ଜଗନ୍ନାଥପୁର ଦକ୍ଷତା ବିକାଶ କେନ୍ଦ୍ର ରେ ସ୍ବଛତା ଅଭିଯାନ
ଜଗନ୍ନାଥପୁର ଦକ୍ଷତା ବିକାଶ କେନ୍ଦ୍ର ରେ ସ୍ବଛତା ଅଭିଯାନ।
ତିର୍ତ୍ତୋଲ:ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅନ୍ତର୍ଗତ ଜଗନ୍ନାଥପୁର ଦକ୍ଷତା ବିକାଶ କେନ୍ଦ୍ର ରେ ଓଡିଶା ସ୍କିଲ ଡେଭଲପମେଣ୍ଟ ଅର୍ଥରିଟି ଦ୍ବାରା ଅନୁବନ୍ଧିତ ଓ କିଉଭାନ୍ ସ୍କିଲ୍ ଏମ୍ପାପାଓର ମେଣ୍ଟ ପ୍ରାଇଭେଟ୍ ଲିମିଟେଡ଼ ଦ୍ବାରା ପରିଚାଳିତ ଦକ୍ଷତା ବିକାଶ କେନ୍ଦ୍ରରେ ଏକ ସ୍ବଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଅଛି।ଏହି ଅବସରରେ ଦକ୍ଷତା ବିକାଶ କେନ୍ଦ୍ର ପରିବେଶ କୁ ସଫା ସୁତୁରା କରିବା ସହିତ ଏହାର ଚତୁଃପାର୍ଶ୍ଵରେ ପଡିଥିବା ଅଳିଆ ଆବର୍ଜ୍ଜନାରୁ ମଧ୍ୟ ସଫା କରାଯାଇଥିଲା।ଏଥିରେ ସ୍ଥାନୀୟ ସରପଞ୍ଚ ସୁଶାନ୍ତ କୁମାର ନାୟକ,କିଉଭାନ୍ ସ୍କିଲ୍ ର ଜିଲ୍ଲା ସଂଯୋଜକ ପ୍ରଦିପ କୁମାର ଲେଙ୍କା,ଶିକ୍ଷୟିତ୍ରୀ ଶଶୀ ମଲ୍ଲିକ, କେନ୍ଦ୍ର ପରିଚାଳକ ଶୁଭ୍ରାଂଶୁ ପଶାୟତ,ଭାନୁ ଶଙ୍କର ରାଉତରାୟ, ପ୍ରଭାତ କୁମାର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ କେନ୍ଦ୍ର ର ସମସ୍ତ କର୍ମଚାରୀ ଓ ଛାତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ। ସ୍ବଛ ହିଁ ସେବା ବାର୍ତ୍ତା ନେଇ ସମସ୍ତେ ଏଥିରେ ସାମିଲ ହୋଇ ପରିବେଶ କୁ ସଫା ସୁତୁରା କରିଥିଲେ।
