡ ବ୍ଲକ ର ୧୫ ଗୋଟି ପଞ୍ଚାୟତର ଅଭିଭାବକ ମାନେ ସାମ୍ବାଦିକ ମାନଙ୍କ ଆଗରେ ପ୍ରକାଶ କରିଛନ୍ତି।ଏଥିପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଅଞ୍ଚଳ ବାସି ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *