ଜଗାର ପ୍ରେମରେ ଦେବା।
ବିଶ୍ଵ ପ୍ରସିଦ୍ଧ ରଥଯାତ୍ରାର ଅନ୍ତିମ ଦିବସ ନୀଳାଦ୍ରି ବିଜେ। ମହାପ୍ରଭୁ ଏହି ଦିନ ରତ୍ନ ସିଂହାସନକୁ ବିଜେ କରିଥାନ୍ତି ଓ ଅଭିମାନିନ ମାଆ ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରନ୍ତି। କରୋନା କଟକଣା ମଧ୍ୟରେ ଏ ବର୍ଷ ରଥଯାତ୍ରା ଶେଷ ହୋଇଛି ଚର୍ମ ଚକ୍ଷୁରେ ମହାପ୍ରଭୁଙ୍କୁ ଦେଖିବାର ସୌଭାଗ୍ୟ ଭକ୍ତକୁ ମିଳିନାହିଁ। କିନ୍ତୁ ନିଜର ମନର ଭକ୍ତି ଭାବକୁ ଅଦରକାରୀ ପ୍ଲାଇ ବୋର୍ଡରେ ପ୍ରତିଫଳିତ କରି ମହାପ୍ରଭୁ ଙ୍କୁ ରସଗୋଲା ସମର୍ପଣର ଚିତ୍ର ଆଙ୍କିଛନ୍ତି ପୁରୀ କୁମ୍ଭାରପଡ଼ାର ଦଶମ ଶ୍ରେଣୀର ଛାତ୍ର ଦେବାଶିଷ ଦାସ। ଦେବାଶିଷ କୁହନ୍ତି ମୁଁ ପିଲା ଦିନୁ ସବୁ ବର୍ଷ ରଥଯାତ୍ରା ଦେଖେ ।କିନ୍ତୁ ଦୁଇ ବର୍ଷ ହେବ ମହାପ୍ରଭୁଙ୍କୁ ଦେଖିପାରୁ ନାହିଁ ରଥରେ। ସେଥିପାଇଁ ମୁଁ ମୋ ମନର ଭାବନାକୁ ଆଜି ଅଦରକାରୀ ପ୍ଳାଇ ବୋର୍ଡରେ ଆଙ୍କି ମହାପ୍ରଭୁଙ୍କ ଉପସ୍ଥିତି କାମନା କରିଛି।
