ଅନ୍ଧାର ହେଲା କାଳ, ବିଦ୍ୟୁତ ତାର ଲାଗି ଚାଲି ଗଲା ଜଣଙ୍କ ଜୀବନ

ତଳେ ପଡିଥିଲା ବିଦ୍ୟୁତ ତାର, ଅନ୍ଧାରରେ ଜାଣି ନପାରି ତାର ଉପରେ ପାଦ ଚଢ଼ିଯିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି। ଏଭଳି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧିନ ନାଲଗରା ଗାଁରେ । ମୃତକ ଜଣକ ହୈଲେ କାଉପୁର ପଞ୍ଚାୟତ ସିରାପୁର ଗାଁର ସୁବାସ ସାହୁ । ସୂଚନା ଅନୁଯାୟୀ , ସୁବାସ କାମ ସାରି ସନ୍ଧ୍ୟାରେ ନାଲଗରା ଇଟାଭାଟି ପଡିଆ ଦେଇ ଘରକୁ ଆସୁଥିଲେ । ତେବେ ଅନ୍ଧାରରେତଳେ ପଡିଥିବା ବିଦ୍ୟୁତ ତାରକୁ ଜାଣି ନପାରି ଚଢି ଯାଇଥିଲେ । ଫଳରେ ଘଟଣାସ୍ଥଳରେ ସୁବାସଙ୍କ ମୃତ୍ୟୁ ହୋଇଥିଲା । ସକାଳ ଲୋକେ ଦେଖି ସୁବାସଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ ।  ସୁବାସଙ୍କ ଦେହରେ ତାର ଗୁଡ଼ାଇ ହୋଇ ପୋଡି ଯାଇଥିବା ଅନୁମାନ କରାଯାଉଛି। ଅପରପକ୍ଷେ ବିଦ୍ୟୁତ ବିଭାଗର ଅବହେଳା ପାଇଁ ସୁବାସଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକେ।

Leave a Reply

Your email address will not be published. Required fields are marked *