ଜଗନ୍ନାଥ ନବଗ୍ରହ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି
ଭଦ୍ରକ ମୁନିସିପାଲଟି ୱାର୍ଡ ନମ୍ବର ୨୩ ଶ୍ରୀ ରାମ ନଗର ମିର୍ଜା ପୁର ଠାରେ ଜଗନ୍ନାଥ ଙ୍କ ନବଗ୍ରହ ମନ୍ଦିର ପ୍ରତିଷ୍ଠା ଧୁମ୍ ଧାମରେ ପାଳିତ ହୋଇଯାଇଛି, ପ୍ରଥମ ଦିନ କଳସ ସ୍ଥାପନ କରାଯାଇଥିଲା। ବହୁ ସଂଖ୍ୟା ରେ ଶ୍ରଦ୍ଧାଳୁ ସମାଗମ ହୋଇ ସାଳଦୀ ନଦୀ ଘାଟ ରୁ ପାଣି ଉଠାଇ ଥିଲେ। କଳସ ସ୍ଥାପନ କରାଯାଇଥିଲା। ଦ୍ବିତୀୟ ଦିବସରେ ଯଞ ସ୍ଥାପନ କରାଯାଇଥିଲା। ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ତ୍ବରାନ୍ବିତ କରିଥିଲେ। ତୃତୀୟ ଦିନ ରେ ନବଗ୍ରହ ପ୍ରତିଷ୍ଠା କରାଯାଇଥିଲା। ଶଙ୍ଖ ହୁଳହୁଳି ରେ ମିର୍ଜା ପୁର କମ୍ପି ଉଠିଥିଲା। ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ସେ ଅଞ୍ଚଳରେ ଖୁସି ର ଲହରୀ ଖେଳିଯାଇଥିଲା। ଶ୍ରୀ ରାମ ନଗର ର ରାଜେନ୍ଦ୍ର ନାୟକ, ନରେନ୍ଦ୍ର ନାୟକ, ରବିନ୍ଦ୍ର ନାୟକ, ଲକ୍ଷ୍ମୀ ଧର ନାୟକ, ଦେବେନ୍ଦ୍ର ନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ।
