ସାମ୍ବାଦିକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

ସାମ୍ବାଦିକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନଉଦଳା ୧୫/୦୩ () – କପ୍ତିପଦା ଉପଖଣ୍ଡ ସାମ୍ବାଦିକ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । କପ୍ତିପଦା ଉପଖଣ୍ଡ ଅଧିନରେ ଥିବା ଚାରି ଗୋଟି ବ୍ଲକରେ କାର୍ଯ୍ୟରତ ସାମ୍ବାଦିକମାନେ ଏହି ଦାବିପତ୍ର ପ୍ରଦାନ କରିଛନ୍ତି । କପ୍ତିପଦା ଉପଖଣ୍ଡ ଏକ ଆଦିବାସୀ ଅଧ୍ୟୁଷିତ ଅଂଚଳ ହୋଇଥିବା ବେଳେ ସ୍ଥାନୀୟ ସାମ୍ବାଦିକମାନେ ବିଭିନ୍ନ ସମୟରେ ସରକାରଙ୍କ ସହିତ ଆଦିବାସୀମାନଙ୍କର ବିଭିନ୍ନ ସମସ୍ୟା ଉପରେ କାର୍ଯ୍ୟ କରିଥିବା ବେଳେ ରାଜ୍ୟ ସରକାରଙ୍କ ନିକଟରେ ଅନେକ ଗୁଡିଏ ଦାବିକୁ ସାମ୍ବାଦିକମାନେ ଉପସ୍ଥାପନ କରିଛନ୍ତି । କଳାକାରଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ନିମନ୍ତେ ସରକାରଙ୍କ ତରଫରୁ ଭତା ପ୍ରଦାନ କରାଯାଉଥିଲେ ସୁଦ୍ଧା ସାମ୍ବାଦିକମାନଙ୍କ ନିମନ୍ତେ ଭତା ପ୍ରଦାନ କରାଯାଇନାହିଁ । ତେଣୁ ସାମ୍ବାଦିକମାନଙ୍କ ନିମନ୍ତେ ଭତା ପ୍ରଦାନ କରାଯିବାକୁ ଦାବି କରାଯାଇଛି । ତତସହିତ କପ୍ତିପଦା ଉପଖଣ୍ଡରେ ଚାରି ଗୋଟି ବ୍ଲକରେ ସାମ୍ବାଦିକମାନଙ୍କ ନିମନ୍ତେ ସାମ୍ବାଦିକ ଗୃହ ସ୍ଥାପନ କରାଯିବାକୁ ଦାବି କରାଯାଇଛି । ତତସହିତ ସାମ୍ବାଦିକ ପେନସନ ଆଇନ ଲାଗୁ କରିବାକୁ ଦାବି କରି ଏକ ଦାବିପତ୍ର ସ୍ଥାନୀୟ ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ କପ୍ତିପଦା ଉପଖଣ୍ଡ ସାମ୍ବାଦିକ ପରିବାର ପକ୍ଷରୁ ପ୍ରେରଣ କରାଯାଇଛି । ଏହି ଦାବିପତ୍ର ପ୍ରଦାନ ସମୟରେ ସାମ୍ବାଦିକ ଶଶିକାନ୍ତ ମିଶ୍ର, ସନ୍ତୋଷ କୁମାର ବାଚ୍ଛିନୀ, ଜଗବନ୍ଧୁ ପ୍ରଧାନ, ଅଭିଜିତ୍ ବେହେରା, କୃଷ୍ଣଚୈତନ୍ୟ ସଦୁଆଳ, ସର୍ବେଶ୍ୱର ମହାପାତ୍ର,ସୁଶାନ୍ତ ମହାନ୍ତି, ତପନ କୁମାର ସେଠୀ, ଅଭିଜିତ୍ ବିଶ୍ୱାଳଙ୍କ ସମେତ ଉପଖଣ୍ଡ ଅଧିନରେ କାର୍ଯ୍ୟରତ ସାମ୍ବାଦିକମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *