ଶ୍ରୀଜଗନ୍ନାଥ ଭକ୍ତ ସମାଜ, ପୁରୀ ତରଫରୁ ଆନ୍ତର୍ଜାତୀୟ ଶ୍ରୀଜଗନ୍ନାଥ କଥାମୃତ ଆଲୋଚନା ଚକ୍ର

ଶ୍ରୀଜଗନ୍ନାଥ ଭକ୍ତ ସମାଜ, ପୁରୀ ତରଫରୁ ଆନ୍ତର୍ଜାତୀୟ ଶ୍ରୀଜଗନ୍ନାଥ କଥାମୃତ ଆଲୋଚନା ଚକ୍ର
ଶ୍ରୀଜଗନ୍ନାଥ ଭକ୍ତ ସମାଜ ପୁରୀ ତରଫରୁ ଅନୁଷ୍ଠାନର ସଭାପତି ଶ୍ରୀ ଶଙ୍କର୍ଷଣ ସାଂଗରାଜଙ୍କ ପୌରହିତ୍ୟରେ ହିନ୍ଦୀ ଭାଷା ମାଧ୍ୟମରେ ଏକ ଆଭାସୀ ଆଲୋଚ଼ନା ଚ଼କ୍ର ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ପଣ୍ଡିତ ଆଲୋକ କୁମାର ଦାଶ୍ ବୈଦିକ ମଂଗଳାଚରଣ ପାଠ କରିଥିଲେ। ମାର୍ଗଦର୍ଶକ ତଥା ଶ୍ରୀଜଗନ୍ନାଥ ମନ୍ଦିର ପୁରୋହିତ ପ୍ରୋ. ପୁର୍ଣ୍ଣଚନ୍ଦ୍ର ମହାପାତ୍ର ସଭାର ଆଭିମୁଖ୍ୟ ପ୍ରଦାନ କରିଥିଲେ। ଗୀତିକାର ଗ୍ରାମତୀ ହରପ୍ରିୟା ରଥ ଓ ଶୁଶ୍ରୀ ପୁଷ୍ପିତା ମାଳା ଜଗନ୍ନାଥ ଭଜନ ଗାନ କରିଥିଲେ । ମୁଖ୍ୟବକ୍ତା ଭାବେ ଛତିଶଗଡ଼ ବିଶ୍ଵବିଦ୍ୟାଳୟର ପୂର୍ବତନ ପ୍ରଧାପକ ତଥା ରାଷ୍ଟ୍ରଭାଷା ପ୍ରଚାର ସମିତିର ସଭ୍ୟ ଡ. ମୀନକେତନ ଦାଶ୍ ଯୋଗ ଦେଇ ମହାପ୍ରଭୁଙ୍କ ବିଗ୍ରହତତ୍ତ୍ଵ, ମହାପ୍ରସାଦ ମହିମା, ଶ୍ରୀକ୍ଷେତ୍ର ମହିମା ଓ ଶ୍ରୀଜଗନ୍ନାଥଙ୍କ ଭକ୍ତମାନଙ୍କ ପ୍ରତି ଥିବା କରୁଣା ବିଷୟ ଉପସ୍ଥାପନା କରିଥିଲେ। ଏଥିରେ ସମାଜସେବୀ ଡ. ନାରାୟଣ ମହାପାତ୍ର, ଶ୍ରୀ ବୀର ଅନନ୍ତ ପଣ୍ଡା, ଶ୍ରୀମହନ୍ତ ବିଜୟ ଆଶିସ୍ ଜୀ ମହାରାଜ, ଶ୍ରୀ କାର୍ତ୍ତିକ ସାହୁ, ଇଂ ଗୋପନାଥ ମିଶ୍ର,ଶାନ୍ତି ମିଶ୍ର, ଶ୍ରୀ ଶମ୍ଭୂ ସିଂ, ଶ୍ରୀ ଅତୁଲ ଶର୍ମା, ବୁଦ୍ଧଦେବ ଚକ୍ରବର୍ତ୍ତୀ, ଶ୍ରୀ ନରେନ୍ଦ୍ର କୁମାର ନାୟକ, ଶ୍ରୀ ନରେଶ କୁମାର, ଶ୍ରୀ ସୁରେଶ୍ କୁମାର ଗୌଧୁରୀ, ଶ୍ରୀ ରବି ଶାସ୍ତ୍ରୀ ତଥା ଉତ୍ତର ପ୍ରଦେଶ , ଦିଲ୍ଲୀ, ମହାରାଷ୍ଟ୍ର, ତାମିଲନାଡୁ, ଉତ୍ତରାଖଣ୍ଡ, ପଶ୍ଚିମ ବଙ୍ଗ ଓ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଭକ୍ତ ମାନେ ଯୋଗଦାନ କରିଥିଲେ। ଡ. ପ୍ରଦୀପ ଚନ୍ଦ୍ର ଆଚାଯଦ ସଭା ପରିଚାଳନା ଓ ଶେଷରେ ସଂପାଦକ ଡ. ଶଶିକାନ୍ତ ରଥ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *