ଜଗନ୍ନାଥ ବସ୍ତି ଡିମାଣ୍ଡ
ପୁରୀ ପୌରପାଳିକା ମାର୍କଣ୍ଡେଶ୍ୱର ସାହି ଜଗନ୍ନାଥ ବସ୍ତି ବାସିନ୍ଦା ପୁନର୍ବାର ସେମାନଙ୍କ ବସ୍ତିର ସମସ୍ୟା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ଦାବୀପତ୍ର ଦେଇଛନ୍ତି।ଲଘୁଚାପଜନିତ କିମ୍ବା ସାଧାରଣ ବର୍ଷା ହେଲେ ଏହି ବସ୍ତିଟି ଜଳମଗ୍ନ ହେଉଛି।ଫଳରେ ବସ୍ତିବସିନ୍ଦା ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ଦୀର୍ଘଦିନ ହେବ ବସ୍ତିରେ ବର୍ଷା ପାଣି ଜମି ରହିବା ଯୋଗୁଁ ପିଲାମାନଙ୍କ ସ୍କୁଲ,ଡାକ୍ତରଖାନା ଓ ଯାତାୟତରେ ଘୋର ଅସୁବିଧା ହେଉଛି।ରାସ୍ତାର ଉଭୟ ପାର୍ଶ୍ୱରେ ଆଲୋକ ବ୍ୟବସ୍ଥା,ରାସ୍ତାକୁ ଉଚ୍ଚା ସହ ନାଳର ବ୍ୟବସ୍ଥା, ରାସ୍ତାରେ ଅଧା ମାଟି ପଡ଼ିଥିବାବେଳେ ସମ୍ପୂର୍ଣ୍ଣ ମାଟି ପକାଇ ନଚେତ କଂକ୍ରିଟ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି।
