ଖାଉଟିଙ୍କ ଘରେ ଜବରଦସ୍ତ ଭିଡିଓ ଉତ୍ତୋଳନ କରି ହ୍ୱାଟସ୍ଆପ୍ ଓ ଇଣ୍ଟରନେଟରେ ବାଣ୍ଟିବା ମାହାଙ୍ଗା ପଡ଼ିଲା ।

ଖାଉଟିଙ୍କ ଘରେ ଜବରଦସ୍ତ ଭିଡିଓ ଉତ୍ତୋଳନ କରି ହ୍ୱାଟସ୍ଆପ୍ ଓ ଇଣ୍ଟରନେଟରେ ବାଣ୍ଟିବା ମାହାଙ୍ଗା ପଡ଼ିଲା ।ଟାଟା ପାୱାର ଅଧିକାରୀଙ୍କ ନାମରେ ୧୦ଟି ସଙ୍ଗୀନ ଦଫାରେ ମାମଲା ରୁଜୁ କୋଣାର୍କ: ଖାଉଟିଙ୍କ ପରିସରରେ ଜବରଦସ୍ତ ଭିଡିଓ ଉତ୍ତୋଳନ କରି ହ୍ୱାଟସ୍ଆପ୍ ଓ ଇଣ୍ଟରନେଟରେ ବାଣ୍ଟିବା ଟାଟା ପାୱାର ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା । କୋଣାର୍କ ମାନ୍ୟବର jmfc ଟାଟା ପାୱାରର ନିମାପଡା ପରିଚାଳକ ବିଶ୍ବରଞ୍ଜନ ବେହେରା ଓ କୋଣାର୍କ କନିଷ୍ଠ ଯନ୍ତ୍ରୀ ନୀହାର ସାମଲଙ୍କ ସମେତ ଅନ୍ୟ ୮ ଜଣଙ୍କ ନାମରେ ୧୦ ଟି ସଙ୍ଗୀନ ଦଫାରେ ମାମଲା ରୁଜୁ କରିଛନ୍ତି । ସୂଚନାଯୋଗ୍ୟ ଯେ , ଗତ ୨୦୨୩ ମସିହା ଅଗଷ୍ଟ ୩ ତାରିଖରେ କମ୍ୟୁନିଟି ରେଡିଓ ଷ୍ଟେସନ ରେଡିଓ ନମସ୍କାର ପରିସରରେ ସମ୍ପୃକ୍ତ ଅଭିଯୁକ୍ତ ମାନେ ବିନା ଅନୁମତିରେ ଅବୈଧ ଭାବେ ପ୍ରବେଶ କରିଥିଲେ । କିଛି କାରଣ ନଦର୍ଶାଇ ବିଭିନ୍ନ ଅଫିସ ଗୃହ , ଷ୍ଟୂଡିଓ , ରୋଷେଇ ଘର, ପାଇଖାନା , ଆଦି ଘରେ ପ୍ରବେଶ କରି ଭିଡିଓ ଓ ଫଟୋ ଉତ୍ତୋଳନ କରିଥିଲେ । ଏହି ସମୟରେ ଷ୍ଟେସନର ମହିଳା କର୍ମଚାରୀ ମାନେ ମଧ୍ଯାନ୍ନ ଭୋଜନ କରିବା ସହ କେହି କେହି ବିଶ୍ରାମ ନେଉଥିଲେ । ଏହି ଅଭିଯୁକ୍ତମାନେ ମହିଳା ମାନଙ୍କର ମଧ୍ୟ ଭିଡିଓ ଓ ଫଟୋ ଉତ୍ତୋଳନ କରିବା ସଙ୍ଗେ ସଙ୍ଗେ ସେମାନେ ବିରୋଧ କରିବାରୁ ଦୁର୍ବ୍ୟବହାର କରିଥିଲେ ଓ ଧମକ ଚମକ ଦେଇଥିଲେ । ପରବର୍ତ୍ତୀ ସମୟରେ ଅଭିଯୁକ୍ତମାନେ ଏହି ଫଟୋ ଓ ଭିଡିଓକୁ ଇଣ୍ଟରନେଟ ମାଧ୍ୟମରେ ସୋସିଆଲ ମିଡିଆରେ ଅନ୍ୟମାନଙ୍କ ମଧ୍ୟରେ ବହୁଳ ଭାବେ ବିତରଣ କରିଥିଲେ । ଏ ସମ୍ପର୍କରେ ରେଡିଓ ନମସ୍କାରର ନିର୍ବାହୀ ଅଧିକାରୀ କୋଣାର୍କ ଥାନା ଓ ଟାଟା ପାୱାର ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା । ତେଣୁ ରୋଜାଲିନ ଏତାଦୃଶ ମହିଳାଙ୍କ ଭିଡିଓ ଉତ୍ତୋଳନ , ଦୁର୍ବ୍ୟବହାର , ଭିଡିଓ ଓ ଫଟୋ କୁ ଇଣ୍ଟରନେଟରେ ବାଣ୍ଟିବା ଏବଂ ଗୋପନୀୟତା ଉଲ୍ଲଂଘନ ଅଭିଯୋଗରେ TPCODLର ଦୁଇ ଅଧିକାରୀଙ୍କ ସମେତ ଅନ୍ୟ ୮ ଜଣଙ୍କ ବିରୋଧରେ କୋଣାର୍କର ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ପ୍ରଥମ ଶ୍ରେଣୀ (JMFC)ଙ୍କ କୋର୍ଟରେ ଏକ ଅଭିଯୋଗ ମାମଲା ଦାୟର କରିଛନ୍ତି । ଗତ ଜୁନ ୨୫ ତାରିଖରେ ମାମଲାର ବିଚାର କରି ମାନ୍ୟବର କୋର୍ଟ ନିମାପଡ଼ା ଡିଭିଜନର TPCODL ପରିଚାଳକ ବିଶ୍ୱ ରଞ୍ଜନ ବେହେରା ଏବଂ କୋଣାର୍କ ସେକ୍ସନର TPCODLର JE (ବାଣିଜ୍ୟିକ) ନିହାର ସାମଲଙ୍କ ସମେତ ଅନ୍ୟ ୮ ଜଣଙ୍କ ନାମରେ 1.C.C ନଂ. 6/2024 , ( ଭାରତୀୟ ଦଣ୍ଡ ସଂହିତାର ଧାରା, 323, 354C, 380, 447, 448, 506, 509, ଏବଂ 34, ସୂଚନା ପ୍ରଯୁକ୍ତିବିଦ୍ୟା ଆଇନର ବ୍ୟବସ୍ଥା (ଧାରା 66E, 67, ଏବଂ 72) ) ରେ ମାମଲା ରୁଜୁ କରି ସମନ ଜାରି କରିଛନ୍ତି । ଏହି ମାମଲା ବରିଷ୍ଠ ଆଇନଜୀବି ଗନ୍ଧର୍ବ ଦଳେଇ ପରିଚାଳନା କରୁଛନ୍ତି ।ସୂଚନାଯୋଗ୍ୟ ଯେ ଏଥି ପୂର୍ବରୁ ଏତାଦୃଶ ଅନେକ ମାମଲାରେ ଟାଟା ପାୱାର ଅଧିକାରୀ ମାନେ ଫାଶୀ ରହିଥିଲେ ମଧ୍ୟ ଏମାନଙ୍କର ବ୍ୟବହାରିକ ପରିବର୍ତ୍ତନ ହେଉନାହିଁ । ନିକଟରେ ଅନ୍ୟ ଏକ ମାମଲାରେ ବିଜୁଳି ସଂଯୋଗ ଦେବାରେ ଅଯଥା ବିଳମ୍ବ କରିବା ଓ ଆବେଦନକାରୀଙ୍କୁ ହଇରାଣ କରୁଥିବାରୁ ଏଥି ପୂର୍ବରୁ କୋଣାର୍କ କୋର୍ଟ ଟାଟା ପାୱାରକୁ ୪୦ ହଜାର ଟଙ୍କାର ଜୋରିମାନା ମଧ୍ୟ କରିଛନ୍ତି। କ୍ରମେ ଟାଟା ପାୱାର ଉପରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

Leave a Reply

Your email address will not be published. Required fields are marked *