ଶ୍ରୀମନ୍ଦିର ପ୍ରଶାସନକୁ ଦଶବତାର ମୂର୍ତ୍ତୀ କୁ ନେଇ ଦୋଷାରୋପ କଲେ ଜଗନ୍ନାଥ ସେନା ଓ ସେବାୟତ

ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଏଏସଆଇ ତରଫରୁ ପ୍ରସ୍ତୁତ ହୋଇଥିବା ଦଶବତାର ମୂର୍ତ୍ତି। 2012 ମସିହାରେ ଶ୍ରୀମନ୍ଦିର ସିଂହଦ୍ଵାର ଗୁମୁଟରୁ କଢାଯାଇଥିଲା ଦଶବତାର ମୂର୍ତ୍ତି। ନବମ ସ୍ଥାନରେ ବୁଦ୍ଧ ନା ଜଗନ୍ନାଥ ରହିବେ ସେନେଇ ଉପୁଜିଥିଲା ବିବାଦ। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏ ନେଇ ଆଲୋଚନା ପରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ତେବେ ଖୁବଶୀଘ୍ର ସିଂହଦ୍ଵାର ଗୁମୁଟ ଉପରେ ଦଶବତାର ମୂର୍ତ୍ତି ଲଗାଇବାକୁ ଦାବି କରିଛନ୍ତି ଶ୍ରୀଜଗନ୍ନାଥ ସେନା ସମେତ ଶ୍ରୀମନ୍ଦିର ସେବାୟତ। ASI ପକ୍ଷରୁ ପ୍ରସ୍ତୁତ ହୋଇ ରହିଥିବା ଦଶବତାର ମୂର୍ତ୍ତିଗୁଡିକୁ ଘଣ୍ଟ,ଘଣ୍ଟା ଓ ଆଧ୍ୟାତ୍ମିକ ଧ୍ବନି ମଧ୍ୟରେ ସିଂହଦ୍ଵାର ନିକଟରେ ରଖାଯାଇ ଜଗନ୍ନାଥ ସେନା ପକ୍ଷରୁ ପୂଜାର୍ଚନା କରାଯାଇଥିଲା ।

ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ଯଦି ଏକମାସ ମଧ୍ୟରେ ପୂର୍ବଭଳି ଏହି ଦଶଅବତାର ମୂର୍ତ୍ତି ସ୍ଥାପନ ନ କଲେ ବାଧ୍ୟ ହୋଇ ଭକ୍ତଙ୍କ ସହାୟତାରେ ଶ୍ରୀଜଗନ୍ନାଥ ସେନା ଓ ଶ୍ରୀମନ୍ଦିର ସେବାୟତ ଏହା ଲଗାଇବେ ବୋଲି କହିଛନ୍ତି ଶ୍ରୀଜଗନ୍ନାଥ ସେନା ଆବାହକ। ସେପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଘଟଣାରେ ପ୍ରତିକ୍ରିୟା ରଖିବା ସହ ସିଂହଦ୍ଵାର ନିକଟରେ ଦଶାବତାର ମୂର୍ତ୍ତିର ସୁରକ୍ଷା ପାଇଁ ବ୍ୟାରିକେଡ୍ କରାଯାଇଥିବା କହିଛନ୍ତି |

Leave a Reply

Your email address will not be published. Required fields are marked *