ରୁଦ୍ରେଶ୍ୱରଙ୍କ ପୀଠରେ ଜାଗର ଜାତ ମହାଶିବରାତ୍ରି ଉତ୍ସବ ମହାସମାରୋହରେ ଅନୁଷ୍ଠିତ
ରୁଦ୍ରେଶ୍ୱରଙ୍କ ପୀଠରେ ଜାଗର ଜାତ ମହାଶିବରାତ୍ରି ଉତ୍ସବମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ କୋରକରା ଗ୍ରାମ ରୁଦ୍ରେଶ୍ୱର୍ଙ୍କ ପୀଠରେ ଜାଗର ପୂର୍ବ ବର୍ଷଭଳି ଏ ବର୍ଷ ଦେଖିବାକୁ ପୁରା ନିଆରା ଥିଲା।ଏହି ପୀଠରେ ରଙ୍ଗବେରଙ୍ଗର ଆଲୋକମାଳା ଓଫୁଲରେସଜ୍ଜିକରଣକରାଯାଇଥିଲା,ସତେ ଯେପରି ଭଗବାନ ଶିବ ଭକ୍ତମାନଙ୍କୁ ଆଶିଷ ପ୍ରଦାନ କରୁଥିଲେ।ଶିବରାତ୍ରି ହିନ୍ଦୁମାନଙ୍କର ଘରେ ଘରେ ପରିଚିତ,ଭକ୍ତ ରାତି ଉଜାଗର ରହିଏହି ପର୍ବକୁ ପାଳନ କରୁଥିବାରୁ ଜାଗର ନାମରେ ପରିଚିତ।ଭକ୍ତମାନେ ଉପବାସ ରହି ନିଷ୍ଠାର ସହିତ ଶିବ ଆରାଧନା କରିଥାନ୍ତି, ଅମା ଅନ୍ଧକାର ରାତ୍ରୀରେ ଉଜାଗର ରହି ଦୀପ ପ୍ରଜଳନ କରିଥାନ୍ତି।ଶାନ୍ତି ଶ୍ରୁଖଳା ରକ୍ଷା କରିବା ପାଇଁ ପୁଲିଶି ବାହିନୀ ମୃତୟନ୍ କରାଯାଇଥିଲା।ବିଧି ଅନୁଯାୟୀ ୪ ପ୍ରହର ପୂଜା କରାଯାଇ ଶେଷରେ ମହାଦୀପ ଚୁଡ଼ା ସ୍ପର୍ଶ କରିବା ପର୍ଯ୍ୟନ୍ତ ଭକ୍ତ ଭକ୍ତିପୂତ,ମନରେ ଚାହିଁ ରହିଥାନ୍ତି,ବିଳମ୍ବିତ ରାତ୍ରୀରେ ହରିହର ଭେଟ କରାଯାଇ ମହାଦୀପ ଉଠିବାର ବେବସ୍ଥା ଠିକ୍ ସକାଳ ୪,୩୦ ସମୟରେ କରାଯାଇଥାଏ।ତାପରେ ଭକ୍ତଯାଇଁ ସେମାନେ ଜଳ ଗ୍ରହଣ କରି ପ୍ରସାଦ ପାଇ ଖୁସିରେ ନିଜ ନିଜ ଘରକୁ ଫେରନ୍ତି।ବିଶ୍ୱାସ ରହିଛି ଯେ ଯେଁଉ ଭକ୍ତ ନିଷ୍ଠାର ସହିତ ଶିବ ଆରାଧନା କରିଥାନ୍ତି ଭଗବାନ ଶିବ ତାହାର ମନୋସ୍କାମନା ପୂରଣ କରିଥାନ୍ତି।
ଜଗତସିଂହପୁର ଜିଲ୍ଲା ରଘୁନାଥପୁର ମଳୟ କୁମାର ପାଣି ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର ନ୍ୟୁଜ .
