ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ଉତ୍ତରଶସନ ପଞ୍ଚାୟତ ରେ ବୁଲିଲା ଜୟ ଜଗନ୍ନାଥ ରଥ
ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ଉତ୍ତରଶସନ ପଞ୍ଚାୟତ ରେ ବୁଲିଲା ଜୟ ଜଗନ୍ନାଥ ରଥ । ଆମ ଓଡ଼ିଶା ନବୀନ ଓଡ଼ିଶା ଅନ୍ତର୍ଗତ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ର ଜୟ ଜଗନ୍ନାଥ ରଥ ପଞ୍ଚାୟତ ର ପ୍ରତି ଘରକୁ ଘର ବୁଲି ଅରୁଆ ଚାଉଳ, ଗୁଆ ଓ ନଡ଼ିଆ ସଂଗ୍ରହ କରିବ । ଏହି କାର୍ଯ୍ୟକ୍ରମ ରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ, ବିଜୁ ଜନତା ଦଳର ବ୍ଲକ ସଭାପତି ରବିନାରାୟଣ ଜେନା, ସ୍ଥାନୀୟ ସରପଂଚ ସୁରେନ୍ଦ୍ର ଶତପଥୀ, ବ୍ଲକ ଉପାଧ୍ୟକ୍ଷ।,ଜିଲ୍ଲା ପରିଷଦ ସଭ୍ୟା, ସ୍ଥାନୀୟ ଜଗନ୍ନାଥ ପ୍ରେମୀ, ସଂକୀର୍ତ୍ତନ ମଣ୍ଡଳୀ ମାନେ ଏହି ଭବ୍ୟ ସ୍ୱାଗତ କାର୍ଯ୍ୟକ୍ରମ ରେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଏହି କାର୍ଯ୍ୟକ୍ରମ କୁ ସ୍ୱାଗତ କରିଛନ୍ତି । ସେହିପରି ଉକୁନ୍ଦରା ପଂଚାୟତର ଅଲିପଡା, କାଉପଡା ଓ ବିଭିନ୍ନ ଗ୍ରାମ ପରିକ୍ରମା କରାଯାଇଛି ।
ଜଗତସିଂହପୁର ରୁ ରୀତା ସାହୁ reporter
