ଅଲଡ। ହୋଇ ପଡ଼ିଛି ଫୁଲବାଣୀ ଖଲିଆବନ୍ଧ ।
କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌର ପରିଷଦ ଓ ଫିସରି କ।ର୍ଯ୍ୟଳୟକୁ ସଂଲଗ୍ନ ହୋଇ ଥିବା ଖଲିଆ ବନ୍ଧ ପୋଖରୀ ଭାରି ପରିଚିତ। ଏହି ବନ୍ଧ କୁ ଖଲିଆ ବନ୍ଧ କହିବାର କାରଣ ବନ୍ଧର ଖଲିଆ ମାଟିରେ ଲୋକେ ବିଶେଷ କରି ମହିଳା ମାନେ ମୁଣ୍ଡ ସଫା କୁରୁଥିଲେ । ମୁଣ୍ଡ ବି ସଫା ହେଉଥିଲା ଦୀର୍ଘ ୨୫ ବର୍ଷ ତଳେ ଲୋକେ ଏହି ପୋଖରୀକୁ ବହୁଳ ଭାବରେ ବ୍ୟବହାର କରୁଥିଲେ । କ୍ରମଶଃ ବନ୍ଧର ପାଣି ନୀଳ ଓ ଅପରିଷ୍କାର ହେବାରେ ଲାଗିଲା । ଲୋକେ ଗାଈ ଗରୁ ମାନଙ୍କୁ ମଧ୍ୟ ଗାଧେଇଲେ , ଫଳରେ ଲୋକେ ଏହି ବନ୍ଧର ପାଣିକମ ବ୍ୟବହାର କଲେ । ଅବକାରି ସବ ଇନ୍ସ୍ପେକଟର ଜିଲ୍ଲା ପୋଲିସ, ଫରେଷ୍ଟ ଗାର୍ଡ, ଅବକାରୀ ବିଭାଗର ନିଯୁକ୍ତି ପାଇଁ ଏହି ବନ୍ଧରେ ସୁଇମିଙ୍ଗ ଟେଷ୍ଟ କରାଯାଉ ଥିଲା । ଏହି ବନ୍ଧରୁ ଲୋକେ କଇଁଫୁଲ ସଂଗ୍ରହ କରୁଥିଲେ, ବନ୍ଧରୁ କୌଣସି ସରକାରୀ କାର୍ଯ୍ୟାଳୟ ତଥା ଫିସରି ଅଫିସ ମଧ୍ୟ ଧରି ରକ୍ଷଣ ବେକ୍ଷଣ କଲେ ନାହିଁ କି ଏହି ଠାରୁ ପଙ୍କ ବାହାର କରାଗଲା ନାହିଁ । ଅଭିଯୋଗ କଲେ ପୌର ପରିଷଦ କହୁଛି ଆମରି ବନ୍ଧ ନାହିଁ ଓ ଫିସରି କହୁଛି ଆମରି ବନ୍ଧ ନୁହେଁ ବୋଲି କିନ୍ତୁ ୧୫ ବର୍ଷ ପୂର୍ବେ ଲୋକ କହିଛନ୍ତି ଏହି ଠାରେ ଫିସରି କାର୍ଯ୍ୟାଳୟ ଦ୍ଵାରା ମାଛ ଚାଷ କରାଯାଉ ଥିଲା । ବେଳେ ଫିସେରୀ ବିଭାଗ ମଧ୍ୟ ତାଙ୍କର ବନ୍ଧ ନାହିଁ ବୋଳି କହୁଥିବାରୁ ଜଣାପଡିଥିଲା ଫଳରେ କୌଣସି ବିଭାଗ ଏହାର ରକ୍ଷଣା ବେକ୍ଷଣ କଲେ ନାହିଁ । ରାସ୍ତାରେ ପାଣି ବୋହିଲା ବର୍ଷା ଦିନେ ।ଏହି ବନ୍ଧ ର ପାଣି ବାହାରକୁ ଆସି ଯିବା ଆସିବା ରେ ବହୁତ ବାଧା ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି ।
