ଶ୍ରୀ ଜଗନ୍ନାଥ ଚେତନାର ଉଦାରତା ହିଁ ଏହି ସଂସ୍କୃତି କୁ ବିଶ୍ଵବ୍ୟାପୀ କରାଇଛି

ଶ୍ରୀ ଜଗନ୍ନାଥ ଚେତନାର ଉଦାରତା ହିଁ ଏହି ସଂସ୍କୃତି କୁ ବିଶ୍ଵବ୍ୟାପୀ କରାଇଛି।ଶ୍ରୀରାଧାରମଣ ଫାଉଣ୍ଡେସନ ର ୩୪ ତମ ପ୍ରତିଷ୍ଠା ଦିବସ ଅବସର ରେ ‘ଶ୍ରୀକ୍ଷେତ୍ର ଓ ଶ୍ରୀ ଜଗନ୍ନାଥ’ ଶୀର୍ଷକ ଏକ ଆଲୋଚନା ଚକ୍ର ପୁରୀ ସଂସ୍କୃତି ଭବନ ରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠାତା ସମ୍ପାଦକ ଶ୍ରୀଗୁରୁ ଚରଣ ଦାସ ଙ୍କ ସଂଯୋଜନା ରେ ଅୟୋଜିତ ଏହି ଆଲୋଚନା ଚକ୍ରକୁ ମାନ୍ୟବର ନ୍ୟାୟମୂର୍ତି ମାନସ ରଞ୍ଜନ ପଟ୍ଟନାୟକ ଉଦଘାଟନ କରି ଶ୍ରୀ ଜଗନ୍ନାଥ ଚେତନାର ଉଦାରତା ହିଁ ଏହି ସଂସ୍କୃତିକୁ ବିଶ୍ଵବ୍ୟାପୀ କରିଛି ବୋଲି ମତ ରଖିଥିଲେ। ଯେଉଁ କେତେଜଣ ମହାପୁରୁଷ ଏହି ସଂସ୍କୃତି ର ବାର୍ତାବହ ସାଜିଥିଲେ ସେମାନଙ୍କ ମଧ୍ୟରେ ଶ୍ରୀ ଶ୍ରୀ ରାଧାରମଣ ଦେବ ହେଉଛନ୍ତି ଅନ୍ୟତମ।

ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଦୈନିକ ଖବର କାଗଜ ରାଜଭୂମୀ ର ମୁଖ୍ୟ ସମ୍ପାଦକ ପବିତ୍ର ବ୍ରହ୍ମପୁତ୍ର ନାୟକ ଯୋଗଦେଇ ମାନବ ସେବା ହିଁ ଜୀବନର ମୂଳଲକ୍ଷ୍ୟ ହେବା ଉଚିତ ବୋଲି ମତ ଦେବାସହ ଜଗନ୍ନାଥ ସଂସ୍କୃତି ବିଶ୍ୱରେ ସ୍ୱତଃ ପ୍ରସାରିତ ବୋଲି କହିଥିଲେ।ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଅତିଥି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ନିର୍ମଳା କୃତି ବିକାଶ ଟ୍ରଷ୍ଟ ର ଅଧ୍ୟକ୍ଷ ଇଂ ଦିଲ୍ଲୀପ କୁମାର ପଟ୍ଟନାୟକ, ପୂର୍ବତନ ଶିକ୍ଷା ମଣ୍ଡଳାଧିଶ ବିଜୟ ଲକ୍ଷ୍ମୀ ଦାଶ, ଶିକ୍ଷାବିତ ସଦାଶିବ ମିଶ୍ର, ଡ଼ଃ ଶ୍ରୀନିବାସ ଆଚାର୍ଯ୍ୟ, ପଞ୍ଜାବ ନ୍ୟାସନାଲ ବାଙ୍କ ର ଆଞ୍ଚଳିକ ମହା ପ୍ରବନ୍ଧକ ପ୍ରଶାନ୍ତ ପଟ୍ଟନାୟକ, ଆୟୁର୍ବେଦାଚାର୍ଯ୍ୟ ଡାକ୍ତର ଏ ନାରାୟଣ ଆଚାରୀ, ସ୍ତମ୍ବକାର ହରିଶଙ୍କର ମିଶ୍ର ଆଲୋଚନା ରେ ଭାଗ ନେଇ ନିଜ ନିଜର ମତ ଦେଇଥିଲେ। ଡାକ୍ତର ଶ୍ରୀ ଜଗନ୍ନାଥ ଆଚର୍ଯ୍ୟ ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ।ଉକ୍ତ ସଭାରେ ୧୦୦ ଜଣ ଛାତ୍ରଛାତ୍ରୀ ଙ୍କୁ ପଠନ ସାମଗ୍ରୀ ୪୦ ଜଣ ପରିବାରଙ୍କୁ କମ୍ବଳ ବସ୍ତ୍ର ବଣ୍ଟନ କରଣାଇଥିଲା । ଚଳିତ ବର୍ଷ ଶ୍ରୀ ମଧୁସୂଦନ ସ୍ମୃତି ପୁରସ୍କାର ଶ୍ରୀମତୀ ଶାନ୍ତିଲତା ମହାନ୍ତି ଓ ଶ୍ରୀ ରାଧାରମଣ ସ୍ମୃତି ପୁରସ୍କାର ଡାକ୍ତର ଏ ନାରାୟଣ ଆଚାରୀ ଙ୍କୁ ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *