ଆଇଟିଡିଏ ପକ୍ଷରୁ ୨ ଶହ ଚାଷୀଙ୍କୁ ସ୍ପ୍ରେୟର ପ୍ରଦାନ
।କନ୍ଧମାଳ ତା ୩୧/୦୩/୨୦୨୫ ଫୁଲବାଣୀ,୩୦/୦୩/୨୦୨୫ ରିଖରେ ଚାଷ ଓ ଚାଷୀର ଉନ୍ନତୀ ପାଇଁ ଫୁଲବାଣୀ ଆଇ ଟିଡି ଏ ପକ୍ଷରୁ ବ୍ୟାପକ ଉଦ୍ୟମ କରାଯାଉଛି I ଫୁଲବାଣୀ ରେ ନୂତନ ପି ଏ ଆଇଟିଡିଏ ଗଦାଧର ପାତ୍ର ଙ୍କ ବଳିଷ୍ଠ ଉଦ୍ୟମ ରେ ଫୁଲବାଣୀ ଆଇଟିଡିଏ କାର୍ଯ୍ୟଳୟ ସମ୍ମୁଖରେ ବିଭାଗ ସହାୟତାରେ ଫୁଲବାଣୀ, ଖଜୁରିପଡା ଓ ଫିରିଙ୍ଗିଆ ୩ଟି ବ୍ଲକ ର ୨ଶହ ଜଣ ଚାଷୀ ଙ୍କୁ ମୁଖ୍ୟ ମନ୍ତ୍ରୀ ଜନ ଜାତି ଜୀବିକା ମିଶନ ଯୋଜନା ରେ ସ୍ପ୍ରେୟରମେସିନ ପ୍ରଦାନ କରାଯାଇଛି । ସ୍ପେୟର ମେସିନ ପାଇବାପରେ ଆଦିବାସୀ ଚାଷୀ ମାନେ ଖୁସି ବ୍ୟକ୍ତି କରିବାସହ ପି ଏ ଆଇ ଟି ଡି ଏ, ଶ୍ରୀ ଗଦାଧର ପାତ୍ର ଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ସ୍ପେୟର ମେସିନ ଦ୍ବାରା ଚାଷ ଜମି ରେ ଔଷଧ ସିଞ୍ଚନ କରି ଫସଲ କୁ ପୋକ ଦାଉରୁ ରକ୍ଷା କରିବା ରେ ସାହାଯ୍ୟ କରିବ ବୋଲି ଚାଷୀ ମାନେ କହିଛନ୍ତି I ଉକ୍ତ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ସ୍ବାତି ସ୍ବେଛାସେବୀ ସଂଗଠନ ର ପ୍ରଦୀପ କୁମାର ସ୍ବାଇଁ, ଓ ପି ଏମ ୟୁ କର୍ମଚାରୀ, କୃଷକ ସାଥୀ ବଡଣା କହଁର, ଚାଷୀ ଦିଲବର୍ କହଁର ଉପସ୍ଥିତ ଥିଲେ। ସେହିପରି ଏଥି ପୁର୍ବରୁ ଫୁଲବାଣୀ ଆଇଟିଡିଏ କାର୍ଯ୍ୟଳୟ ପରିସରରେ ୩ଟି ବ୍ଲକ ର ମଧ୍ଯମ ଆଦିବାସୀ ଚାଷୀ ଙ୍କୁ ଉଇଡର ମେସିନ ପ୍ରଦାନ କରାଯାଇଥିବା କଥା ପିଏ ଆଇଟିଡିଏ ଶ୍ରୀ ପାତ୍ର କହିଛନ୍ତି ।
