ପବିତ୍ର ସୁନିଆ ରେ ଦଶହରା ପାଇଁ ମାଟିଅନୁକୂଳ ହିନ୍ଦୁ ମୁସଲିମ ଭାଇଚାରା ମଧ୍ୟରେ ପୂଜା ପାଳିବ ଜଗନ୍ନାଥ ବଜାର

କାମାକ୍ଷାନଗର –କାମାକ୍ଷାନଗର ର ଗଣପର୍ବ ଦଶହରା କୁ ଆଉ କିଛି ଦିନ ବାକିଥିବା ବେଳେ ଏହାକୁ ନେଇ ଚଳଚଞ୍ଚଳ ହୋଇଛନ୍ତି ସହର ର ବିଭିନ୍ନ ପୂଜା ପ୍ରତିଷ୍ଠାନ l ଦୁର୍ଗାପୂଜା ନିମନ୍ତେ ମା ଙ୍କ ମୁର୍ଣ୍ଣୟୀ ମୂର୍ତ୍ତି ନିର୍ମାଣ ପାଇଁ ଆଜି ପବିତ୍ର ସୁନିଆ ତିଥି ରେ ମାଟି ଅନୁକୂଳ ହୋଇଛି l ସହର ର ବହୁ ପୁରାତନ ଜଗନ୍ନାଥ ବଜାର ତରଫରୁ ଆଜି ସ୍ଥାନୀୟ ଆଳତୁମା ନିକଟରେ ମାଟି ଅନୁକୂଳ କରାଯାଇଛି l ଦୀର୍ଘ ବର୍ଷ ଧରି ଜଗନ୍ନାଥ ବଜାର ପୂଜା ପ୍ରତିଷ୍ଠାନ ଦୁର୍ଗାପୂଜା କରି ଆସୁଥିବା ବେଳେ ହିନ୍ଦୁ, ମୁସଲିମ ଙ୍କ ମଧ୍ୟରେ ଭାଇଚାରା ନେଇ ପୂଜା ଅନୁଷ୍ଠିତ ହୋଇ ଆସୁଛି l ଜଗନ୍ନାଥ ବଜାର ରେ ବହୁ ସଂଖ୍ୟାରେ ମୁସଲିମ ସମ୍ପ୍ରଦାୟ ର ବ୍ୟକ୍ତି ବ୍ୟବସାୟୀ ଭାବେ ରହିଥିବା ବେଳେ ମା ଙ୍କ ମାଟିଅନୁକୂଳ କାର୍ଯ୍ୟକ୍ରମ ରେ ସମସ୍ତେ ଭାଇଚାରା ର ସହ ପୂଜା କରିଥାନ୍ତି l ଦୀର୍ଘ ବର୍ଷ ଧରି ଭାଇଚାରା ମଧ୍ୟରେ ଜଗନ୍ନାଥବଜାର ରେ ମା ଦୁର୍ଗା ଙ୍କ ପୂଜା ଅନୁଷ୍ଠିତ ହେଉଥିବା ବେଳେ ମାଟି ଅନୁକୂଳ କୁ ନେଇ କାମାକ୍ଷାନଗର ସହର ରେ ପାର୍ବଣ ର ମାହୋଲ ସୃଷ୍ଟି ହୋଇଛି l

Leave a Reply

Your email address will not be published. Required fields are marked *